ରାଞ୍ଚି,୨୨।୧୦:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ସେନାର ୨୦ ବର୍ଷ ପୁରୁଣା ଗାଡି କିଣିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଧୋନୀଙ୍କ ସହର ରାଞ୍ଚିରେ ଖେଳାଯାଉଥିବାବେଳେବେଳେ ଷ୍ଟାଡିୟମରେ ତାଙ୍କୁ ଅପେକ୍ଷା କରାଯାଇଥିଲା। କିନ୍ତୁ ସେ ସେଠାକୁ ନ ଯାଇ ରାଞ୍ଚି ରାସ୍ତାରେ ନିଶାନ ଜୋଙ୍ଗା ଗାଡି ଚଲାଉଥିବାର ଦେଖାଯାଇଥିଲା। ଧୋନୀ ୨୦ ବର୍ଷ ପୁରୁଣା ଏହି ଗାଡିଟିକୁ ପଞ୍ଜାବର ଜଣେ ବ୍ୟକ୍ତିଙ୍କଠାରୁ କିଣିଛନ୍ତି। ଜାପାନ କାର୍ କମ୍ପାନୀ ନିଶାନ ୧୯୯୯ରେ ଗାଡିଟିର ନିର୍ମାଣ ବନ୍ଦ କରିଦେଇଥିଲା। ଭାରତୀୟ ସେନାରେ ଏହି ଗାଡିଟି ବେଶ୍ ଲୋକପ୍ରିୟତା ଥିଲା। ସୋମବାର ନିଶାନ ଜୋଙ୍ଗା ଚଲାଇ ପେଟ୍ରୋଲ ପମ୍ପ ପାଖରେ ଅଟକି ଯିବାରୁ ତାଙ୍କୁ ପ୍ରଶଂସକ ଘେରିଯାଇଥିଲେ।