Posted inଖେଳ

ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ଫୋକସ୍‌ରେ ପାଣ୍ଡ୍ୟା

ଧର୍ମଶାଳା,୧୨।୩ (ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଗୁରୁବାର ଦୁଇ ଦଳ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ନ୍ୟୁଜିଲାଣ୍ଡ ଗସ୍ତର ବିଫଳତାକୁ ଭୁଲ ଭାରତ ଏକ ନୂଆ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସାରା ବିଶ୍ୱରେ କରୋନାଭାଇରସ ଆତଙ୍କ ଓ ବର୍ଷା ସମ୍ଭାବନା ମ୍ୟାଚ୍‌କୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରି ଦଳରେ ଯୋଗ ଦେଇଛନ୍ତି। ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନ୍ୟୁଜିଲାଣ୍ଡ ବିପକ୍ଷ ଗତ ଦିନିକିଆ ସିରିଜରେ ଭାରତ ୩-୦ରେ ପରାସ୍ତ ହୋଇଥିଲା। ଏହି ପରାଜୟ ଗ୍ଳାନିକୁ ଭୁଲି ଭାରତୀୟ ଅଧିନାୟକ ବିରାଟ କୋହଲି ନିଶ୍ଚିତ ଭାବେ ପ୍ରୟାସ କରିବେ।
ମାଞ୍ଚେଷ୍ଟରରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ପାଣ୍ଡ୍ୟା ଶେଷଥର ପାଇଁ ଦିନିକିଆ ଖେଳିଥିଲେ। ସେହିପରି ଗତ ସପ୍ଟେମ୍ବର ମାସରେ ସେ ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷଥର ପାଇଁ ଟି୨୦ ମ୍ୟାଚ୍‌ ଖେଳିଥିଲେ। କିଛିଦିନ ତଳେ ଅନୁଷ୍ଠିତ ଡିୟାଇ ପାଟିଲ କର୍ପୋରେଟ କପ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ କରି ପାଣ୍ଡ୍ୟା ନିଜର ଫର୍ମ ଓ ଫିଟ୍‌ନେସର ପ୍ରମାଣ ଦେବା ସହ ଜାତୀୟ ଦଳକୁ ଫେରିଥିଲେ। ଆଗକୁ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଅଧିନାୟକ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ଦିନିକିଆ ଫର୍ମାଟକୁ ଅଧିକ ପ୍ରଧାନ୍ୟ ଦେଉ ନ ଥିବା ଖୋଲାଖୋଲି ଭାବେ କହିଛନ୍ତି। ତେବେ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଦଳଠାରୁ ଦିନିକିଆ ସିରିଜ ହାରିବାକୁ ଭାରତ ଚାହିଁବ ନାହିଁ। ଗତ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ଘରୋଇ ପରିବେଶରେ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରି କ୍ଲିନ୍‌ ସୁଇପ୍‌ କରିଥିଲା।
କ୍ରମାଗତ ଭାବେ ୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ (୩ ଦିନିକିଆ, ୨ ଟେଷ୍ଟ) ହାରିବା କୋହଲିଙ୍କ ପାଇଁ ଏକ ବଡ଼ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଛି। ଗତ ୬ ବର୍ଷ ମଧ୍ୟରେ ସେ ପ୍ରଥମଥର ପାଇଁ ଏଭଳି ଏକ ଅଲୋଡା ଖରାପ ସମୟ ଦେଇ ଗତି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି ମାତ୍ର ୭୫ ରନ ସଂଗ୍ରହ କରିଛନ୍ତି। ତାଙ୍କ ପ୍ରତିଭା ଓ ଦକ୍ଷତା ତୁଳନା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହା କୋହଲିଙ୍କ ପାଇଁ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି କୋହଲି ନିଜ ସମାଲୋଚକଙ୍କୁ ମଧ୍ୟ ଚୁପ୍‌ କରିବାକୁ ଚାହିଁବେ। ଚଳିତ କ୍ୟାଲେଣ୍ଡର ବର୍ଷରେ ଦିନିକିଆକୁ ଆମେ ଅଧିକ ଗୁରୁତ୍ୱ ଦେବୁ ନାହିଁ ବୋଲି କହିବା ପରେ ସମାଲୋଚକ ମାନେ ଆହୁରି ରୁକ୍ଷ ହୋଇଛନ୍ତି। ପାଣ୍ଡ୍ୟାଙ୍କ ସହିତ ଇଞ୍ଜୁରିରୁ ଫେରିଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଭାରତୀୟ ଦଳକୁ ଆହୁରି ଶକ୍ତିଶାଳୀ କରିଛନ୍ତି। ଫଳରେ ଭାରତ କାଗଜ କଲମରେ ଫେଭରାଇଟ ମନେ ହେଉଛି। ଗତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ଅବସରରେ ଧାଓ୍ବନ କାନ୍ଧରେ ଆଘାତର ପାଇଥିବା ବେଳେ ଭୁବନେଶ୍ୱର ସ୍ପୋଟର୍‌ସ ହାର୍ନିଆର ଆସ୍ତ୍ରୋପଚାର କରାଇଥିଲେ। ଏହି ୩ ଖେଳାଳି ନ୍ୟୁଜିଲାଣ୍ଡ ଗସ୍ତରେ ସାମିଲ ହୋଇ ନ ଥିଲେ।
ମନୀଷ ପାଣ୍ଡେଙ୍କୁ ୬ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। କେଦାର ଯାଦବଙ୍କୁ ଶେଷରେ ଦଳରୁ ବାଦ୍‌ ଦିଆଯାଇଛି। କାଫ୍‌ ଇଞ୍ଜୁରି କାରଣରୁ ତାରକା ଓପନର ରୋହିତ ଦଳରୁ ବାଦ୍‌ ପଡିଛନ୍ତି। ତାଙ୍କ ଅନୁପସ୍ଥିତିରେ ଧାଓ୍ବନଙ୍କୁ ଗୁରୁଦାୟିତ୍ୱ ତୁଲାଇବାକୁ ହେବ। ନ୍ୟୁଜିଲାଣ୍ଡ ସିରିଜରେ ଦୁଇ ଭାରତୀୟ ଓପନର ସାଂଘାତିକ ଭାବେ ବିଫଳ ହୋଇଥିଲେ। ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ ସ୍ଲଗ୍‌ ଓଭରରେ ଭାରତୀୟ ବୋଲିଂର ଗଭିରତା ବଢାଇବ। ଯୁବ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ସ୍ଲଗ୍‌ ଓଭରରେ ବିଫଳ ହୋଇଛନ୍ତି। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ କାନ୍ଧରେ ଆହତ ହେବା ଫଳରେ ଏହି ସିରିଜରୁ ବିଶ୍ରାମ ନେଇଛନ୍ତି। କୁଲଦୀପ ଯାଦଙ୍କୁ ଦଳରେ ସାମି ନ କରାଗଲେ ଦ୍ରୁତ ବୋଲରଙ୍କୁ ସୁହାଉଥିବା ଧର୍ମଶାଳା ପିଚ୍‌ରେ ରବୀନ୍ଦ୍ର ଜଡେଜା ଖେଳିବା ଆଶା କରାଯାଉଛି।
ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରି ନିଜର ଆତ୍ମ ବିଶ୍ୱାସକୁ ଆହୁରି ଦୃଢ କରିଛି। ଦଳରେ କ୍ୱିଣ୍ଟନ ଡିକକ୍‌, ଫାଫ୍‌ା ଡୁପ୍ଲେସି ଓ ଡେଭିଡ ମିଲରଙ୍କ ଭଳି ବିଶ୍ୱସ୍ତରୀରେ ଖେଳାଳି ସାମିଲ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଶ୍ରାମ ନେଇଥିବା ଫାଫ୍‌ ଡୁପ୍ଲେସି ଓ ରାସି ଭାନ ଡେର ଡୁସେନ ଭାରତ ଗସ୍ତରେ ସାମିଲ ହୋଇଛନ୍ତି। ନେତୃତ୍ୱ ଛାଡିବା ପରେ ଡୁପ୍ଲେସି ଭଲ ଫର୍ମରେ ନ ଥିଲେ। ଫଳରେ ଏହି ସିରିଜରେ ସେ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଥିବା ହେନେରିଚ କ୍ଲାସେନ ଓ କାଲେ ଭେରିନ୍‌ ଏହି ସିରିଜରେ ମଧ୍ୟ ଫର୍ମ ବଜାୟ ରଖିବେ ବୋଲି ଆଶା କରାଯାଉଛି। ସେହିପରି ହାର୍ମଷ୍ଟ୍ରିଙ୍ଗ୍‌ ଷ୍ଟ୍ରେନ୍‌ରୁ ମୁକ୍ତ ହୋଇଥିବା ଟେମ୍ବା ବଭୁମା ଦଳକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମ୍ୟାଚ୍‌ ବିଜୟୀ ଶତକୀୟ ଇନିଂସ ଖେଳିଥିବା ଜାନେମାନ ମଲାନ ମଧ୍ୟ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଏହି ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଦିନିକିଆ ଖେଳିବାକୁ ଯାଉଛି। ତେବେ ଭାରତ ଏଠାରେ ପୂର୍ବରୁ ୪ଟି ମ୍ୟାଚ୍‌ ଖେଳିସାରିଛି। ଏଠାରେ ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୩ଥର ବିଜୟୀ ହୋଇଛି। ଦ୍ୱିତୀୟ ଓ ତୃତୀୟ ଦିନିକିଆ ଆସନ୍ତା ୧୫ ଓ ୧୮ ତାରିଖରେ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ନବଦୀପ ସଇନି, କୁଲଦୀପ ଯାଦବ ଓ ଶୁବମନ ଗିଲ।
ଦକ୍ଷିଣ ଆଫ୍ରିକା ଦଳ: କ୍ୱିଣ୍ଟନ ଡିକକ (ଅଧିନାୟକ), ଟେମ୍ବା ବଭୁମା, ରାସି ଭାନ ଡେର ଡୁସେନ, ଫାଫ୍‌ ଡୁପ୍ଲେସି, କାଏଲ ଭେରେନ, ହେନରିଚ କ୍ଲସେନ, ଜାନେମନ ମଲାନ, ଡେଭିଡ ମିଲର, ଜନ-ଜନ ସ୍ମୁଟ୍ସ, ଆଣ୍ଡିଲ ଫେଲୁକ୍ୱାଓ୍ବୋ, ଲୁନ୍‌ଗି ଏନ୍‌ଗିଡି, ଲୁଥୋ ସିପାମ୍ଲା, ବେଉରାନ ହେଣ୍ଡ୍ରିକ୍ସ, ଅନରିଚ ନୋର୍ଜ, ଜର୍ଜ ଲିଣ୍ଡେ ଓ କେଶବ ମହାରାଜ।
ମ୍ୟାଚ୍‌ ଆରମ୍ଭ: ୧.୩୦
ସ୍ଥାନ: ଧର୍ମଶାଳା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା...

ଚମତ୍କାର ଅନୁଭବ, ସ୍ବପ୍ନ ସାକାର ହୋଇଛି…

ନୂଆଦିଲ୍ଲୀ, ୨୪।୯ ଭାରତୀୟ ମହିଳା ଓ ପୁରୁଷ ଦଳ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଏଥିପାଇଁ ଦେଶର ଚେସ୍‌ ମହଲରେ...

ରୋହିତ ଶର୍ମା ହେଉଛନ୍ତି ହେଉଛନ୍ତି ୨୪ କ୍ୟାରେଟ୍‌ ସୁନା: କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୯: ରୋହିତ ଶର୍ମା ଏବେ ଭାରତର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଅଛନ୍ତି। ରୋହିତ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ ଟି-୨୦ରୁ...

ପୁଣି ହୃଦୟ ଜିତିଲେ ଧୋନୀ: ଚେନ୍ନାଇ ସୁପର କିଙ୍ଗ୍ସଠାରୁ ନେବେ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ,୨୩।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନାହାନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ...

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ...

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri