Posted inରାଜ୍ୟ

ଭିତରକନିକାରେ ୨୫ କୁମ୍ଭୀର ବସା ଚିହ୍ନଟ

ରାଜନଗର,୨୭ା୫(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଭିତରକନିକା ଜାତୀୟ ଉଦ୍ୟାନରେ ରବିବାର ସୁଦ୍ଧା ୨୫ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଏହି ଜାତୀୟ ଉଦ୍ୟାନର ନଦୀ, ନାଳଗୁଡ଼ିକରେ ବସବାସ କରୁଥିବା ବିରଳ ବଉଳା କୁମ୍ଭୀର ବସାରେ ଅଣ୍ଡା ଦେଇଥିବା ଜଣାପଡ଼ିଛି। ଭିତରକନିକା ଫରେଷ୍ଟ ବ୍ଲକ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ, ଶୁଆଯୋର, ଚିନ୍ତାମଣି ମହାନ୍ତି ଯୋର, ଭିତରକନିକା ସମେତ ଡାଙ୍ଗମାଳ ସ୍କିମ୍‌ ଅଞ୍ଚଳରେ କୁମ୍ଭୀର ବସା କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି।
ପ୍ରତିବର୍ଷ ମେ ରୁ ଜୁଲାଇ ୩ ମାସ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ଡା ଦେଇଥାନ୍ତି। ମାଈ କୁମ୍ଭୀର ଅଣ୍ଡାଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାନ୍ତି। ନାଳଠାରୁ ଟିକେ ଉଚ୍ଚା ସ୍ଥାନରେ, ଯେପରି ଜୁଆର ସମୟରେ ବସା ଭାସି ନ ଯାଏ, ସେଭଳି ନିରାପଦ ସ୍ଥାନରେ ବସା କରିଥାନ୍ତି। ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ଦେଢ଼ରୁ ଦୁଇ ଫୁଟ ଉଚ୍ଚର ଗଦା କରଥାନ୍ତି। ଏହି ଗଦା ଉପରେ ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡ଼ାଇ ଦେଇଥାନ୍ତି। ପ୍ରତ୍ୟେକ ମାଈ କୁମ୍ଭୀର ୪୦ରୁ ୫୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଏ। ସବୁଠୁ ବଡ଼କଥା ହେଲା କୁମ୍ଭୀର ଅଣ୍ଡା ଦେବା ପରେ ତା’ର ବସା ପାଖରେ ଜଗି ରହିଥାଏ। ଏହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇ ଉଠିଥାନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ଚଳିତବର୍ଷ ମେ ୧ ତାରିଖ ଠାରୁ ଜୁଲାଇ ୩୧ ତିନି ମାସ ଯାଏଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। କୁମ୍ଭୀର ବସା ଚିହ୍ନଟ ପାଇଁ କନିକା ରେଞ୍ଜରେ ୩ଟି ଟିମ୍‌ ଗଠନ କରାଯାଇଛି। ଫରେଷ୍ଟର ବିଜୟ କୁମାର ପାତ୍ର, ଫରେଷ୍ଟ ଗାର୍ଡ ସୁନିଲ ରାଉତରାୟ, ସବିତା ବେହେରାଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ଶ୍ରମିକ ପାଇଁ ରେଜିଷ୍ଟ୍ରେଶନ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏଟି ଟିପ୍ସ

ଭୁବନେଶ୍ୱର,୭।୧: ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ଉପଲବ୍ଧ କଲ୍ୟାଣମୂଳକ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୧୮ ବର୍ଷରୁ ୬୦...

ବଢ଼ୁଛି HMPV ସଂକ୍ରମଣ ସଂଖ୍ୟା: ଏପଟେ ପ୍ରବାସୀ  ଭାରତୀୟ  ସମ୍ମିଳନୀକୁ ନେଇ ଚିନ୍ତା…

ଭୁବନେଶ୍ୱର,୭।୧: ଲୋକସେବା ଭବନରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ  ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ  ବିଭାଗୀୟ ...

୪ ମାସ ଧରି ନାବାଳିକା ଝିଅଙ୍କୁ ଜୋରଜବରଦସ୍ତ ବଳାତ୍କାର କରୁଥିଲେ ବାପା: କୋର୍ଟ ଦେଲେ ଏମିତି ଦଣ୍ଡ

ଭୁବନେଶ୍ୱର,୭ା୧(ସୂର୍ଯ୍ୟକାନ୍ତ ବେହେରା):ନାବାଳିକା ଝିଅଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ବାପାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ ତଥା ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପୋକ୍ସୋ-୧) ସୋମବାର...

ବିରୋଧୀ ଜାଣି ନାହାନ୍ତି, ବିରୋଧ କାହାକୁ? ଦ୍ୱନ୍ଦ୍ୱରେ କର୍ମୀ

ଭୁବନେଶ୍ୱର, ୭ା୧(ଅନିଲ ଦାସ):ନିଜକୁ ମୁଖ୍ୟ ବିରୋଧୀ ଦଳ ବୋଲାଉଥିବା ବିଜୁ ଜନତା ଦଳ (ବିଜେଡି) ତରଫରୁ ରାଜଧାନୀରେ ଏକ ଜନସମାବେଶର ଆୟୋଜନ କରାଯାଇଥିଲା। ଏହାର ମୁଖ୍ୟ...

ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼: ପ୍ରାକୃତିକ ସୌନ୍ଦର୍ଯ୍ୟର ନେଉଛନ୍ତି ମଜା

ଭୁବନେଶ୍ୱର,୭।୧: କାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏନେଇ ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼ । ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା...

କୋଣାର୍କ ବୁଲିଲେ ଏସ୍‌ ଜୟଶଙ୍କର: ଇକୋରିଟ୍ରିଟରେ କଲେ ରାତ୍ରିଯାପନ

ଭୁବନେଶ୍ୱର,୭ା୧: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ସନ୍ଧ୍ୟାରେ ସେ ଭୁବନେଶ୍ୱର...

ଆଦିବାସୀ ମେଳାରେ ଲୋକଙ୍କ ମନ ଜିଣୁଛି କନ୍ଧମାଳ ସାମଗ୍ରୀ: ଆକର୍ଷଣ ପାଲଟିଛି କୁଟିଆ କନ୍ଧଙ୍କ ଘର

ଦାରିଙ୍ଗବାଡି,୭।୧(ଅରୁଣ ସାହୁ): ରାଜ୍ୟ ଆଦିବାସୀ ମେଳାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ପାରମ୍ପରିକ ସାମଗ୍ରୀ ବିକ୍ରୀ ହେଉଛି। ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ...

ପୁଣି ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କଲେ ମମତା

ଭୁବନେଶ୍ବର,୭।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟରେ ଆଳୁ ଦର ପୁଣିଥରେ ବୃଦ୍ଧି ପାଇଛି। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri