ଇସଲାମାବାଦ୍,୯।୬: ପାକିସ୍ତାନ ଏୟାର ଲାଇନ୍ସର ଜଣେ ଯାତ୍ରୀଙ୍କ ଯୋଗୁ ବିମାନ ଉଡାଣରେ ୭ ଘଣ୍ଟା ବିଳମ୍ବ ହୋଇଛି। ବ୍ରିଟେନ୍ର ମାଞ୍ଚେଷ୍ଟରରୁ ଇସଲାମାବାଦ୍ ଉଡାଣ କରୁଥିବା ବିମାନ ପିକେ-୭୦୨ର ଜଣେ ଯାତ୍ରୀ ଭୁଲରେ ଏହାର ଇର୍ମଜେନ୍ସି ଡୋର ଖୋଲି ଦେଇଥିଲେ। ବିମାନଟି ଏହି ସମୟରେ ରନ୍ଓ୍ବେରେ ଥିଲା। ଏହା ଜଣାପଡ଼ିବାପରେ ବିମାନରେ ଥିବା ୪୦ ଯାତ୍ରୀ ଏବଂ ତାଙ୍କର ଲଗେଜ୍ ବାହାର କରାଯାଇ ବିମାନର ଯାଞ୍ଚ୍ ହୋଇଥିଲା। ପରେ ବିମାନକୁ ଉଡାଣ କରିବାର ଅନୁମତି ମିଳିଥିଲା।