ନୂଆଦିଲ୍ଲୀ,୧୭।୪: ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଆଇଏମ୍ଏଫ୍ ପ୍ରଶଂସା କରିଛି। ଏଭଳି ପଦକ୍ଷେପ ବିବେକପୂର୍ଣ୍ଣ ବୋଲି ଏହି ଏଜେନ୍ସି କହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରେ ଆଇଏମ୍ଏଫ୍ ଦ୍ୱିତୀୟ ଅନ୍ତର୍ଜାତୀୟ ଏଜେନ୍ସି ଯାହା ଭାରତକୁ ପଦକ୍ଷେପକୁ ପ୍ରଶଂସା କରିଛି। ସରକାରଙ୍କ ଲକ୍ଡାଉନ ପଦକ୍ଷେପକୁ ଏହି ଏଜେନ୍ସି ପ୍ରଶଂସା କରିଛି। ବିକାଶ ହାର କମିଲେ ମଧ୍ୟ ଏହା ନିଶ୍ଚିତ ପକ୍ଷେ ଏକ ବିକେବପୂର୍ଣ୍ଣ ପଦକ୍ଷେପ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଏହା ପ୍ରଶଂସା କରିଥିବା ବେଳେ ଯଦି କରୋନା ପ୍ରଭାବ ଶୀଘ୍ର ବଜାରରୁ ନ ଯାଏ ତେବେ ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି କୁହାଯାଇଛି।