Posted inଜାତୀୟ

ଭାରତରେ ଭିଡ଼ହିଂସା, ଆମେରିକାରେ ବିକ୍ଷୋଭ: ସଂଖ୍ୟାଲଘୁଙ୍କୁ ନ୍ୟାୟ ମିଳୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧ା୭: ଗୋସୁରକ୍ଷା ନାମରେ ଓ ଜୋର୍‌ଜବରଦସ୍ତ ‘ଜୟ ଶ୍ରୀରାମ’ କୁହାଇବା ଲାଗି ଭାରତରେ ଭିଡ଼ହିଂସା ବଢ଼ିବାରେ ଲାଗିଛି। ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ତଥାକଥିତ ହିନ୍ଦୁତ୍ୱବାଦୀମାନେ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ଦେଶରେ ରାଜନୀତି ଜୋର୍‌ ଧରିଥିବାବେଳେ ବିଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହିକ୍ରମରେ ମୁସଲିମ୍‌ମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତି କେନ୍ଦ୍ର ସରକାରଙ୍କ ଖାମଖିଆଲ ମନୋଭାବକୁ ନିନ୍ଦା କରି ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି ଏବଂ ଦିଲ୍ଲୀ ଜାମା ମସ୍‌ଜିଦ୍‌ ସାହି ଇମାମ୍‌ ଇମାମ୍‌ ବୁଖାରୀ ରବିବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଭାରତରେ ବଢ଼ିଚାଲିଥିବା ଭିଡ଼ହିଂସା ପ୍ରତିବାଦରେ ଆମେରିକାର ଶିକାଗୋ ଓ ଗ୍ରେଟର ବୋଷ୍ଟନରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭିଡ଼ହିଂସା ଏବଂ ଘୃଣା ଅପରାଧ ବନ୍ଦକରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଓ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଭାରତୀୟ ବଂଶୋଦ୍ଭବ, ଦକ୍ଷିଣ ଏସୀୟ ଓ ଆମେରିକୀୟଙ୍କ ସମେତ ବିଭିନ୍ନ ସଙ୍ଗଠନର ପ୍ରତିନିଧି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ। କେତେଜଣଙ୍କ ପ୍ଲାକାର୍ଡରେ ଲେଖାଥିଲା, ‘ଅଖ୍‌ଲାକ୍‌, ପେହଲୁ, ଅଫ୍‌ରାଜୁଲ, ଜୁନୈଦ୍‌, ତବରେଜ୍‌। ତୁମ ପାଳି ଆସିବା ପୂର୍ବରୁ ଏହାକୁ ବନ୍ଦ କର।’

‘କେନ୍ଦ୍ର ସରକାର ନୀରବଦ୍ରଷ୍ଟା’


ଗୋବଂଶକୁ ସୁରକ୍ଷା ଦେବା ଆଳରେ ମୁସଲମାନ୍‌ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଉଥିବାବେଳେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ରବିବାର ଦିଲ୍ଲୀ ଜାମା ମସ୍‌ଜିଦ୍‌ର ଇମାମ ବୁଖାରୀ ସମାଲୋଚନା କରିଛନ୍ତି।
ସାହି ଇମାମ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ମୁସଲିମ୍‌ମାନେ ସରକାରଙ୍କ ଭେଦଭାବପୂର୍ଣ୍ଣ ମନୋଭାବର ଶିକାର ହେଉଛନ୍ତି। ଜଣେ ଭାରତୀୟ ମୁସଲମାନ ପ୍ରତିନିଧି ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି। ତାକୁ ଧମକ ଦେଇ ଦମନ ଓ ଆତଙ୍କିତ କରାଯାଉଛି। ଏଥିଯୋଗୁ ସେମାନଙ୍କ ଧୈର୍ଯ୍ୟର ସୀମା ଟପିଗଲାଣି। ଆକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଲୋକେ ଆଇନକୁ ଉପହାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି...

କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଭାଜପା ସହଯୋଗୀକୁ ଲାଗିଲା ବଡ଼ ଝଟ୍‌କା

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ)କୁ ଏକ ବଡ଼ ଝଟ୍‌କା ଲାଗିଛି। ଚାନ୍ନାପାଟନା ସିଟି ମ୍ୟୁନିସିପାଲିଟି କାଉନସିଲରେ ୧୬ଜଣ ଜେଡିଏସ କାଉନସିଲରଙ୍କ ମଧ୍ୟରୁ ୧୩ଜଣ...

ବଦଳିଗଲେ ମାଳଦ୍ୱୀପ ରାଷ୍ଟ୍ରପତି: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ୍‌’, ଆଉ ଏବେ ‘ଥ୍ୟାଙ୍କ୍‌ ୟୁ’

ନୂଆଦିଲ୍ଲୀ/ମାଲେ: ଆଜିକାଲି ମାଳଦ୍ୱୀପ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ପ୍ରଦାନ କରି ମାଳଦ୍ୱୀପକୁ ପୁଣିଥରେ ଏକ ବର୍ଷ ପାଇଁ...

ଭାରତରେ ହେବାକୁ ଥିଲା କ୍ୱାଡ୍‌ ସମ୍ମିଳନୀ, ଶେଷ ମୁହୂର୍ତ୍ତରେ କାହିଁକି ହେଲା ଆମେରିକାରେ ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତରେ ଯାଇ ‘କ୍ୱାଡ୍‌ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି। ଏହି ଅବଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି।...

ଅସୁରକ୍ଷିତ ଖାଦ୍ୟ: ବର୍ଷକୁ ୪.୨ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୯: ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ...

ପାକ୍‌ ମନ୍ତବ୍ୟ: ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ,୨୧ା୯: କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri