Posted inଖେଳ

ଭାରତ ସିରିଜ ବିଜୟୀ

ମୁମ୍ବାଇ, ୧୧।୧୨-ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୬୭ ରନରେ ହରାଇ ଦେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ବୃହତ୍‌ ୨୪୧ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୭୩ ରନ କରିବାକୁ ସକ୍ଷମ ହୋଇଥିଲା। ଏଥି ସହିତ ଭାରତ ଟି୨୦ ସିରିଜକୁ ୨-୧ ବ୍ୟବଧାନରେ ସିରିଜ ବିଜୟୀ ହୋଇଛି।
ବୃହତ୍‌ ବିଜୟ ଲକ୍ଷ୍ୟ ଜନିତ ଚାପରୁ ମୁକୁଳି ପାରି ନ ଥିଲା ଓ୍ବେଷ୍ଟଇଣ୍ଡିଜ। ଦଳର ଇନିଂସ ଆରମ୍ଭରେ ଏହା ପରିକ୍ଷଲିତ ହୋଇଥିଲା। ବଡ଼ ଶଟ୍‌ ଖେଳିବା ଆଶାରେ ମାତ୍ର ୧୭ ରନ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜର ୩ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ କିଙ୍ଗ୍‌(୫), ଲେଣ୍ଡଲ ସିମନ୍ସ(୭) ଓ ନିକୋଲାସ ପୁରନ(୦) ଆଉଟ ହୋଇ ଯାଇଥିଲେ। ଶିମରନ ହେଟମେର ଓ ଅଧିନାୟକ କିରନ ପୋଲାର୍ଡ ଦ୍ରୁତ ହାରରେ ରନ ସଂଗ୍ରହ କରି ୪ର୍ଥ ଉଇକେଟ ଯୋଡ଼ିରେ ୭୪ ରନ ଯୋଗ କରିଥିଲେ। ମାତ୍ର ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ହେଟମେର ୨୪ ବଲ୍‌ରୁ ୧ ଚୌକା ଓ ୫ ଛକା ସହାୟତାରେ ୪୧ ରନ କରିଥିବାବେଳେ କୁଲଦୀପ ଯାଦବଙ୍କ ବଲ୍‌ରେ କ୍ରମାଗତ ତୃତୀୟ ଛକା ମାରିବା ଉଦ୍ୟମରେ ଆଉଟ ହୋଇଥିଲେ। ମିଡଲ ଅର୍ଡରରେ ଜାସନ ହୋଲ୍ଡର ମାତ୍ର ୮ ରନ କରିବାକୁ ସକ୍ଷମ ହୋଇଥିଲେ। ପୋଲାର୍ଡ ଷ୍ଟ୍ରୋକପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାଙ୍କ ଆଉଟ ସହ ଓ୍ବେଷ୍ଟଇଣ୍ଡିଜ ଲଢ଼େଇ ଶେଷ ହୋଇ ଯାଇଥିଲା। ୩୯ଟି ବଲ୍‌ର ସମ୍ମୁଖୀନ ହୋଇଥିବା ପୋଲାର୍ଡ ୫ ଚୌକା ଓ ୬ ଛକା ସହାୟତାରେ ସର୍ବାଧିକ ୬୮ ରନ ସ୍କୋର କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ଦୀପକ ଚହର ଓ ମହମ୍ମଦ ଶାମି ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ।

ରୋହିତ-ରାହୁଲଙ୍କ ଶତକୀୟ ଭାଗୀଦାରି
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଓ୍ବେଷ୍ଟଇଣ୍ଡିଜ। ସିରିଜ ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜଭାବେ ନେଇଥିଲା ଟିମ୍‌ ଇଣ୍ଡିଆ। ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ପ୍ରଥମ ଉଇକେଟରେ ଦ୍ରୁତ ଶତକୀୟ ଭାଗୀଦାରି ଗଢ଼ି ଦଳପାଇଁ ବଡ଼ ସ୍କୋରର ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ରୋହିତ ଏଠାରେ ଖେଳିଥିଲେ ଦର୍ଶନୀୟ ଇନିଂସ। ଦଳୀୟ ସ୍କୋର ୧୧.୪ ଓଭରରେ ୧୩୫ରେ ପହଞ୍ଚତ୍ବାପରେ ସେ ବ୍ୟକ୍ତିଗତଭାବେ ୭୧ ରନ କରି ଆଉଟ ହୋଇଥିଲେ। ମାତ୍ର ୩୪ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରୋହିତ ନିଜ ଇନିଂସ ମଧ୍ୟରେ ୬ ଚୌକା ଓ ୫ ଛକା ମାରିଥିଲେ। ଏହି ଅବସରରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ପୂରଣ କରିଥିଲେ। ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନଭାବେ ସେ ଏହି ଗୌରବ ଅର୍ଜନ କରିଥିଲେ। ରୋହିତଙ୍କୁ ଆଉଟ କରି କେସରିକ୍‌ ଓ୍ବିଲିୟମ୍ସ ଓ୍ବେଷ୍ଟଇଣ୍ଡିଜକୁ ପ୍ରତୀକ୍ଷିତ ବ୍ରେକ୍‌ଥ୍ରୁ ଦେଇଥିଲେ। ଯୁବ ଉଇକେଟ କିପର ରିଷଭ ପନ୍ତ ଆରମ୍ଭରୁ ବଡ଼ ଶଟ୍‌ ଖେଳିବା ଚକ୍କରରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ତେବେ ଏହାର କୌଣସି ପ୍ରଭାବ ଭାରତୀୟ ଇନିଂସ ଉପରେ ପଡ଼ି ନ ଥିଲା। ଅଧିନାୟକ କୋହଲି କ୍ରିଜରେ ଯୋଗ ଦେବାପରେ ରନହାର ପୂର୍ବାପେକ୍ଷା ଆହରି ଦ୍ରୁତ ହାରରେ ବୃଦ୍ଧି ପାଇଥିଲା। ଭଲ ଆରମ୍ଭ କରିଥିବା ରାହୁଲ ନିଜ ଇନିଂସର ଶେଷ ଭାଗରେ ଅପେକ୍ଷାକୃତ ଧିମା ହୋଇଯାଇଥିଲେ ହେଁ ବିରାଟ ଖେଳିଥିଲେ ବିସ୍ଫୋରକ ଇନିଂସ। ଉଭୟ ବ୍ୟାଟ୍ସମ୍ୟାନ ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କୁ ଧୂଳି ଚଟେଇ ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ୨୦ତମ ଓଭରର ୪ର୍ଥ ବଲ୍‌ରେ ଆଉଟ ହୋଇଥିଲେ ରାହୁଲ। ୫୬ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରାହୁଲ ୯ ଚୌକା ଓ ୪ ଛକା ସହାୟତାରେ ୯୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ସେ ମାତ୍ର ୯ ରନ ପାଇଁ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ତେବେ ଓ୍ବାଙ୍ଖଡେ ଷ୍ଟାଡିୟମରେ ରାହୁଲଙ୍କ ଚମତ୍କାରିତା ଅବ୍ୟାହତ ରହିଥିଲା। ଏଠାରେ ନିଜର ପୂର୍ବ ୨ ଇନିଂସରେ ୯୪(୬୦ ବଲ) ଓ ୧୦୦*(୬୪) ରନ କରିଥିବା ରାହୁଲ ଏଥର ମଧ୍ୟ ୯୦ରୁ ଅଧିକ ରନ ସ୍କୋର କରିଥିଲେ। ଫର୍ମରେ ଥିବା ବିରାଟଙ୍କୁ ରୋକିବା ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଥିଲା। ଶେଷ ବଲ୍‌ରେ ଛକା ମାରି ଭାରତୀୟ ଇନିଂସର ମୁଣ୍ଡି ମାରିଥିଲେ ଏହି ଅଧିନାୟକ। ସେ ମାତ୍ର ୨୯ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୭ ଛକା ସହାୟତାରେ ୭୦ ରନ କରି ଅପରାଜିତ ରହିଥିଲେ। ଫଳରେ ଭାରତ ୨୦ ଓଭରରେ ୩ ଉଇକେଟ ହରାଇ ୨୪୦ ରନ କରିବାକୁ ସକ୍ଷମ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ କଟ୍ରେଲ, କେସରିକ୍‌ ଓ୍ବିଲିୟମ୍ସ ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୪୦ ରନ ଟି୨୦ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ସ୍କୋର। ଏହି ଫର୍ମାଟରେ ୨୬୦/୫(ବନାମ ଶ୍ରୀଲଙ୍କା) ଏବଂ ୨୪୪/୪(ବନାମ ଓ୍ବେଷ୍ଟଇଣ୍ଡିଜ) ଭାରତର ସର୍ବାଧିକ ସ୍କୋର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri