ମେଲବୋର୍ନ,୬ା୧୨ (ପି.ଟି.)-୨୦୨୧ରେ ଭାରତର ଡାଉନ୍ ଅଣ୍ଡର ଟୁର୍ ବେଳେ ଭାରତ ବିପକ୍ଷରେ ଏକାଧିକ ଦିବାରାତ୍ର ଟେଷ୍ଟ ଟୁର୍ ଖେଳିବା ଲାଗି ଅଷ୍ଟ୍ରେଲିଆ ଆଗ୍ରହ ପ୍ରକାଶ କରିଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିବ। ଆସନ୍ତାବର୍ଷ ଜାନୁୟାରୀରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳେ ଦୁଇ ବୋର୍ଡର କର୍ମକର୍ତ୍ତାଗଣ ଏହି ପ୍ରସଙ୍ଗରେ ଆଲୋଚନା କରିବେ।ଆଲୋଚନାବେଳେ କ୍ରିକେଟ ଅଷ୍ଟ୍ରେଲିଆ ପ୍ରତିନିଧି ଦଳର ନେତୃତ୍ୱ ନେବେ ଏହାର ଚେୟାରମ୍ୟାନ ଏର୍ଲ ଏଡିଙ୍ଗ୍ସ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏ ବିଷୟରେ ସୂଚନା ଦେଇଛନ୍ତି। ଭାରତରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଆସନ୍ତା ବର୍ଷ ଜାନୁୟାରୀ ୧୪ରେ ଆରମ୍ଭ ହେବ। ଭାରତ ଏହାର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ନିକଟରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା ଏବଂ ଏଥିରେ ବିଜୟ ଲାଭ କରିଥିଲା।