ବ୍ୟାଙ୍କରୁ ଚୋରି ଉଦ୍ୟମ: ଜଣେ ଅଟକ: ଗ୍ରୀଲ୍‌ ତାଡ଼ିଲେ, ତାଲା ଭାଙ୍ଗି ପଶିଲେ

କଟକ ଅଫିସ, ୨୯ା୬: ମଙ୍ଗଳାବାଗ ଥାନା ଠାରୁ ମାତ୍ର ୫୦୦ ମିଟର ଦୁର ଗୋପାଳସାହି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ଗ୍ରୀଲ୍‌ ତାଡିଥିଲେ। ଏହାପରେ ସେଠାରେ ଥିବା କବାଟ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ବ୍ୟାଙ୍କର ଲକର ରୁମ୍‌ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ସେଠାରେ ଲାଗିଥିବା ସାଇରନ ହଠାତ୍‌ ବାଜି ଉଠିବାରୁ ସେମାନେ ପଳାଇ ଯାଇଥିଲେ। ଏ ନେଇ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବା ପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ପୋଲିସ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ଗୁରୁବାର ବ୍ୟାଙ୍କ କାର୍ଯ୍ୟ ସରିବା ପରେ କର୍ତ୍ତୃପକ୍ଷ ତାଲା ପକାଇ ଯାଇଥିଲେ। ଶୁକ୍ରବାର ପୂର୍ବାହ୍ନ ୯ଟାରେ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀ ବ୍ୟାଙ୍କରେ ପହଞ୍ଚିବା ପରେ ଗ୍ରୀଲ ତଡାଯାଇଥିବାବେଳେ ଓ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଜଣାଇବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଙ୍କ ଭିତରେ ଥିବା କାଗଜପତ୍ର ତଳେ ପଡିଥିଲା। ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାରୁ ପୂରା ଘଟଣା ସମ୍ପର୍କରେ ଜଣାପଡିଥିଲା। ୪ ଦୁର୍ବୃତ୍ତ ପ୍ରଥମେ ଗ୍ରୀଲ ତାଡିବା ପରେ କବାଟର ତାଲା ଭାଙ୍ଗି ରାତି ପ୍ରାୟ ସାଢେ ୨ଟାରେ ବ୍ୟାଙ୍କ ଭିତରକୁ ପଶିଥିଲେ। ବ୍ୟାଙ୍କ୍‌ର ଡ୍ରୟାର ଗୁଡିକ ଦେଖିବା ପରେ ଚାରିଆଡେ ଖୋଜାଖୋଜି କରି କାଗଜପତ୍ର ଖେଳାଇଥିଲେ। ପରେ ବ୍ୟାଙ୍କରେ ଥିବା ଫ୍ରିଜ୍‌ ଖୋଲି ପାଣି ପିଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଟଙ୍କା ଓ ଅଳଙ୍କାର ଥିବା ଲକର ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଫଳରେ ସାଇରନ ବାଜିବାରୁ ସେମାନେ ପଳାଇ ଯାଇଥିଲେ। ତେବେ ଏ ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏଥିସହ ପୋଲିସ ବ୍ୟାଙ୍କର ସିସିଟିଭ ଫୁଟେଜ୍‌ ଜବତ କରିଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର,୬।୧: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ ହୋଇଛି। ମାରିଜୁଆନା ଆଣିଥିବା ୨ ମହିଳା ଯାତ୍ରୀ ଗିରଫ କରିଛି ଭୁବନେଶ୍ବର କଷ୍ଟମ କମିଶନରେଟ।...

ଓଡ଼ିଶାରେ ୪୪ ହଜାର ୭୯୩ କୋଟି ଟଙ୍କା ଟଙ୍କାର ନିବେଶକୁ ଗ୍ରୀନ ସିଗନାଲ ଦେଲେ ସରକାର

ଭୁବନେଶ୍ୱର,୬।୧: ରାଜ୍ୟରେ ନିବେଶ ବଢାଇବା ଲାଗି ସରକାର ଜୋରଦାର ଉଦ୍ୟମ କରୁଥିବା ବେଳେ ସୋମବାର ସରକାର ୪୪ ହଜାର ୭୯୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ...

ଜୟପୁରରେ ହେବ OPSC ପରୀକ୍ଷା ଜୋନ୍‌

କଟକ,୬।୧: ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ୍‌। ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ୍‌ କରାଯିବ। ନୂଆ ପରୀକ୍ଷା ଜୋନ୍ କରାଯିବା...

ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ

ମଥୁରାନଗରୀ,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିରେ ଗତ ୨୦୧୮ ମସିହାରେ ସଂଘଟିତ ଏକ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ବର୍ତ୍ତମାନର...

ନାବାଳିକା ଝିଅଙ୍କୁ ବଳାତ୍କାର, ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର,୬ା୧(ସୂର୍ଯ୍ୟକାନ୍ତ ବେହେରା): ନାବାଳିକା ଝିଅଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ବାପାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ ତଥା ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପୋକ୍ସୋ-୧)...

ବିମାନ ଚଳାଚଳ ହବ୍ ପାଲଟିବ ଓଡ଼ିଶା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୬ା୧: ରାଜ୍ୟକୁ ଭାରତରେ ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ ରାଜ୍ୟ ପ୍ରତିଷ୍ଠା ଦିଗରେ ଓଡିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ...

ରାଇକିଆ ଭାଜପା ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା: କହିଲେ ଭାଜପା ଭରସା କରିଥିବାରୁ …

ରାଇକିଆ,୬।୧(ପ୍ରଦିପ ବେହେରା):କନ୍ଧମାଳ ଜିଲା ରାଇକିଆ ଭାଜପାର ୧୭ ନମ୍ବର ଜୋନ୍‌ର ମଣ୍ଡଳ ସଭାପତି ଭାବେ ସନ୍ତୋଷ ପାତ୍ରଙ୍କୁ ମନୋନୀତ କରାଯାଇଅଛି । ରାଜ୍ୟ ଭାଜପା ତରଫରୁ...

ଦୀର୍ଘଦିନ ବ୍ୟବଧାନ ପରେ ଗ୍ରୀନବାଡ଼ିରେ ଅବକାରୀ ବିଭାଗର ଚଢ଼ାଉ:ମିଳିଲା…

ଦାରିଙ୍ଗବାଡି,୬।୧(ଅରୁଣ ସାହୁ): ଦୀର୍ଘଦିନ ବ୍ୟବଧାନ ପରେ ଦାରିଙ୍ଗବାଡି ଅବକାରୀ ବିଭାଗ ପକ୍ଷରୁ ଗ୍ରୀନବାଡି ପଞ୍ଚାୟତ ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚୋରାମଦ କାରବାର ନେଇ ଅବକାରୀ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri