ବ୍ୟାୟାମରେ ତ୍ରୁଟି ଜଣାଇଦେବ ଯନ୍ତ୍ର

ଚଣ୍ଡିଗଡ଼: ବ୍ୟାୟାମ କରିବାର ଯଦି ଠିକ୍‌ ପଦ୍ଧତି ଜଣାନାହିଁ ତେବେ ଆଦୌ ଚିନ୍ତା କରନ୍ତୁନାହିଁ। ଚଣ୍ଡିଗଡସ୍ଥିତ କେନ୍ଦ୍ରୀୟ ବୈଜ୍ଞାନିକ ଉପକରଣ ସଂଗଠନ ବା ସେଣ୍ଟ୍ରାଲ ସାଇଣ୍ଟିଫିକ ଇନ୍‌ଷ୍ଟ୍ରୁମେଣ୍ଟ ଅର୍ଗାନାଇଜେଶନ(ସିଏସ୍‌ଆଇଓ)ଏଭଳି ଯନ୍ତ୍ର ନିର୍ମାଣ କରିଛି ଯାହା ବ୍ୟାୟାମରେ କିଛି ତ୍ରୁଟି ଦେଖିବା ମାତ୍ରେ ଜଣାଇଦେଉଛି। ଏହି ଯନ୍ତ୍ରଟି ବ୍ୟାୟାମ କରିବାବେଳେ କୌଣସି ତ୍ରୁଟି ରହିଥିଲେ ଆଲାର୍ମ ବଜାଇ ସତର୍କ ବି କରିଦେଉଛି। କେବଳ ଏତିକି ନୁହେଁ କେମିତି ଠିକ୍‌ ଭାବେ ବ୍ୟାୟାମ କରିବେ ତାହା ମଧ୍ୟ ସୂଚାଇଦେଉଛି। ସିଏସ୍‌ଆଇଓର ଜୈବ ଚିକିତ୍ସକୀୟ ଉପକରଣ ବିଭାଗର ବୈଜ୍ଞାନିକମାନେ ରିୟଲିଟି ବେଷ୍ଟ ରିହାବିଲେଶନ ସିଦ୍ଧାନ୍ତ ଅନୁସାରେ ନିର୍ମାଣ କରିଛନ୍ତି। ଏଥିରେ ତିନୋଟି ଭିନ୍ନ ଭିନ୍ନ ବିଶେଷତା ବା ବର୍ଗ ରହିଛି। ଏଥିରେ ଥିବା ମୋଟର ଫଙ୍କ୍‌ସନ ସାହାଯ୍ୟରେ ଚାଲିବା, ଉଠିବା, ବସିବାରେ କିଛି ସମସ୍ୟା ଦେଖାଗଲେ ତାହା ସମଧାନ କରିଦେଉଛି। ଏହି ସମ୍ବନ୍ଧୀୟ ଇଂଜ୍ୟୁରି ଥିବା ବ୍ୟକ୍ତିଙ୍କୁ ଏହା ସାହାଯ୍ୟ କରିବ। ଦ୍ୱିତୀୟରେ ଏହା ନ୍ୟୁରୋ ଏବଂ ମାଂସପେଶୀ ମଧ୍ୟରେ ସନ୍ତୁଳନ ରକ୍ଷାକରେ। ତୃତୀୟରେ ଏହା ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କୁ ବି ବ୍ୟାୟାମ କରିବାରେ ସାହାଯ୍ୟ କରିପାରିବ। ଏହି ତିନୋଟି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଏଥିରେ ତିନୋଟି ଅଲଗା ଅଲଗା ସେନ୍‌ସର ଲଗାଯାଇଛି। ବୈଜ୍ଞାନିକମାନେ ଏହା ପାଇଁ ସ୍ବତନ୍ତ୍ର ଭାବେ ସଫ୍ଟଓ୍ବେର ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହାକୁ କମ୍ପ୍ୟୁଟର କିମ୍ବା ମୋବାଇଲରେ ଉପଯୋଗ କରିହେବ। ଯନ୍ତ୍ରଟିକୁ ଏହି ସଫ୍ଟଓ୍ବେରରେ ସଂଯୋଗ କରିହେବ । ତିନୋଟି ବର୍ଗ ପାଇଁ ତିଆରି କରାଯାଇଥିବା ସେନ୍‌ସରକୁ ପୀଡ଼ିତଙ୍କ ପ୍ରଭାବିତ ଅଙ୍ଗରେ ଲଗାଇଲେ ବ୍ୟାୟାମ କରିବା ସମୟରେ ତ୍ରୁଟିକୁ ତାହା ଜଣାଇଦେବ। ବ୍ୟାୟାମରେ ରହିଥିବା ଭୁଲ୍‌କୁ କମ୍ପ୍ୟୁଟର କିମ୍ବା ମୋବାଇଲରେ ବି ଦେଖିହେବ। କେମିତି ବ୍ୟାୟାମ କରିବେ ଓ କେତେ ସମୟ କରିବେ ତାହା ମଧ୍ୟ ଜଣାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri