ଭାରତର ମନ୍ଥର ଅଭିବୃଦ୍ଧି ଚିନ୍ତାଜନକ: ନୋବେଲ ବିଜେତା ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ,୧୫-୧୦: ଭାରତରେ ବର୍ତ୍ତମାନ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାକୁ ନେଇ ଅର୍ଥନୀତିଜ୍ଞ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ ଏହି ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦେଶର ଜିଡ଼ିପି ଅଭିବୃଦ୍ଧିରେ ମନ୍ଥରତା ଅତ୍ୟନ୍ତ ଚିନ୍ତାଜନକ ପ୍ରସଙ୍ଗ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି।
ସେ କହିଛନ୍ତି ଯେ, ଭାରତର ଅର୍ଥନୀତି ବର୍ତ୍ତମାନ ଅସ୍ଥିର ସ୍ଥିତିରେ ଥିବାରୁ ସରକାର ବିଭିନ୍ନ ନୀତି ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଉପଲବ୍ଧ ଥିବା ଡାଟା ମୁତାବକ ଦେଶର ଅର୍ଥ ବ୍ୟବସ୍ଥା ଶୀଘ୍ର ଉନ୍ନତ ସ୍ଥିତିକୁ ଫେରିବ ବୋଲି ପ୍ରତିଶ୍ରୁତି ଦେଇ ହେବ ନାହିଁ। ଗତ ୬ ବର୍ଷରେ ଅନ୍ତତଃ ପକ୍ଷେ କିଛି ଅଭିବୃଦ୍ଧି ସାଧିତ ହୋଇଥିବା ଦେଖାଯାଇଥିଲା। ମାତ୍ର ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଅଲଗା ହୋଇପଡିଛି। ସରକାର ଏମିତି ନୀତି ଆଣିବା ଆବଶ୍ୟକ ଯାହା ପ୍ରକୃତରେ କାମ କରିବ। କିଛି ନୀତି କାମ ଦେବ ବୋଲି ସେ କଥା କଳ୍ପନା କରିବା ଏବଂ ଏହାର ବାସ୍ତବତା ଦୁଇଟି ଭିନ୍ନ ପ୍ରସଙ୍ଗ। ବିଶ୍ୱ ସ୍ତରରେ ଦାରିଦ୍ର୍ୟ ବିରୋଧରେ ଲଢେଇ ପାଇଁ ନିଜର ଯୋଗଦାନ ଲାଗି ବାନାର୍ଜୀ ସୋମବାର ୨୦୧୯ର ଅର୍ଥନୀତି ନୋବେଲ ଲାଭ କରିଛନ୍ତି। ବିଭିନ୍ନ ଦିଗକୁ ବିଚାର କରି ଭାରତ ସରକାର ସତର୍କତା ଅବଲମ୍ବନ କରନ୍ତୁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତରେ ରାଜନୈତିକ ଉଦ୍ଦେଶ୍ୟ ଜଡିିତ ଥିବାରୁ କୌଣସି ନୀତି ଘୋଷଣା ବେଳେ ଅନେକ ଆଗ୍ରହ ଦେଖାଯାଇଥାଏ। ନୀତି ଘୋଷଣା କରିବା ପରେ ଏହା ସାଧାରଣତଃ ଭଲ ବୋଲି ବିଚାର କରାଯାଏ। କୌଣସି ନୀତି ଆସିବାକୁ ଥିଲେ ଏହା ଠିକ୍‌ ଭାବେ କାମ କରିବ କି ନାହିଁ ତାର ସତର୍କତା ସହ ତର୍ଜମା ହେବାର ଆବଶ୍ୟକତା ରହିଛି। ଏହା ପରେ ଯାଇ ଏହାକୁ ଲାଗୁ କରାଯିବ କି ନାହିଁ ବିଚାର କରାଯିବା ଆବଶ୍ୟକ। ମାତ୍ର ବର୍ତ୍ତମାନ ଏହା ହେଉ ନାହିଁ। ପ୍ରକୃତ ପକ୍ଷେ କଣ ହୋଇଛି ତାକୁ ଦେଖାଯାଉ ନାହିଁ। ଦେଶର ନୀତି ନିର୍ଦ୍ଧାରକମାନେ ଏଭଳି ପ୍ରସଙ୍ଗକୁ ଆଂଶିକ ଭାବେ ଦେଖୁଛନ୍ତି। ଜିଏସ୍‌ଟି ଠିକ୍‌ ଭାବେ ଲାଗୁ ହୋଇ ଥିବା ପ୍ରସଙ୍ଗକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନିକଟରେ କହିଥିଲେ ଯେ, ଏହା ଅସୁବିଧା ସୃଷ୍ଟି କରିଥିଲେ ମଧ୍ୟ ଦେଶର ଆଇନ ହୋଇ ସାରିଛି। ଅର୍ଥମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ବାନାର୍ଜି ନିଜର ମତ ରଖିଥିବା ଜଣାପଡ଼ିଛି।
୨୦୧୭ରେ ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପକୁ ନେଇ ମଧ୍ୟ ବାନାର୍ଜୀ ନିଜର ପ୍ରତିକ୍ରିୟା ରଖିଥିଲେ। ଭାରତରେ ବିମୁଦ୍ରୀକରଣ ଲାଗୁ ପଛର ଯୁକ୍ତିକୁ ସେ ବୁଝି ପାରୁ ନ ଥିବା କହିଥିଲେ। ୫୮ ବର୍ଷୀୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏହି ଆଲୁମିନି ଉପା ସରକାରଙ୍କ ସମୟରେ ଲାଗୁ ହୋଇଥିବା ଜାତୀୟ ଗ୍ରାମୀଣ ନିଶ୍ଚତ କର୍ମନିଯୁକ୍ତି ଯୋଜନା(ଏନ୍‌ଆର୍‌ଇଜିଏ)କୁ ପ୍ରଶଂସା କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପିଏମ୍‌ କିଷାନ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ୨୦୧୪ ପରଠାରୁ ଗ୍ରାମୀଣ ଆୟରେ ଅନେକ ମାତ୍ରାରେ ହ୍ରାସ ଘଟିଥିବା ସେ ମତ ରଖିଛନ୍ତି। ରିୟଲ ଇଷ୍ଟେଟ ଭଳି କ୍ଷେତ୍ରଗୁଡିକରେ ଅଣକୁଶଳି ନିଯୁକ୍ତି ବେଶି ହେଉଥିବାରୁ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖା ଦେଲେ ଗ୍ରାମୀଣ ଆୟ ମଧ୍ୟ ପ୍ରଭାବିତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ନିକଟରେ ସେ କେତେକ ପରାମର୍ଶ ଦେଇଥିଲେ। ନିଯୁକ୍ତି ସୃଷ୍ଟି ଯୋଜନା ଏବଂ ବେତନ ବୃଦ୍ଧି ଦ୍ୱାରା ଲୋକଙ୍କ ନିକଟକୁ ଅର୍ଥ ପ୍ରଦାନ, କୃଷକଙ୍କ ଆୟ ବୃଦ୍ଧି ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri