ଭିତରକନିକା ଯିବା ପାଇଁ ଚାନ୍ଦବାଲିରୁ ଏଣ୍ଟ୍ରି ପାସ୍‌ ଆରମ୍ଭ

ଚାନ୍ଦବାଲି, ୨।୮(ଡି.ଏନ୍‌.ଏ.)- ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶପଥ ଭାବେ ଚାନ୍ଦବାଲି ପରିଚିତ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ମୁଖ୍ୟତଃ ଚାନ୍ଦବାଲିରୁ ଘରୋଇ ବୋଟ୍‌ ସହାୟତାରେ ଜଳପଥରେ ଯାତ୍ରା କରିଥାନ୍ତି। ଦୁଇମାସ ବନ୍ଦ ରହିବା ପରେ ଗୁରୁବାର ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲା ହୋଇଛି। ଓଡ଼଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ୨୦୧୯-୨୦ ବର୍ଷ ପାଇଁ ଚାନ୍ଦବାଲିରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ଯିବାର ସୁବିଧା ଲାଗି ଚାନ୍ଦବାଲି ବନଖଣ୍ଡ ବନ୍ୟପ୍ରଣୀ ବିଭାଗ ପକ୍ଷରୁ ଗୁରୁବାର ଆରମ୍ଭ ହୋଇଛି ଏଣ୍ଟ୍ରି ପାସ୍‌ ବ୍ୟବସ୍ଥା। ଭଦ୍ରକ ଡିଏଫ୍‌ଓ ଅମ୍ଳାନ କୁମାର ନାୟକ ସବୁଜ ପତାକା ଦେଖାଇ ବୈତରଣୀ ନଦୀର ଚାନ୍ଦବାଲି ଫରେଷ୍ଟ ଜେଟିରୁ ପର୍ଯ୍ୟଟକଙ୍କ ବୋଟ୍‌ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଚାନ୍ଦବାଲି ବନ୍ୟପ୍ରାଣୀ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ, ଦୀର୍ଘବର୍ଷ ହେଲା ଭିତରକନିକା ଯିବା ପାଇଁ ଚାନ୍ଦବାଲିରୁ ପର୍ଯ୍ୟଟକ ଓ ସେମାନଙ୍କ ବୋଟ୍‌କୁ ଏଣ୍ଟ୍ରି ପାସ୍‌ ପ୍ରଦାନ କରାଯାଉଥିଲା। ମାତ୍ର ୨୦୦୩ରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ଜାତୀୟ ଉଦ୍ୟାନ ନିକଟସ୍ଥ କେନ୍ଦ୍ରାପଡ଼ା ଜିଲାର ଖୋଳାଠାରେ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ପାସ୍‌ ମିଳୁଥିଲା। ଏଥିରେ ପର୍ଯ୍ୟଟକଙ୍କୁ ଅସୁବିଧା ହେଉଥିଲା ା ଚାନ୍ଦବାଲିରେ ପୁନଃ ଏଣ୍ଟ୍ରି ପାସ୍‌ ବ୍ୟବସ୍ଥା ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଆସୁଥିଲା। ସରକାରଙ୍କ ପକ୍ଷରୁ ୨୦୧୮ ମସିହାରେ ଏହି ସେବା ପୁନଃ ଚାଲୁ ହେଲା। ଗତବର୍ଷ ଭିତରକନିକାକୁ ଯାଇଥିବା ୭ ହଜାର ୬ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାରୁ ଏଣ୍ଟ୍ରି ପାସ୍‌ ପ୍ରଦାନ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ଚଳିତବର୍ଷ ଏହାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ହେବ ବୋଲି ଡିଏଫ୍‌ଓ ନାୟକ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଦୁର୍ଗାପୂଜା ପରେ ଶୀତ ଆଗମନରେ ଏଠାରେ ରାଜ୍ୟ ଓ ରାଜ୍ୟ ବାହାରର ବଙ୍ଗୀୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ଭିତରକନିକାକୁ ଯିବା ଲାଗି ପର୍ଯ୍ୟଟକଙ୍କ ପାଇଁ ଘରୋଇ ବୋଟ୍‌ ସେବା ଉପଲବ୍ଧ। ଫାଇଲିନ୍‌, ହୁଡୁହୁଡୁ ଭଳି ସାମୁଦ୍ରିକ ଝଡ଼ ସାଙ୍ଗକୁ ନିର୍ମାଣାଧୀନ ଭଦ୍ରକ-ଚାନ୍ଦବାଲି ରାସ୍ତା ଗତ କିଛିବର୍ଷ ହେବ ଚାନ୍ଦବାଲିର ପର୍ଯ୍ୟଟନକୁ ବହୁଳ ଭାବେ ପ୍ରଭାବିତ କରିଛି। ପର୍ଯ୍ୟଟନ ଋତୁରେ ଚାନ୍ଦବାଲିରୁ ଦୈନିକ ୧୦ରୁ ୧୨ଟି ବୋଟ୍‌ରେ ପର୍ଯ୍ୟଟକ ଭିତରକନିକା ଯାଉଥିବା ବେଳେ ଏହା କମି ଦୈନିକ ୪ରୁ ୫ଟି ବୋଟ୍‌ରେ ପହଞ୍ଚିଥିଲା ବୋଲି କେତେକ ଟୁର୍‌ ଅପରେଟର ସୂଚନା ଦେଇଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତା ନିର୍ମାଣ ଶେଷ ହୋଇଛି ଓ ପାଗ ଭଲ ରହିଲେ ପୁଣି ପର୍ଯ୍ୟଟକଙ୍କ ଭିଡ଼ ରହିବ ବୋଲି ଚାନ୍ଦବାଲିର ଟୁର୍‌ ଅପରେଟର ସୁରଜିତ୍‌ ପାଣି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ: ଶଙ୍ଖଭବନରେ ୨ ଗୋଷ୍ଠୀ ମୁହାଁମୁହିଁ, ବବି ବୁଝାଇ କହିଲେ….

ଭୁବନେଶ୍ୱର,୩୦।୯: ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ। ଗୋଷ୍ଠୀ କନ୍ଦଳ ପରେ ଶଙ୍ଖଭବନରେ ପହଞ୍ଚିଲା ଭଦ୍ରକ କଳି। ଭଦ୍ରକ ଜିଲା ସମୀକ୍ଷା ବେଳେ...

ପୋଷକଯୁକ୍ତ ଖାଦ୍ୟ ଯୋଗାଇବ ‘ସକ୍ଷମ’ ଅଙ୍ଗନାୱାଡି

ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ର ନୀଳକନ୍ଦର ସାହି ଏବଂ ସିଆଙ୍ଗବାଲି ଅଙ୍ଗନାୱାଡି କେନ୍ଦ୍ର ପରିସର ମଧ୍ୟରେ ସୋମବାର ପୋଷଣ ଦିବସ ର...

ରାସ୍ତା ପାଲଟିଛି ସମସ୍ୟା: ଖଟିଆରେ ବୁହାହେଲେ ରୋଗୀ

ବାଲିଗୁଡା,୩୦।୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନାହିଁ। ଅନେକ...

ଅଟୋ ଓଲଟି ୭ ଗୁରୁତର

ଭଞ୍ଜନଗର,୩୦।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତ ତଡ଼ମା ରାସ୍ତାରେ ସୋମବାର ପୂର୍ବାହ୍ନରେ ଏକ ଅଟୋ ଓଲଟି ପଡିଛି। ଏଥିରେ ୭...

ସୁଭଦ୍ରା ଟଙ୍କା ସହ ମିଳିବ ବଡ଼ ପୁରସ୍କାର, ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୩୦।୯: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଏଣିକି ସୁଭଦ୍ରା ଆବେଦନକାରୀଙ୍କୁ ଟଙ୍କା ସହ ପୁରସ୍କାର ମଧ୍ୟ ମିଳିବ। ଦ୍ୱିତୀୟ...

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ, ଉପମୁଖ୍ୟମନ୍ତ୍ରୀ କହିଲେ, ବଦନାମ ହେଲୁଣୁ…

ଭୁବନେଶ୍ୱର,୩୦।୯: ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି...

ବଦଳିଲେ ଟୁଇନ ସିଟି କମିଶନର , ନୂତନ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂ

ଭୁବନେଶ୍ୱର,୩୦।୯: ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ ସିଟି କମିଶନର । ୧୯୯୮ ବ୍ୟାଚ ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ନୂତନ କମିଶନର ଭାବେ ସୋମବାର...

ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ…

ଭୁବନେଶ୍ୱର,୩୦।୯: ବିଜେଡି କଳି ଏବେ ତେଜିବାରେ ଲାଗିଛି। ବିଜେଡି କଳି ଉଗ୍ର ରୂପ ନେବା ପରେ ବିଜେଡି ସୁପ୍ରିମୋ ଆକ୍ସନ ନେଇଛନ୍ତି। ଏନେଇ ୪ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri