ନୂଆଦିଲ୍ଲୀ,୩୧।୫: ବିଶିଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଓ ତାଙ୍କ ସହଯୋଗୀ ଲାଲକୃଷ୍ଣ ଆଡଭାନୀଙ୍କ ଯୋଡି ପରେ ଏବେ ଆଉ ଏକ ଯୋଡି ଆସିଛନ୍ତି ଚର୍ଚ୍ଚାକୁ। ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ନରେନ୍ଦ୍ର ଦାମୋଦର ଦାସ ମୋଦି ଓ ଅମିତ ଅନିଲଚନ୍ଦ୍ର ଶାହଙ୍କ ଯୋଡି ଏବେ ଅଟଳ-ଆଡଭାନୀଙ୍କ ଯୋଡିକୁ ଟକ୍କର ଦେଉଥିବା ଆଲୋଚନା ହେଉଛି। ଅବଶ୍ୟ ଆଡଭାନୀଙ୍କଠାରୁ ଶାହଙ୍କ ସଙ୍ଗଠନର ନେତୃତ୍ୱ ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି। କାରଣ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଶାହ ସମ୍ଭାଳିଥିଲେ ଗୃହ ମନ୍ତ୍ରଣାଳୟ। ଆଉ ମୋଦି କେନ୍ଦ୍ରକୁ ଆସିବା ପରେ ଶାହଙ୍କୁ ମଧ୍ୟ ନେଇ ଆସିଥିଲେ ଓ ଦଳର ଅଧ୍ୟକ୍ଷ ପଦ ଦେଇଥିଲେ। ଯାହାକୁ ଶାହ ବେଶ୍ ସୂଚାରୁରୂପେ ତୁଲାଇ ପାରି ମୋଦିଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି। ଏବେ ମୋଦିଙ୍କ ଦ୍ୱିତୀୟ ପାଳିରେ ବି ଶାହଙ୍କୁ ୨ ନମ୍ବରରେ ରଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।