Posted inଖେଳ

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର କୋଚ୍‌ ପଦ ପାଇଁ ଆବେଦନ କରିବି- ଗାଙ୍ଗୁଲି

କୋଲକାତା,୩।୮- ଆଗାମୀ ଭବିଷ୍ୟତରେ ମୁଁ ଭାରତୀୟ ଦଳର କୋଚ୍‌ ହେବାକୁ ଚାହିଁବି। ହେଲେ ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି। ଦାଦା ଭାବେ ପରିଚିତ ୪୭ ବର୍ଷୀୟ ପୂର୍ବତନ କ୍ରିକେଟର ଏବେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି)ର ସଭାପତି ଅଛନ୍ତି। ଏହା ବ୍ୟତୀତ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ସହ ଉପଦେଷ୍ଟା ଥିବାବେଳେ କ୍ରିକେଟ ଭାଷ୍ୟକାର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏକ ଇଭେଣ୍ଟରେ ଯୋଗଦେବା ଅବସରରେ ଗାଙ୍ଗୁଲି କହିଛନ୍ତି, ବର୍ତ୍ତମାନ ମୁଁ ଆଇପିଏଲ୍‌, ସିଏବି, ଟିଭି କମେଣ୍ଟ୍ରି ସହ ଜଡ଼ିତ ରହିଛି। ଏଗୁଡ଼ିକୁ ଶେଷ କରିବାକୁ ସମୟ ଦରକାର। ଭବିଷ୍ୟତରେ ମୁଁ ନିଶ୍ଚିତ ଭାରତୀୟ ଦଳର ମୁଖ୍ୟକୋଚ୍‌ ପଦ ଲାଗି ଆବେଦନ କରିବି। ଏହାବାଦ୍‌ କୋଚ୍‌ ଲାଗି ଆବେଦନକାରୀଙ୍କ ମଧ୍ୟରେ ମୁଁ ବଡ଼ ନାମ ଦେଖିପାରୁ ନାହିଁ। ମାହେଲା ଜୟବର୍ଦ୍ଧନେ ଆବେଦନ କରିବେ ବୋଲି ଶୁଣିଥିଲି। କିନ୍ତୁ ସେ କଲେ ନାହିଁ। ଉପଦେଷ୍ଟା କମିଟି କ’ଣ ନିଷ୍ପତ୍ତି ନେବ ମୁଁ ଜାଣି ନାହିଁ। ସେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମ୍ପର୍କରେ ମତ ଦେବାକୁ ମନା କରିି ଦେଇଛନ୍ତି। ଉଲ୍ଲେଖଥାଉ କି, ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଶାସ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର କୋଚ୍‌ ପାଇଁ ଚୟନ କରିଥିଲେ। ଏବେ କମିଟି ଅଧ୍ୟକ୍ଷ ପଦରେ କପିଳ ଦେବ ଅଛନ୍ତି। ଏହାର ସଦସ୍ୟ ଅଂଶୁମାନ ଗାଏକ୍ୱାଡ ଓ ଶାନ୍ତା ରଙ୍ଗାସ୍ବାମୀ ନୂଆ କୋଚ୍‌ ଚୟନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

୧୦ ଆଥଲେଟ୍‌ଙ୍କୁ ସହାୟତାର ହାତ ବଢାଇଲେ ଶିବମ

ଚେନ୍ନାଇ,୨୨ା୪: ଭାରତ ତଥା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶିବମ ଦୁବେ ମଙ୍ଗଳବାର ତାମିଲନାଡୁର ୧୦ ଉଦୀୟମାନ ଆଥଲେଟ୍‌ଙ୍କୁ ୭୦ ହଜାର ଲେଖାଏ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image