ଭାଷଣ ଓ ଭୋଟ

ଆକାର ପଟେଲ
କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା ନେତା ତଥା ବାନ୍ଦ୍ରା ଇଷ୍ଟ୍‌ର ବିଧାୟକ ମଧୁକର ସାର୍ପୋଟଦାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୦୧୦ରେ ପରଲୋକ ଗମନ କରିଥିବା ସାର୍ପୋଟଦାର ବାବ୍ରି ମସ୍‌ଜିଦ ଭଙ୍ଗା ଘଟଣା ପରେ ମୁସଲମାନ-ବିରୋଧୀ ଦଙ୍ଗାରେ ସକ୍ରିୟ ଥିଲେ। ସେ ଦୁଇଥର ଗିରଫ ହୋଇଥିଲେ ଏବଂ ତାଙ୍କୁ ହାତରେ ବନ୍ଧୁକ ଥିବା ଅବସ୍ଥାରେ ଧରାଯାଇଥିଲା। ଗାନ୍ଧୀ ପାଦରେ ଚାଲି ଚାଲି ନିର୍ବାଚନ ପ୍ରଚାର କରୁଥିଲେ ଏବଂ ସେତେବେଳେ ମୁଁ ଜଣେ ରିପୋର୍ଟର ହିସାବରେ ତାଙ୍କ ପଛେ ପଛେ ଚାଲୁଥିଲି।
ମୁଁ ତାଙ୍କୁ ପଚାରିଥିଲି ର଼୍ୟାଲିରେ ଉଦ୍‌ବୋଧନ ଦେବାବେଳେ ସେ କ’ଣ କହିବେ ବୋଲି ପ୍ରସ୍ତୁତ ହୋଇ ଆସିଛନ୍ତି। ସେ କହିଲେ ଯେ ବିକାଶ ପ୍ରସଙ୍ଗ କିଛି କାମ କରୁନାହିଁ। ସେ ବସ୍ତି ଅଞ୍ଚଳକୁ ଯାଇ ସେଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଲୋକେ ବିଭିନ୍ନ ସେବା ଯଥା ପାଣି, ବିଦ୍ୟୁତ୍‌, ରାସ୍ତା, ନିଯୁକ୍ତି ଆଦି ସୁବିଧା ପାଉଛନ୍ତି କି ନାହିଁ, ସେ ବିଷୟରେ ସେମାନଙ୍କ ସହ ଆଲୋଚନା କରିଛନ୍ତି। ସେ ପୁଣି କହିଲେ ଯେ, ଏଗୁଡ଼ାକ ବି କିଛି ନୂଆ କଥା ନୁହେଁ। ସବୁ ଦଳ ଊଣା-ଅଧିକେ ସେଇ କଥା କହୁଛନ୍ତି। ତେଣୁ ଏହାଦ୍ୱାରା ଭୋଟରମାନଙ୍କୁ ଆକର୍ଷିତ କରିହେବ ନାହିଁ। ତେବେ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ କରତାଳି ମାଧ୍ୟମରେ ଲୋକଙ୍କ ଉତ୍ସାହ ଦେଖି କେଉଁ କଥା ଶୁଣିବାକୁ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି, ତାହା ମୁଁ ବୁଝିପାରୁଛି। ଯେତେବେଳେ ମୁଁ ବିରୋଧୀଙ୍କୁ ବାକ୍ୟବାଣରେ ଆକ୍ରମଣ କରେ ବା କିଛି ହାସ୍ୟପରିହାସପୂର୍ଣ୍ଣ କଥା କହେ ସେତେବେଳେ ଶ୍ରୋତାମାନେ ଖୁବ୍‌ ଉତ୍ସାହିତ ହେବାର ଦେଖେ। ସେ ମୋତେ ଗୋଟିଏ ଉଦାହରଣ ଦେଲେ। ସାର୍ପୋଟଦାର ସବୁବେଳେ କହୁଥିଲେ ଯେ ସେ ଫ୍ରଣ୍ଟ ଫୁଟ୍‌ରେ ଖେଳିବାକୁ ପସନ୍ଦ କରନ୍ତି। ଏଇ କଥାକୁ ନେଇ ସଭାରେ ଗାନ୍ଧୀ କହନ୍ତି, ଯେଉଁମାନେ ଫ୍ରଣ୍ଟ ଫୁଟ୍‌ରେ ଖେଳନ୍ତି, ସେମାନେ ସହଜରେ ଆଉଟ୍‌ ହୋଇଯିବାର ଭୟ ଥାଏ। ଯେଉଁ ରାଜନେତାମାନେ ନିୟମିତ ବଡ଼ ବଡ଼ ଜନସଭାରେ ଭାଷଣ ଦିଅନ୍ତି, ସେମାନେ କେଉଁ ପ୍ରସଙ୍ଗକୁ ତୋଳି ଧରିଲେ ଲୋକ ପସନ୍ଦ କରିବେ, ସେ ବିଷୟରେ ସଚେତନ ଥାନ୍ତି। ସାମ୍ବାଦିକମାନେ ମଧ୍ୟ କିଛି ପରିମାଣରେ ଏ ବିଷୟରେ ସଚେତନ ଥାନ୍ତି, ବିଶେଷତଃ ଟିଭି ଓ ଇଣ୍ଟରନେଟ୍‌ ସାମ୍ବାଦିକମାନେ। କେଉଁ ପ୍ରସଙ୍ଗକୁ ଲୋକେ ପସନ୍ଦ କରୁଛନ୍ତି ବା କରୁନାହାନ୍ତି, ଟିଆର୍‌ପି ମାଧ୍ୟମରେ ସେମାନେ ତ୍ୱରିତ ପ୍ରତିକ୍ରିୟା ପାଇଯାନ୍ତି। ଖବରକାଗଜ ସାମ୍ବାଦିକମାନେ ଟିକିଏ ଡେରିରେ ପ୍ରତିକ୍ରିୟା ପାଆନ୍ତି। କିଛିଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ବିହାରରେ ଥିଲେ। ଏକ ରିପୋର୍ଟ ଅନୁସାରେ ପ୍ରଥମ ର଼୍ୟାଲିରେ ସେ ପାଞ୍ଚବର୍ଷ ଭିତରେ ନରେନ୍ଦ୍ର ମୋଦି ସରକାର କ’ଣ କରିଛନ୍ତି, ସେ ବିଷୟରେ କହିଲେ। ତା’ପରେ ସେ ଭାରତରେ ଦାରିଦ୍ର୍ୟ ହ୍ରାସ ପାଇଛି ବୋଲି ପ୍ରମାଣିତ କରିବା ପାଇଁ ଏକ ଆମେରିକୀୟ ସଂସ୍ଥାର ରିପୋର୍ଟ ଉପସ୍ଥାପନ କଲେ। ଏଥିରେ ଲୋକଙ୍କ ଭିତରେ ବେଶି କିଛି ଉତ୍ସାହ ଦେଖିବାକୁ ମିଳିଲା ନାହିଁ। ତା’ପରେ ରାଜନାଥ କହିଲେ, ”ଭାରତ କିସିକୋ ଛେଡ଼ତା ନହିଁ, ଲେକିନ ଜୋ ଛେଡ଼ତା ହୈ, ଉସ୍‌କୋ ଛୋଡ଼େଗା ନହିଁ।“ ଏହାପରେ ଲୋକଙ୍କ ଭିତରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଲା। ପରବର୍ତ୍ତୀ ଚାରୋଟି ର଼୍ୟାଲିରେ ସେ ବାଙ୍କା, ପୂର୍ଣ୍ଣିଆ, ଆରାରିଆ ଓ ମାଧେପୁରାରେ ଉଦ୍‌ବୋଧନ ଦେଇଥିଲେ। ଏହିସବୁ ର଼୍ୟାଲିରେ ସେ ତାଙ୍କ ଭାଷଣର କ୍ରମ ବଦଳାଇଦେଲେ। ସେ ପୁଲଓ୍ବାମା ଆକ୍ରମଣ କଥା କହି ଭାରତୀୟ ସେନା କିପରି ୧୨ ଦିନ ଭିତରେ ପାକିସ୍ତାନ ଭିତରେ ପଶି ଏହାର ଜବାବ ଦେଇଥିଲା ତାହା ବର୍ଣ୍ଣନା କରିଥିଲେ।
ଆମେ ଏଥିରୁ ଭୋଟର କ’ଣ ଚାହାନ୍ତି ବୋଲି ବୁଝିବା? ନେତାମାନେ କ’ଣ ଏହା ବୁଝିପାରି ସେହି ଜିନିଷ ଉପରେ ଫୋକସ୍‌ କରିପାରନ୍ତି? ଉତ୍ତର ଏତେ ସହଜ ନୁହେଁ। ସତ କଥା ହେଲା ଅଧିକାଂଶ ଲୋକ ର଼୍ୟାଲିକୁ ଯାଆନ୍ତି, ସେଥିରୁ କିଛି ମନୋରଞ୍ଜନ ପାଇବା ପାଇଁ। ସବୁଦିନିଆ ପୁରୁଣା କଥା ଶୁଣି ଶୁଣି ସେମାନେ ବୋର୍‌ ହେବାକୁ ଚାହାନ୍ତି ନାହିଁ। ଅବଶ୍ୟ ସେମାନେ ଜଳ, ବିଦ୍ୟୁତ୍‌ ଓ ନିଯୁକ୍ତି ବି ଚାହାନ୍ତି। କିନ୍ତୁ ସେମାନେ କେବଳ ସେଇ କଥା ଶୁଣିବାକୁ ର଼୍ୟାଲିକୁ ଆସି ନ ଥାନ୍ତି। ଲୋକଙ୍କ ମନୋଭାବ ଠଉରେଇବା ସବୁ ରାଜନେତାଙ୍କ ପକ୍ଷେ ସହଜ ହୋଇ ନ ଥାଏ। ଅନ୍ୟପକ୍ଷରେ ଭାରତର ରାଜନୀତି ଜାତି, ଧର୍ମ ଓ ସମ୍ପ୍ରଦାୟ-ଭିତ୍ତିକ ହୋଇଥିବାରୁ ଜଣେ ଭଲ ଭାଷଣ ଦେଲେ ଯେ ସଫଳ ରାଜନେତା ହୋଇଯିବ, ସେ କଥା ନୁହେଁ। ଆମ ଦେଶରେ ଭଲ ବକ୍ତାଙ୍କ ଭିତରେ ଅଛନ୍ତି ଲାଲୁ, ଥାକରେ, ମୋଦି, ମମତା, ଓଓ୍ବାଇସି ଓ ଆଉ ଅଳ୍ପ କେତଜଣ। ମାୟାବତୀ ଓ ନବୀନ ପଟ୍ଟନାୟକଙ୍କ ପରି ନେତା ଲୋକପ୍ରିୟ ଓ ସଫଳ ରାଜନେତା ହେବା ପାଇଁ ଭାଷଣ ଉପରେ ନିର୍ଭର କରନ୍ତି ନାହିଁ। ତେଣୁ ର଼୍ୟାଲି ମାଧ୍ୟମରେ ସେମାନେ ଲୋକଙ୍କ ପ୍ରାଥମିକ ପ୍ରତିକ୍ରିୟା ଜାଣିପାରନ୍ତି ନାହିଁ। ଆଜିକାର ଟିଭି ଓ ଇଣ୍ଟରନେଟ୍‌ ଯୁଗରେ ର଼୍ୟାଲିର ଭୂମିକା ବେଶି ଗୁରୁତ୍ୱପୂର୍ଣ୍ଣ ନୁହେଁ।
ମୁଁ ଭାବୁଛି ଶାସକ ଦଳ ଯେଉଁ ପୁଲ୍‌ଓ୍ବାମା ଘଟଣାକୁ ନିର୍ବାଚନୀ ପ୍ରସଙ୍ଗ କରିଛି, ତାହା ଫଳପ୍ରଦ ନୁହେଁ। ମୋଦି ଓ ଭାଜପା ଏହି ଘଟଣାକୁ ଲୋକଙ୍କ ଆଗରେ ଥୋଇ ଓ ବିରୋଧୀଙ୍କୁ ପାକିସ୍ତାନୀ ଏଜେଣ୍ଟ ବୋଲି କହି ବେଶି ଭୋଟ ପାଇବେ ବୋଲି ମୁଁ ଭାବୁନାହିଁ। ଯେତେବେଳେ କୃଷକମାନେ ଦୁର୍ଗତି ଭିତରେ ଶଢ଼ୁଛନ୍ତି ଏବଂ ନିଯୁକ୍ତିର ଘୋର ଅଭାବ ଯୋଗୁ ବେକାରି ବଢ଼ୁଛି, ସେତେବେଳେ ଅର୍ଥନୈତିକ ପ୍ରଗତି ବିଷୟରେ କିଛି କହିବା ଭାଜପା ପକ୍ଷେ ସମ୍ଭବ ନୁହେଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ସର୍ଜିକାଲ ଷ୍ଟ୍ରାଇକ୍‌ର ଯାଦୁ ଓ ବିରୋଧୀଙ୍କ ବିଶ୍ୱାସଘାତକତା କଥା ବେଶି କହୁଛନ୍ତି। ଏହା ଶ୍ରୋତାଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇପାରେ, ମାତ୍ର ଏହା ଭୋଟରେ ପରିଣତ ହେବ ବୋଲି କହିହେବ ନାହିଁ। ଉକ୍ତ ନିର୍ବାଚନ ପ୍ରଚାର ଅବସରରେ ତୁଷାର ଗାନ୍ଧୀ ଲୋକଙ୍କର ଢେର ମନୋରଞ୍ଜନ କରାଇଥିଲେ ଓ ତାଳିମାଡ଼ ବି ପାଇଥିଲେ। ମାତ୍ର ସେ କେବଳ ଉକ୍ତ ନିର୍ବାଚନ ହାରି ନ ଥିଲେ ବରଂ ମୋର ଯାହା ମନେପଡ଼େ ସେ ଉକ୍ତ ନିର୍ବାଚନରେ ଅମାନତ ବି ହରାଇଥିଲେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri