ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଗର୍ଭନର ଦୌଡରେ ରାଜନ

ଲଣ୍ଡନ,୧୩-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ(୫୬) ବ୍ରିଟେନର ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ନର ଦୌଡରେ ସର୍ବାଗ୍ରେ ରହିଛନ୍ତି। ସ୍ଥାନୀୟ ମିଡିଆରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ କାର୍ଯ୍ୟରତ ଗଭର୍ନର ମାର୍କ କାର୍ନୀଙ୍କ କାର୍ଯ୍ୟକାଳ ୨୦୨୦ ଜାନୁୟାରୀ ୩୧ରେ ଶେଷ ହେଉଛି। ନୂଆ ଗଭର୍ନର ବାଛିବା ଲାଗି ୟୁକେ ଟ୍ରେଜେରୀ ପକ୍ଷରୁ ଜୁନ ୫ ପର୍ଯ୍ୟନ୍ତ ଆବେଦନ ଆହ୍ବାନ କରାଯାଇଥିଲା। ତେବେ ଆବେଦନକାରୀଙ୍କ ମଧ୍ୟରେ କେଉଁମାନେ ରହିଛନ୍ତି, ଏହା ଜଣାପଡିନାହିଁ। ରାଜନଙ୍କ ବ୍ୟତୀତ ଆଣ୍ଡ୍ର୍ୟୁ ବେଲି ମଧ୍ୟ ଗଭର୍ନର ଦୌଡରେ ରହିଛନ୍ତି। ସେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଡେପୁଟି ଗଭର୍ନର ଭାବେ କାର୍ଯ୍ୟ କରିସାରିଛନ୍ତି। ଇକୋନୋମିକ୍ସର ପ୍ରଫେସର ତଥା ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବତନ ନୀତି ନିର୍ଦ୍ଧାରକ ଡେଭିଡ ବ୍ଲାଞ୍ଚଫ୍ଲାଓ୍ବରଙ୍କ କହିବାନୁଯାୟୀ, ରାଜନ ଅନ୍ୟମାନଙ୍କ ଠାରୁ ଦୌଡରେ ବହୁ ଆଗରେ ରହିଛନ୍ତି। ସୂଚନାଥାଉ କି, ୟୁକେ ଟ୍ରେଜେରୀର ଚାନ୍ସେଲର ଫିଲିପ୍‌ ହେମଣ୍ଡ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାରେ କାମ କରିସାରିଥିବା ଜଣେ ବ୍ୟକ୍ତିଙ୍କୁ ନୂଆ ଗଭର୍ନର କରିବା ସପକ୍ଷରେ ମତପ୍ରକାଶ କରିଛନ୍ତି। ଏହି ଦୃଷ୍ଟିରୁ ରାଜନ ଉକ୍ତ ପଦ ପାଇଁ ସର୍ବାଦୌ ଯୋଗ୍ୟତମ ବ୍ୟକ୍ତି। ସେ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ରହିସାରିଛନ୍ତି। ୨୦୧୩ ସେ ଆର୍‌ବିଆଇର ଗଭର୍ନର ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଥିଲେ। ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଗତିକରୁଛି ବୋଲି ରାଜନ ୨୦୦୫ରେ ଚେତାବନୀ କରିଥିଲେ। ସେତେବେଳେ ଆମେରିକାର ପୂର୍ବତନ ଟ୍ରେଜେରୀ ସେକ୍ରେଟାରୀ ଲ୍ୟାରୀ ସମର୍ସ ତାଙ୍କୁ ଏନେଇ କଠୋର ସମାଲୋଚନା କରିଥିଲେ। ରାଜନଙ୍କ ଚେତାବନୀର ୩ ବର୍ଷ ପରେ ଲିମ୍ୟାନ ବ୍ରଦର୍ସଙ୍କ ସଙ୍କଟ ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri