Posted inଜାତୀୟ

ଭାରତରେ ‘କରୋନା’ ଛନକା

ନୂଆଦିଲ୍ଲୀ, ୧ା୨(ପି.ଟି.): ଭାରତରେ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର ୬ ସନ୍ଦିଗ୍ଧଙ୍କୁ ଚିକିତ୍ସା ଲାଗି ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେରଳରେ ୧୦୫୩ ଜଣ ବ୍ୟକ୍ତିଙ୍କୁ ଅବ୍‌ଜରଭେଶନରେ ରଖାଯାଇଛି। ଦିଲ୍ଲୀର ରାମ୍‌ ମନୋହର ଲୋହିଆ ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ୬ ସନ୍ଦିଗ୍ଧଙ୍କ ପରୀକ୍ଷାନିରୀକ୍ଷା କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିବା ଜଣେ ମହିଳା ୨୦୧୫ରୁ ଚାଇନାରେ ଥିବାବେଳେ ଭାରତ ଫେରିଥିଲେ। ସମସ୍ତଙ୍କ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଚାଇନାର ହୁବେଇ ପ୍ରଦେଶର ଉହାନ୍‌ରୁ ଫେରିଥିବା ଜଣେ ଛାତ୍ରୀ ଏଥିରେ ଆକ୍ରାନ୍ତ ହେବା ପରେ କେରଳ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା କହିଛନ୍ତି, ୨୪ ଲୋକଙ୍କ ସାମ୍ପଲ ପୁଣେକୁ ପରୀକ୍ଷା ଲାଗି ପଠାଯାଇଥିବାବେଳେ ୧୫ ଜଣ ହସ୍ପିଟାଲ ଅବ୍‌ଜରଭେଶନରେ ଅଛନ୍ତି। ଅଧିକାଂଶ ସନ୍ଦିଗ୍ଧଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ସେ ମତ ଦେଇଛନ୍ତି। କେରଳ ସରକାର କେତେକ ସରକାରୀ ହସ୍ପିଟାଲ ଡାକ୍ତରଙ୍କ ମୋବାଇଲ ନମ୍ବର ଜାରି କରିଛନ୍ତି। ଥ୍ରିଶୂର୍‌ ଜିଲା ମେଡ଼ିକାଲ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ଲୋକଙ୍କ ସୁବିଧା ଲାଗି ମୋବାଇଲ୍‌ ନମ୍ବର ଜାରି କରାଯାଇଛି। ଜନସଚେତନତା ଲାଗି ପ୍ରଚାର ସହ ରୋଗ ପ୍ରତିଷେଧକ ବ୍ୟବସ୍ଥା କରାଯାଉଛି। ଗୁରୁବାର କେରଳରେ ପ୍ରଥମ ଥର ଲାଗି କରୋନା ଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ତ୍ରିପୁରାର ଜଣେ ଯୁବକ ଏହି ରୋଗ ସଂକ୍ରମଣ ଯୋଗୁ ମାଲେସିଆରେ ବୁଧବାର ପ୍ରାଣ ହରାଇଥିଲେ। ପଡ଼ୋଶୀ ଚାଇନାରେ ଏହି ଭାଇରସ୍‌ ୨୧୫ରୁ ଊର୍ଦ୍ଧ୍ୱ ମୁଣ୍ଡ ନେଇଥିବାବେଳେ ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଛି। ସେଠାରେ ଥିବା ଭାରତୀୟମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ସ୍ବଦେଶ ଫେରାଇଆଣିବା ଲାଗି ୫ ଜଣିଆ ଡାକ୍ତରୀ ଟିମ୍‌କୁ ନେଇ ଏୟାର୍‌ ଇଣ୍ଡିଆର ୪୨୩ ସିଟର୍‌ ଜୁମ୍ବୋ ବିମାନ ଶୁକ୍ରବାର ଅପରାହ୍ନରେ ଉହାନ୍‌ ଅଭିମୁଖେ ଯାଇଥିଲା। ସେଠାରୁ ୩୭୦ ଜଣଙ୍କୁ ବିମାନରେ ଅଣାଯାଉଛି। ୨ ଜଣଙ୍କୁ ଜ୍ୱର ହୋଇଥିବାରୁ ସେମାନଙ୍କୁ ଅଣାଯାଇନଥିବା ଜଣାପଡିଛି। ଦକ୍ଷିଣ ଦିଲ୍ଲୀରେ ସଂକ୍ରମଣ ପରୀକ୍ଷା ଲାଗି ଆଇଟିବିପି ପକ୍ଷରୁ ୬୦୦ ବେଡ୍‌ର ସୁବିଧା କରାଯାଇଛି। ସରକାରଙ୍କ ପକ୍ଷରୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରକାଶଥାଉ କି, ଚାଇନାରେ କରୋନା ଭାଇରସ୍‌ ମୁଣ୍ଡ ନେବା ପରେ ଏବେ ପ୍ରାୟ ୧୭ଟି ଦେଶକୁ ଏହି ରୋଗ ସଂକ୍ରମଣ କରିସାରିଲାଣି। ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ ଗ୍ଲୋବାଲ୍‌ ହେଲ୍‌ଥ ଇମରଜେନ୍‌ସି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକୁମ୍ଭରେ ଅସମ୍ଭାଳ ଶୀତ! ସ୍ନାନ ପରେ ନେତା-ସନ୍ଥଙ୍କ ସମେତ ତିନି ମୃତ, ୩ ହଜାର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧: ମହାକୁମ୍ଭ ୨୦୨୫ ସୋମବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି। କୋଟି କୋଟି ଲୋକ ଏଥିରେ ବହୁତ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି, ଯେତେବେଳେ...

ଚର୍ଚ୍ଚାରେ IIT ବାବା, ଅଘୋରୀ ବାବାଙ୍କ ମେଞ୍ଚେ ପ୍ରେମିକା!

ନୂଆଦିଲ୍ଲୀ,୧୪।୧: ମହାକୁମ୍ଭରେ ହୋଇଛି ମହାସମାବେଶ। ବିଶ୍ୱର ଚାରିଆଡୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ପ୍ରୟାଗରାଜରେ ସମାଗମ ହୋଇଛି। ପ୍ରଥମ ଦିନରେ ୧.୬କୋଟିରୁ ଅଧିକ ଭକ୍ତ ଯୋଗ ଦେଇଛନ୍ତି। ଏଥିରେ...

ଅଡ଼ୁଆରେ ଫସିଲା Meta! ସିଇଓ ଜୁକରବର୍ଗଙ୍କୁ ସମନ ପଠାଇବ ଭାରତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୪।୧: ଅଡ଼ୁଆରେ ମେଟା ସିଇଓ ମାର୍କ ଜୁକରବର୍ଗ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କୁ ସଂସଦୀୟ...

ମହାକୁମ୍ଭ: ପ୍ରଥମ ଅମୃତ ସ୍ନାନରେ ଅସମ୍ଭାଳ ଭିଡ଼, ୩.୫୦ କୋଟିରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପକାଇଲେ ବୁଡ଼

ନୂଆଦିଲ୍ଲୀ,୧୪।୧: ପ୍ରୟାଜରଜ ମହାକୁମ୍ଭ ୨୦୨୫ ରେ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ଅମୃତ ସ୍ନାନ ପର୍ବ ଉପଲକ୍ଷେ ତ୍ରିବେଣୀ ଘାଟରେ ସ୍ନାନ ପାଇଁ ଭକ୍ତଙ୍କ ସୁଅ...

ଭାଙ୍ଗିଲା ଇଣ୍ଡିଆ ମେଣ୍ଟ! ରାହୁଲ କହିଲେ…

ଦିଲ୍ଲୀ ବିଧାନସଭା ର୍ନିବାଚନ ପୂର୍ବରୁ, କଂଗ୍ରେସ ଦଳ ଆମ ଆଦମୀ ପାର୍ଟି ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଏପି...

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

ବିବାହିତ ହୋଇପାରିବେ କି ନାଗାସାଧୁ? ସାଧୁ ହେବାକୁ ଦେବାକୁ ପଡେ ଅଗ୍ନି ପରୀକ୍ଷା

ଆଜି ପ୍ରୟାଗରାଜରେ ମହାକୁମ୍ଭର ଦ୍ୱିତୀୟ ଦିନ। ସଙ୍ଗମ କୂଳ ନିକଟରେ ଏବେ କୋଟି କୋଟି ଲୋକଙ୍କ ଗଙ୍ଗା ସ୍ନାନ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ...

ପରମାଣୁ ଶକ୍ତି ଦିଗରେ ଭାରତ ନେଲା ବଡ଼ ପଦକ୍ଷେପ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ର ସରକାର ପରମାଣୁ ଶକ୍ତି ଆୟୋଗ (ଏଇସି) ପୁନଃଗଠନ କରିଛନ୍ତି। ଏଥିରେ ଟିଭି ସୋମନାଥନ ଏବଂ ମନୋଜ ଗୋଏଲ ଅଛନ୍ତି। ଦୁହେଁ କ୍ୟାବିନେଟ ସଚିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri