ଶ୍ରୀହରିକୋଟା,୭।୯: ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ଅବତରଣ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଛାତ୍ରୀଛାତ୍ରଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ମୋଦି ଜଣେ ଛାତ୍ରଙ୍କୁ ସେ ଭବିଷ୍ୟତରେ କ’ଣ ହେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଛାତ୍ର ଜଣକ କହିଥିଲେ ସେ ରାଷ୍ଟ୍ରପତି ହେବାକୁ ଚାହାଁନ୍ତି। ଏହାକୁ ନେଇ ମୋଦି ଛାତ୍ରଙ୍କୁ ପାଲଟା ପ୍ରଶ୍ନ କରିଥିଲେ ଯେ, ସେ କାହିଁକି ପ୍ରଧାନମନ୍ତ୍ରୀ ନ ହୋଇ ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି। ମୋଦିଙ୍କ ଏଭଳି ପ୍ରଶ୍ନରେ ଉପସ୍ଥିି ଛାତ୍ରୀଛାତ୍ରମାନେ ହସିଥିଲେ। ମୋଦି ସମ୍ପୃକ୍ତ ଛାତ୍ରଙ୍କୁ ନିଜର ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ।
Posted inଜାତୀୟ