ବ୍ୟୁଟି ଟ୍ରିଟ୍ମେଣ୍ଟ ବି ହେବ ଆଉ ସୋସିଆଲ ଡିଷ୍ଟାନ୍ସକୁ ପାଳନ କରିହେବ। ସେଥିପାଇଁ ତିଆରି କରାଯାଇଛି ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ। ଗ୍ରହକମାନଙ୍କ ପାଇଁ ଏଭଳି ଏକ ମାସ୍କ ତିଆରି କରିଛି ବ୍ୟାଙ୍କକ୍ର ଥାଇ ବ୍ୟୁଟି କ୍ଲିନିକ୍। ଏହି ମାସ୍କ ପିନ୍ଧିବା ଫଳରେ ବ୍ୟୁଟିସିଆନ୍ କିମ୍ବା ଡାକ୍ତରଙ୍କର ଗ୍ରାହକଙ୍କ ସହିତ ସିଧାସଳଖ ସମ୍ପର୍କରୁ ବର୍ତ୍ତି ହେବ।
ମିନି ବ୍ୟୁଟି ମାସ୍କଟି ନାକ ଏବଂ ମୁହଁରେ ରହିଥାଏ ଏବଂ ମୁହଁର ଅଧିକ ଅଂଶ ଖାଲି ରହୁଥିବାରୁ ମାସ୍କକୁ ପିନ୍ଧି ବ୍ୟୁଟି ଟ୍ରିଟ୍ମେଣ୍ଟ କରିହେବ। କ୍ଲିନିକରେ ଏହି ମାସ୍କ ବିକ୍ରି କରାଯାଇ ନ ଥାଏ କିନ୍ତୁ ଗ୍ରାହକମାନଙ୍କୁ ଏହା ପିନ୍ଧିବାକୁ ଦିଆଯାଏ। ଏହାକୁ ଧୋଇ ପୁଣି ଥରେ ବ୍ୟବହାର କରାଯାଏ। କ୍ଲିନିକରେ ଫେସିଆଲ ଟ୍ରିଟମେଣ୍ଟ ସମୟରେ ଏହି ମାସ୍କ ପିନ୍ଧି ଗ୍ରାହକମାନେ ନିଜକୁ ସୁରକ୍ଷିତ ମନେକରୁଛନ୍ତି। ତ୍ୱଚାର ଉପଚାର ସମୟରେ ଏକ ପ୍ଲାଷ୍ଟିକ୍ ସିଲ୍ଡ ବି ବ୍ୟବହାର କରାଯାଉଛି। ଏହା ସହ କ୍ଲିନିକରେ ତାପମାତ୍ରା ଯାଞ୍ଚ ଓ ସାନିଟାଇଜ୍ ଆଦିର ବ୍ୟବସ୍ଥା ବି କରାଯାଇଛି। ତେବେ କ୍ଲିନିକରେ ଏତେ ସବୁ ବ୍ୟବସ୍ଥା ପରେ ବି ଗ୍ରାହକଙ୍କ ସଂଖ୍ୟା ବହୁତ କମିଯାଇଛି।