ଡେରାଡୁନ,୧୩।୧୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ଶୁକ୍ରବାର ସନ୍ଧ୍ୟାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରହିଛି। ଏହାର କେନ୍ଦ୍ରସ୍ଥଳ ଚମୋଲିର କସବେ ନିକଟରେ ଥିବା ଜଣାପଡ଼ିଛି। ଭୂକମ୍ପ ହେବା ସମୟରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ବାହାରକୁ ପଳାଇ ଆସିଥିଲେ। ଏଥିରେ କୌଣସି କ୍ଷତି ବା କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ତେବେ ଗତ ଦେଢ଼ ମାସ ଭିତରେ ଏଠାରେ ୬ଥର ଭୂକମ୍ପ ଅନୁଭୂତ ହୋଇସାରିଛି।