ବ୍ୟାଙ୍କିଙ୍ଗ ସଂସ୍କାର,ମିଶ୍ରଣ ନେଇ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୦-୬: ଆଗାମୀ ବଜେଟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସଂସ୍କାର ଏବଂ ବ୍ୟାଙ୍ଗ ମିଶ୍ରଣ ନେଇ ବିଭିନ୍ନ ପଦକ୍ଷେପ ଉପରେ ସରକାର ଘୋଷଣା କରିପାରନ୍ତି। ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ପରିବର୍ତ୍ତିିତ କରିବା ଲାଗି ବ୍ୟାଙ୍କିଙ୍ଗ ଶିଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଉକ୍ତ କ୍ଷେତ୍ର ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରି ପାରନ୍ତି ବୋଲି ଅନୁମାନ କରାଯାଉଛି। ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିର ବଜେଟ ଜୁଲାଇ ୫ରେ ଆସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହାକୁ ଉପସ୍ଥାପନ କରିବେ। ୨୦୧୮-୧୯ ଅଭିବୃଦ୍ଧି ଗତ ୫ ବର୍ଷର ସର୍ବନିମ୍ନ ସ୍ତର ୬.୮%କୁ ଖସିଥିବାରୁ ଉନ୍ନତ ଅଭିବୃଦ୍ଧି ଦିଗରେ ପଦକ୍ଷେପ ସରକାର ନେବା ନେଇ ବଜାରର ଆଶା ରହିଛି। ବ୍ୟାଙ୍କ ଅଫ୍‌ ବରୋଦା, ବିଜୟା ଏବଂ ଦେନା ବ୍ୟାଙ୍କ ମିଶ୍ରଣ ହୋଇ ସାରିଥିବା ବେଳେ ଛୋଟଛୋଟ ବ୍ୟାଙ୍କଗୁଡିକର ମିଶ୍ରଣ ଧାରା ଜାରି ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ଛୋଟଛୋଟ ବ୍ୟାଙ୍କଗୁଡିକୁ ଅଧିଗ୍ରହଣ କରିବା ଲାଗି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ୟନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭଳି ବ୍ୟାଙ୍କ ଭଲ ସ୍ଥିତିରେ ରହିଥିବା ଅଧିକାରୀ ଜଣକ କହିଛନ୍ତି। ବଜେଟରେ ସରକାର ଲୋକମାନଙ୍କୁ ଟିକସ ରିହାତି ପ୍ରଦାନ କରିବା ସହ ନ୍ୟୁନତମ ବିକଳ୍ପ ଟିକସ(ମ୍ୟାଟ)କୁ ବାଦ ଦେବେ ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ଏପରିସ୍ଥିତିରେ ଘରୋଇ ନିବେଶକୁ ପ୍ରୋତ୍ସାହନ କରିବା ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶିଳ୍ପ ସଂଘ ସିଆଇ ସରକାରଙ୍କୁ ନିବେଦନ କରିଛି। ଏହାବାଦ ଟିକସ ଛାଡ ସୀମା ୫ ଲକ୍ଷ ଟଙ୍କାକୁ ବଢାଇବା ଉପରେ ଆସୋଚାମ ଜୋର ଦେଇଛି। ସେହିଭଳି ଅର୍ଥମନ୍ତ୍ରୀ ମଙ୍ଗଳବାର ଦେଶର କୃଷକଙ୍କ ପ୍ରତିନିଧି ଦଳକୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେହିଭଳି ଚଳିତ ମାସ ୧୧-୧୩ ତାରିଖ ମଧ୍ୟରେ ଅର୍ଥନୀତିଜ୍ଞ, ଶିଳ୍ପ ଏବଂ ଉଦ୍ୟୋଗ ପ୍ରତିନିଧିଙ୍କୁ ଅର୍ଥମନ୍ତ୍ରୀ ଭେଟିବେ। ୨୦୧୯-୨୦ ବଜେଟ ଲାଗି ଲୋକମାନଙ୍କଠାରୁ କନସଲଟେଶନ ଗ୍ରହଣ କରିବାର ଶେଷ ତାରିଖ ଚଳିତ ମାସ ୨୦ ତାରିଖ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri