ଭାର୍ଗବୀ ବ୍ରିଜ୍‌ ଉପରେ ଦୁର୍ଘଟଣା: ପୁଅ ସାମ୍ନାରେ ବାପାଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାଳକାଟି,୧୦।୮(ଡି.ଏନ୍‌.ଏ.): ସ୍ଥାନୀୟ ଭାର୍ଗବୀ ବ୍ରିଜ୍‌ ଉପରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଳକାଟିରୁ ଭୁବନେଶ୍ୱରରୁ ଯାଉଥିବା ବେଳେ ଏକ ବାଇକ୍‌(ଓଡି-୧୩-ଏଲ୍‌-୬୮୫୫)କୁ ହାଇଓ୍ବା ପଛରୁ ଧକ୍କା ଦେବା ଫଳରେ ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ବାଇକ୍‌ଟି ସୁକାନ୍ତ ନାୟକଙ୍କ ନାମରେ ରହିିଛି। ବାଲିଅନ୍ତା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ପୂର୍ବାହ୍ନ ୧୧ଟା ବେଳେ ଉକ୍ତ ବ୍ରିଜ ଉପରେ ବାଇକ୍‌ରେ ବାପାପୁଅ ଯାଉଥିବା ସମୟରେ ଏକ ହାଇଓ୍ବା ଓଭରଟେକ୍‌ କରୁଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାପା ହାଇଓ୍ବାର ପଛ ଚକା ତଳେ ପଡ଼ିଯାଇଥିଲେ। ଗାଡ଼ିଟି ତାଙ୍କର ମୁଣ୍ଡ ଏବଂ ଗୋଟିଏ ହାତ ଉପରେ ଚଢ଼ିଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରୁ ପୁଅ ବର୍ତ୍ତି ଯାଇଛନ୍ତି। ବାପାଙ୍କ ମୃତ୍ୟୁକୁ ନେଇ ଚକିତ ହୋଇଯାଇଥିବା ଯୋଗୁ ସେ ଠିକ୍‌ ଭାବେ କଥା କହିପାରୁନାହାନ୍ତି। ଏଣୁ ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ଏ ନେଇ ଖବର ଦିଆଯାଇଥିଲେ ସୁଦ୍ଧା ବାଲିଅନ୍ତା ପୋଲିସ ୩୦ ମିନିଟ ବିଳମ୍ବରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇଓ୍ବାରେ ନିଆଁ ଲଗାଇ ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଲୋକମାନେ ତାକୁ ଛାଡ଼ି ନ ଥିଲେ। ପରେ ଜୋନ-୪ ଏସିପି, ବାଲିଅନ୍ତା ଥାନା ଆଇଆଇସି ପ୍ରଦୀପ ରାଉତ ପ୍ରମୁଖ ଲୋକମାନଙ୍କୁ ବୁଝାସୁଝା କରିଥିଲେ।  ଲୋକମାନେ କ୍ଷତିପୂରଣ ଦେବା ଓ ଗାଡ଼ି ଜଳିବା ପରେ ଦମକଳବାହିନୀକୁ ଛାଡ଼ିବେ ବୋଲି କହିଥିଲେ। ଉତ୍ତେଜନା ଯୋଗୁ ଦୁଇଘଣ୍ଟା ଧରି ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଗାଡ଼ିଟି ଜଳିବା ପରେ ଲୋକମାନେ ରାସ୍ତା ଅବରୋଧ ହଟାଇଛନ୍ତି। ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ନଦୀକୁ ଡେଇଁ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୧୦(ସୁବାସ ଚନ୍ଦ୍ର ପାଢୀ): ବ୍ରହ୍ମପୁର ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ଉପଯୁକ୍ତ...

ରାଜ୍ୟରେ କେବେଠୁ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା? ମନ୍ତ୍ରୀ କହିଲେ…

ଭୁବନେଶ୍ୱର୧।୧୦: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା ଖୁବଶୀଘ୍ର ଲାଗୁ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି। ୧ କୋଟି...

ମହାପ୍ରଭୁଙ୍କ ରୋଷେଇରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ

ପୁରୀ,୧।୧୦: ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାରକୁ ନେଇ ମଙ୍ଗଳବାର ପ୍ରଶାସନ ବନ କାର୍ଯ୍ୟାନୁଷ୍ଠାନ ନେଇଛି। ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ...

ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଛାତ୍ରୀଙ୍କ ଅଭିନବ ପ୍ରତିବାଦ: ପାଦରେ ୨୧ କିମି ଚାଲି ଚାଲି…

ଭବାନୀପାଟଣା/ଥୁଆମୂଳ ରାମପୁର,୧।୧୦ (ଉତ୍ତମ କୁମାର ଦାଶ/ଦୁର୍ଗା କିର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କିଆପଦରର କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ମଙ୍ଗଳବାର ସ୍ଥାନୀୟ ଛାତ୍ରୀଙ୍କ ଅଭିନବ ପ୍ରତିବାଦ...

ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର: ଲାଞ୍ଚନେଇ ….

କେନ୍ଦ୍ରାପଡା,୧ା୧୦: କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ଫୁଡ୍‌ ସେଫ୍ଟି...

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା

ପୁରୀ,୧।୧୦(ଅଜିତ କୂମାର ମହାନ୍ତି): ପୁରୀର ନରେନ୍ଦ୍ର ପୁଷ୍କରିଣୀଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟିଛି। ଜେଜେ ମା’ଙ୍କ ଶ୍ରାଦ୍ଧ ଦେବାପାଇଁ ପୁରୀ ଆସିଥିବା ଦୁଇଜଣ ବ୍ୟକ୍ତି...

ରାଜନୈତିକ ରୁଟି ସେକିବାକୁ ନବୀନଙ୍କ ସାମ୍ପ୍ରଦାୟିକ ବୟାନବାଜି, କାହିଁକି ଏମିତି କହିଲେ ଏହି ଭାଜପା ନେତା

ଭୁବନେଶ୍ୱର,୧ା୧୦: ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଇଛି ଭାଜପା। ଦଳ କହିଛି, ନବୀନଙ୍କ ବକ୍ତବ୍ୟରୁ ଜଣାପଡୁଛି ସେ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି।...

ଗାଦିମଡ଼ା ଅଧିକାରୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ, କହିଲେ ସମ୍ପୂର୍ଣ୍ଣ ତଥ୍ୟ ନେବାକୁ…

କଟକ,୧ା୧୦: ଡିସିପି ଅଫିସରେ ପହଞ୍ଚି କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି ନୂଆ ପୋଲିସ କମିଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri