ଚିତ୍ରଦୁର୍ଗ,୧୭।୯: କର୍ନାଟକର ଚିତ୍ରଦୁର୍ଗରେ ଭାଜପାର ଜଣେ ଦଳିତ ଏମ୍ପିଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳିର ଏକ ଗାଁକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଗାଁଲୋକେ ତାଙ୍କୁ ଅଛୁଆଁ କହି ଗାଁ ଭିତରକୁ ଯିବାକୁ ଦେଇ ନାହାଁନ୍ତି। ଏମ୍ପି ଏ. ନାରାୟଣସ୍ବାମୀ ଯେତେବେଳେ କେତେଜଣ ଅଧିକାରୀଙ୍କ ସହ ଉକ୍ତ ଗାଁ ପରିଦର୍ଶନରେ ଯାଇଥିଲେ ସେତେବେଳେ ତାଙ୍କୁ ବିରୋଧ କରାଯାଇଛି। ସୂଚନଯୋଗ୍ୟ, ସୋମବାର ନାରାୟଣସ୍ବାମୀ ତୁମାକୁରୁ ଜିଲାର ପାଓ୍ବାଗଡା ଅଞ୍ଚଳ ପରିଦର୍ଶନରେ ଯାଇଥିଲେ।