ଭରସା ସାଜିଛି ବିପଦସଙ୍କୁଳ ବାଉଁଶ ପୋଲ

ସାକ୍ଷୀଗୋପାଳ, ୨୦ା୭(ଡି.ଏନ୍‌.ଏ.): ରତ୍ନଚିରା ଖଲାସୀ ନାଳପାରି ହେବାପାଇଁ ସ୍ଥାୟୀ ସେତୁଟିଏ ନାହିଁ। ଫଳରେ ପୁରୀଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ମଧୁବନ ମାଳର ଲୋକମାନେ ବିପଦସଙ୍କୁଳ ଭାବେ ବାଉଁଶ ପୋଲରେ ପାରି ହେଉଛନ୍ତି। ବର୍ଷବର୍ଷ ଧରି ସେମାନେ ଏହି ଅସ୍ଥାୟୀ ପୋଲରେ ଯାତାୟାତ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୭ଟି ପରିବାରର ଲୋକଙ୍କର ଜୀବନ ଜୀବିକା ଏହି ବାଉଁଶ ପୋଲ ଉପରେ ନିର୍ଭର କରୁଛି। ବିପଦ ପୂର୍ଣ୍ଣ ଭାବରେ ପ୍ରତିଦିନ ପିଲାମାନେ ସ୍କୁଲ କଲେଜକୁ ଯିବା ଆସିବା କରୁଛନ୍ତି। ସେତୁଟିଏ ନିର୍ମାଣ କରିବାକୁ ପ୍ରଶାସନ ଠାରୁ ରାଜନେତାଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା କ୍ଷୋଭର ସହ କହିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ ସେଠାରେ ପାଦଚଲା ସେତୁଟିଏ ନିର୍ମାଣ ପାଇଁ ୨୦୧୨ ମସିହାରେ ଟେଣ୍ଡର ଡକାଯାଇଥିଲା। ମାତ୍ର ମଞ୍ଜୁର ହୋଇଥିବା ଅନୁଦାନରେ କାମ କରିବା ସମ୍ଭବ ନ ହେବାରୁ ଟେଣ୍ଡର ନେଇଥିବା ଠିକାଦାର ଏହି କାମଟି କରି ପାରି ନ ଥିଲେ। ସେବେଠାରୁ ପୂର୍ବପରି ସମାସ୍ୟାଟି ପଡିରହିଥିବା ବେଳେ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ମଳୟ ମଞ୍ଜରୀ ମୁଦୁଲି ବିଜୁ ସେତୁ ଯୋଜନାରେ ଏଠାରେ ଏକ ସ୍ଥାୟୀ ସେତୁ ନିର୍ମାଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦେଇଥିବା ପ୍ରସ୍ତାବ କେବଳ ପ୍ରସ୍ତାବରେ ସୀମିତ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରେମନ୍ତ୍ରୀ: ରାଜନୀତି କରନାହିଁ

ଦାରିଙ୍ଗବାଡ଼ି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଆମ୍ବ ଟାକୁଆ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର...

ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି! ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମିଳିବ…

ଭୁବନେଶ୍ୱର,୧୨।୧୧: ଚାକିରିଆଙ୍କ ମୃତ୍ୟୁ ପରେ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ...

ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ସାଲାଇନ ସହ ଆଇସିୟୁରେ ଅଛି…

ଭୁବନେଶ୍ୱର, ୧୨।୧୧: ବିଜେଡି ସରକାର ଗଢିବା ପ୍ରତିକ୍ରିୟା ପରେ ,ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।  ସେ କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ...

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର 

ପୁରୀ,୧୨ା୧୧(ଅଜିତ୍‌ କୁମାର ମହାନ୍ତି)-ମଙ୍ଗଳବାର (୧୨ ତାରିଖ)ଠାରୁ ପଞ୍ଚକ ବ୍ରତ ଆରମ୍ଭ ହେବାକୁ ଯାଉଛି। ପଞ୍ଚକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ...

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୨ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ୟୁନିଟ-୬...

ସୁଭଦ୍ରା ଯୋଜନାରେ କେଉଁମାନେ ଟଙ୍କା ପାଇଛନ୍ତି, କେଉଁମାନଙ୍କର ଖାରଜ ହୋଇଛି ଆବେଦନ; ଆସିଲା ଲିଷ୍ଟ

ଭୁବନେଶ୍ୱର,୧୨।୧୧: ସୁଭଦ୍ରା ଯୋଜନାରେ ସରକାର ପ୍ରଥମ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇସାରିଲେଣି। ତେବେ ଆସନ୍ତା ନଭେମ୍ବର ୨୪ରେ...

ବିଜେଡି କର୍ମୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଗୁରୁତର

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଚଣ୍ଡିବସ୍ତ ଗାଁରେ ସୋମବାର ରାତିରେ କେତେଜଣ ବିଜେଡି କର୍ମୀଙ୍କ ମିଳିତ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ...

ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପାଇଁ ଦରଖାସ୍ତ

କାମାକ୍ଷାନଗର,୧୧ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ୧୬ ଜଣ ସରପଞ୍ଚ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri