Posted inଖେଳ

ଭାରତ ପାଇଁ ସମ୍ମାନର ପ୍ରଶ୍ନ

ଭୁବନେଶ୍ୱର, ୧୪।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ଭାରତ ଓ ମରକ୍କୋ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ରାତି ୮ଟାରେ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚରେ ଗତ ମଙ୍ଗଳବାର ଆମେରିକାଠାରୁ ୦-୮ ଗୋଲରେ ହାରି ବ୍ୟାକ୍‌ଫୁଟରେ ରହିଛି। ଅନ୍ୟପକ୍ଷରେ ନିଜର ପଦାର୍ପଣ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ କଡ଼ା ଟକ୍କର ଦେଇଥିଲା ଆଫ୍ରିକୀୟ ଦେଶ ମରକ୍କୋ। ଫଳରେ ବ୍ରାଜିଲ ମାତ୍ର ୧-୦ ଗୋଲରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା। ତେଣୁ ଆଗାମୀ ଭାରତ-ମରକ୍କୋ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ଲୋ ର଼୍ୟାଙ୍କପ୍ରାପ୍ତ ମରକ୍କୋକୁ ଭେଟୁଥିବାରୁ ଭାରତ ପାଇଁ ଏହି ମ୍ୟାଚ ସମ୍ମାନର ପ୍ରଶ୍ନ ହେବ।
ଆୟୋଜକ ଦେଶଭାବେ ଭାରତ ଏହି ଟୁର୍ନାମେଣ୍ଟରେ ପ୍ରଥମଥରପାଇଁ ଖେଳିବା ସୁଯୋଗ ପାଇଛି। ଅନ୍ୟପକ୍ଷରେ ମରକ୍କୋ ଆଫ୍ରିକାନ୍‌ କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି। ବିଶ୍ୱକପ ଯୋଗ୍ୟତା ପଥରେ ଘାନା ପରି ଶକ୍ତିଶାଳୀ ଦଳକୁ ପେନାଲ୍ଟି ଶୁଟ୍‌ ଆଉଟରେ ପରାସ୍ତ କରିଥିଲା ମରକ୍କୋ। ତେଣୁ ଭାରତ ପାଇଁ ଆଗାମୀ ମ୍ୟାଚ ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆମେରିକା ଖେଳାଳିଙ୍କ ଫିଟ୍‌ନେସ, ସ୍ପିଡ୍‌, ଟେକ୍ନିକ ଆଦି ସବୁ ବିଭାଗରେ ଭାରତୀୟ ଖେଳାଳିମାନେ ପଛରେ ପଡ଼ି ଯାଇଥିଲେ। ତେବେ ମରକ୍କୋ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଭାରତୀୟ କୋଚ୍‌ ଥୋମାସ ଡେନର୍ବି ଆଶା ରଖିଛନ୍ତି। ”ଆମକୁ ଲଢ଼େଇ କରିବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ“ ବୋଲି ଡେନର୍ବି କହିଛନ୍ତି। ଭାରତ ଏହାର ଶେଷ ଗ୍ରୁପ୍‌ ମ୍ୟାଚରେ ଟାଇଟଲ ଫେଭରାଇଟ ବ୍ରାଜିଲକୁ ଆଗାମୀ ୧୭ ତାରିଖରେ ଭେଟିବ। ତେଣୁ ମରକ୍କୋ ବିପକ୍ଷ ମ୍ୟାଚ ଜିତି ଦଳକୁ ମନୋବଳ ବଢ଼ାଇବାକୁ ପଡ଼ିବ। ଭାରତୀୟ ଖେଳାଳିଙ୍କ ନିକଟରେ ସ୍ପିଡ୍‌ ବଢ଼ାଇବାର କ୍ଷମତା ରହିଛି। ମାତ୍ର ଫୁଟବଲ ଖାଲି ରନିଂ କିମ୍ବା ସ୍ପ୍ରିଣ୍ଟ ଗେମ୍‌ ନୁହେଁ। ଉଚିତ ସମୟରେ ଠିକ୍‌ ନିଷ୍ପତ୍ତି ନେବା ବଡ଼କଥା ବୋଲି ଡେନର୍ବି କହିଛନ୍ତି।
ବ୍ରାଜିଲ ବିପକ୍ଷ ମ୍ୟାଚରେ ମରକ୍କୋ ଅଧିକାଂଶ ସମୟ ରକ୍ଷଣାତ୍ମକ ଖେଳିଥିଲା। ସେମାନେ କେବଳ ୪ଟି ଶଟ୍‌ ବ୍ରାଜିଲ ଗୋଲପୋଷ୍ଟକୁ ଟାର୍ଗେଟ କରି ପାରିଥିଲେ। ବ୍ରାଜିଲ ଫରଓ୍ବାର୍ଡମାନେ ଅନେକ ସହଜ ସୁଯୋଗ ହାତଛଡ଼ା କରିଥିଲେ। ନଚେତ ଏହି ଦଳ ବଡ଼ ବ୍ୟବଧାନରେ ବିଜୟୀ ହୋଇଥାନ୍ତା। ମରକ୍କୋ ଗୋଲପୋଷ୍ଟକୁ ବ୍ରାଜିଲ ଖେଳାଳି ୧୭ ଶଟ୍‌ ଟାର୍ଗେଟ କରିଥିଲେ। ଚାପର ବଶବର୍ତ୍ତୀ ନହୋଇ ଭାରତ ଆଗାମୀ ମ୍ୟାଚରେ ସ୍ବାଭାବିକ ଖେଳ ଖେଳିବାର ଅଛି। ଏହା ହେଲେ ଯାଇ ଘରୋଇ ଦଳପାଇଁ ବିଜୟ ସୁଯୋଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri