ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼ : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ପୁଣି ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ବୋମାମାଡ଼ କରିଛନ୍ତି। ତେବେ ଏଥିରେ କାର କାଚ ଭାଙ୍ଗିଯାଇଥିବାବେଳେ ପ୍ରଧାନ ଗାଡିରୁ ଡେଇଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରବିବାର ସନ୍ଧ୍ୟାରେ ନୟାପଲ୍ଲୀ ଥାନା ଡେଲ୍‌ଟା ଛକସ୍ଥିତ ଭାଜପା ପାର୍ଟି ଅଫିସ ନିକଟରେ ଏହି ଘଟଣା ଘଟିଛି। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଘଟଣା ସଂକ୍ରାନ୍ତରେ ପ୍ରଧାନ ଅଭିଯୋଗ କରିବା ପରେ ପୋଲିସ  ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୋମା ମାଡ଼ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୁରାକ ପାଇପାରିନି।

ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ନିର୍ବାଚନୀ ପ୍ରଚାର ସାରିବା ପରେ  ଭାଜପା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଡେଲ୍‌ଟା ଛକ ନିକଟ ପାର୍ଟି ଅଫିସକୁ ଫେରୁଥିଲେ। ଏହି ସମୟରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ କଟିଯାଇଥିଲା। ପ୍ରଧାନ ଅଫିସ ସମ୍ମୁଖରେ କାର୍‌ରୁ ବାହାରୁଥିବାବେଳେ  କେତେଜଣ ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ତାଙ୍କ ଉପରକୁ ଲକ୍ଷ୍ୟ କରି ଗୋଟିଏ ବୋମା ମାଡ଼ କରିଥିଲେ। ବୋମାଟି କାରର ଡାହାଣ ପଟ କାଚରେ ପଡି ବିସ୍ଫୋରଣ ହୋଇଥିଲା। ଭୟରେ ପ୍ରଧାନ କାରରୁ ଡେଇଁ ପଡି ଅଫିସ୍‌କୁ ଚାଲି ଆସିଥିଲେ।

ଗତ ୧୨ ତାରିଖ ସନ୍ଧ୍ୟାରେ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ସେ ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ୟୁନିଟ୍‌-୮ କ୍ଲବ୍‌ ନିକଟରେ ରାଲିରେ ଯାଉଥିବାବେଳେ ସେମାନଙ୍କ ଉପରେ ଟେକାମାଡ଼ ହୋଇଥିଲା।  ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପୁଣି ସେମାନେ ଆକ୍ରମଣ କଲେ ବୋଲି ପ୍ରଧାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,  ବୋମାମାଡ଼ ପଛରେ ବିଜେଡି ଗୁଣ୍ଡାଙ୍କ ହାତ ରହିଛି। ସେମାନେ ହାରିବା ଭୟରେ ରକ୍ତମୁଖା ହୋଇଛନ୍ତି। ଗୁଣ୍ଡାଗର୍ଦ୍ଦି କରି ନିର୍ବାଚନ ଜିତିବା ପାଇଁ ଯୋଜନା କରୁଛନ୍ତି। ପୋଲିସ ସେମାନଙ୍କୁ ସହଯୋଗ କରୁଛି। ରାଜଧାନୀବାସୀ ସବୁ ଜାଣୁଛନ୍ତି। ଆସନ୍ତା ୨୩ରେ ସେମାନେ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

ଏନେଇ ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା କହିଛନ୍ତି, ସେ ଜଣେ ଅଭ୍ୟାସଗତ ମିଛୁଆ। ବିଭିନ୍ନ ସମୟରେ ମୋ ନଁାରେ ମିଥ୍ୟା ଅଭିଯୋଗ ଆଣିବା ପରେ ସେଥିରେ ସଫଳ ହେଲେ ନାହିଁ। ଶେଷରେ ହତାଶ ହୋଇ ଏଭଳି ବୋମାମାଡ଼ର ମିଛ ନାଟକ କରିଛନ୍ତି ବୋଲି ସେ କହିଛନ୍ତି।

ନୟାପଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ବୋମା ମାଡ଼ ହୋଇଥିବା ସଂକ୍ରାନ୍ତରେ ଜଗନ୍ନାଥ ପ୍ରଧାନ ଏକ ଅଭିଯୋଗ କରିଛନ୍ତି। ଏହି ଆଧାରରେ ଆମେ ଘଟଣାର ତଦନ୍ତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri