ଭୁବନେଶ୍ୱରର ପୁଣି ୩ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୩।୪(ବ୍ୟୁରୋ)- ଶୁକ୍ରବାର ଭୁବନେଶ୍ୱରର ୩ଜଣ କରୋନା ଭାଇରସ୍‌ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚତ୍ଛି। ଶୁକ୍ରବାର ମଧ୍ୟାହ୍ନରେ କଟକର ଜଣେ ବ୍ୟକ୍ତିଙ୍କ ନମୁନାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ବମିଖାଲ ଅଞ୍ଚଳର ଆଉ ୩ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି। କଟକର ଚିହ୍ନଟ ହୋଇଥିବା ବ୍ୟକ୍ତି(୬ଷ୍ଠ ସଂକ୍ରମିତ)ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ତବଲିଘି ଜମାତ ଧର୍ମସଭାରେ ଯୋଗଦେଇ ଫେରିଥିଲେ ବୋଲି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଏହା ଜାଣିବା ପରେ ସାରା ରାଜ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି। କଟକ ଓ ବମିଖାଲ୍‌ ଅଞ୍ଚଳର ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂସ୍ପର୍ଶର କେଉଁମାନେ ଆସିଛନ୍ତି ସେମାନଙ୍କୁ ଜାଣିବା ପାଇଁ ଅନୁସନ୍ଧାନ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ୬ଷ୍ଠ ସଂକ୍ରମିତଙ୍କ ସମ୍ପର୍କରେ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ତବଲିଗି ଜମାତ୍‌ରୁ ବର୍ତ୍ତମାନ ସୁଦ୍ଧା ୨୭ଜଣ ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ବିଦେଶୀ ନାଗରିକ ରହିଛନ୍ତି। ୨୭ଜଣଙ୍କ ମଧ୍ୟରୁ ୨୧ଜଣଙ୍କ ନମୁନା କରୋନା ନେଗେଟିଭ୍‌ ଆସିଥିବାବେଳେ ଜଣଙ୍କ ପିଜିଟିଭ୍‌ ଆସିଛି। ୫ଜଣଙ୍କ ନମୁନାର ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ସମସ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ସଙ୍ଗରୋଧରେ ଏବଂ ଶକ୍ତ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ତବଲିଘି ଜମାତ ଫେରନ୍ତା ଓଡ଼ିଶାର ଆହୁରି ୪୦ଜଣ ଅଛନ୍ତି। ଯେଉଁମାନେ ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଅଟକ ପଡ଼ିଛନ୍ତି। ଅନ୍ୟ ଏକ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗର ଏହି ଗୋଷ୍ଠୀର ସଦସ୍ୟ ୧୦ଜଣ କିଛି ଦିନ ତଳେ ତାଳଚେର ବୁଲି ଯାଇଛନ୍ତି। ସେମାନଙ୍କ ସହିତ ସମ୍ପୂର୍ଣ୍ଣ ଯୋଗାଯୋଗ କରାଯାଇ ନମୂନା ପରୀକ୍ଷା ପାଇଁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଓଡ଼ିଶା ଆସିବେ ଜେପି ନଡ୍ଡା

ଭୁବନେଶ୍ୱର,୨୫।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର  ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।...

ନବୀନଙ୍କ ନୂଆ ମାଷ୍ଟରପ୍ଲାନ! ପ୍ରତି ଜିଲାରେ ହେବ…

ଭୁବନେଶ୍ୱର,୨୫।୯: ବିଜେଡିର ବସିବାକୁ ଯାଉଛି ବଡ଼ ବୈଠକ। ଅଧ୍ୟକ୍ଷତା କରିବେ ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ୨୭ ତାରିଖ ଶୁକବ୍ରାର ଶଙ୍ଖ ଭବନରେ ଏକାଠି...

ଆସୁଛି ବଡ଼ ବର୍ଷା, ୧୦ ଜିଲାକୁ ଆଲର୍ଟ…

ଭୁବନେଶ୍ୱର,୨୫।୯: ଆସୁଛି ବଡ଼ ବର୍ଷା। ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା...

ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା, ଏହିଦିନ ମିଳିବ ପ୍ରଥମ କିସ୍ତି ସହ ଦ୍ୱିତୀୟ କିସ୍ତି ଟଙ୍କା…

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ...

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri