ଚନ୍ଦାହାଣ୍ଡି,୯ା୩(ଡି.ଏନ୍.ଏ.) ପୂର୍ବରୁ ଗାଁ ଗାଁରେ ଭାଗବତ ଟୁଙ୍ଗି ରହିଥିଲା ା ପ୍ରତି ସନ୍ଧ୍ୟାରେ ଗ୍ରାମବାସୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଶ୍ରବଣ କରୁଥିଲେ। କ୍ରମଶଃ ଆଧୁନିକତାର ସ୍ପର୍ଶରେ ଏହି ଭାଗବତ ଟୁଙ୍ଗିଗୁଡିକ ବନ୍ଦ ହୋଇଗଲା ା ଟିଭି ଏବଂ ମୋବାଇଲ ଆସିଲା ପରେ ଏଥିରେ ଲୋକେ ଅଭ୍ୟସ୍ତ ହୋଇ ଭାଗବତ ପଠନରୁ ଦୂରେଇ ରହିଲେ ା ଭାଗବତ ପଠନ ଭଳି ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଗ୍ରାମର ରମେଶ ଚୌହାନ । ଅନୁସୂଚିତ ଜାତି ପରିବାରରେ ସେ ଜନ୍ମିତ। ଉଚ୍ଚ ଶିକ୍ଷିତ ହୋଇ ପୋଷ୍ଟମାଷ୍ଟର ଭାବେ ଚାକିରି କରୁଛନ୍ତି ା ସରକାରୀ ଚାକିରି ନିଷ୍ଠାର ସହ କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରି ଭାଗବତ ଟୁଙ୍ଗି ଗଠନ କରୁଛନ୍ତି। ଭାଗବତର ପ୍ରଚାର ପ୍ରସାର ଓ ଗୋସେବା କରିବାକୁ ଆହ୍ବାନ ଦେଇ ବ୍ଲକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛନ୍ତି ା ୧୦ ବର୍ଷ ତଳେ ରମେଶଙ୍କୁ ଜଗନ୍ନାଥଙ୍କ ସ୍ବପ୍ନାଦେଶ ହୋଇଥିଲା। ଏହା ପରେ ଗ୍ରାମ ପାଖରେ ବୋହିଯାଉଥିବା ନଦୀରୁ ସେ ଜଗନ୍ନାଥଙ୍କ ମୂର୍ତ୍ତି ପାଇଥିଲେ। ଗ୍ରାମବାସୀଙ୍କ ସହ ମିଶି ଗ୍ରାମରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତିରେ ଉକ୍ତ ମନ୍ଦିରରେ ବର୍ତ୍ତମାନ ପୂଜାର୍ଚ୍ଚନା କରାଯାଉଛି ା ଚନ୍ଦାହାଣ୍ଡି ବ୍ଲକରେ ନିଜସ୍ବ ଉଦ୍ୟମରେ ୨୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଭାଗବତ ଟୁଙ୍ଗି ଗଠନ କରିଛନ୍ତି। ସନ୍ଧ୍ୟାରେ ଗାଁ
ଗାଁ ବୁଲି ଲୋକମାନଙ୍କୁ ଭାଗବତ ପଢିି ଶୁଣାଇଥାନ୍ତି। ରମେଶଙ୍କ ଭାଗବତ ପଠନ ଓ ବ୍ୟାଖ୍ୟା କରିବାରେ ତାଙ୍କର ଅସାଧାରଣ ଦକ୍ଷତା ରହିଛି ା ସେ ଭାଗବତର ବିଭିନ୍ନ ସ୍କନ୍ଧର ଅଧ୍ୟାୟକୁ କଣ୍ଠସ୍ଥ କରିପାରିଛନ୍ତି ା ପବିତ୍ର କାର୍ତ୍ତିକ ଓ ବୈଶାଖ ମାସରେ ବିଭିନ୍ନ ଗ୍ରାମକୁ ଯାଇ ୧୧ ଖଣ୍ଡ ଭାଗବତ ପଢ଼ି ଲୋକଙ୍କୁ ଭାଗବତ ଚେତନାର ଉଦ୍ବୁଦ୍ କରୁଛନ୍ତି ା ଏଥିସହ ପୁରୁଣା ପରମ୍ପରା ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି। ପୂର୍ବରୁ ଗ୍ରାମରେ ସାମୂହିକ ଭାଗବତ ପଠନ ହେଉଥିଲା ା ଏହା ସାମାଜିକ ଜୀବନକୁ ସରସ ସୁନ୍ଦର କରୁଥିଲା ା ଭାଗବତରେ ବର୍ଣ୍ଣିତ ଉପଦେଶ ମଣିଷ ଜୀବନକୁ ବାଟ ଦେଖାଉଥିଲା ା ଏବେ ଗାଁ ଗଣ୍ଡାରେ ଆଉ ଭାଗବତ ଟୁଙ୍ଗି ଦେଖିବାକୁ ମିଳୁନାହିଁ ା ଏହାର ପୁନରୁଦ୍ଧାର ହେଲେ ଗ୍ରାମ୍ୟ ସଂସ୍କୃତିର ସୁରକ୍ଷା ହୋଇପାରିବ ା ଭାଗବତ ପଠନ ଓ ଶ୍ରବଣ ଦ୍ୱାରା ବ୍ୟକ୍ତିର ଉତ୍ତମ ଚରିତ୍ର ଗଠନ ହୋଇପାରିବ। ଯୁବ ସମାଜ ଭାଗବତ ପଠନ ପ୍ରତି ଧ୍ୟାନ ଦେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ରମେଶ କହିଛନ୍ତି ା