ଲକ୍ଷ୍ନୌ,୧୯ା୫: ଉତ୍ତରପ୍ରଦେଶ ଚନ୍ଦୋଲୀ ଲୋକ ସଭା ଆସନରେ ଅନ୍ତିମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ସ୍ଥାନୀୟ ତାରାଜୀବନପୁର ଗାଁରେ ଭାଜପା କର୍ମକର୍ତ୍ତା ପ୍ରତି ଭୋଟରଙ୍କୁ ୫ ଶହ ଟଙ୍କା ଦେଇ ମତଦାନରୁ ବିରତ ରହିବାକୁ କହିବା ସହିତ ସେମାନଙ୍କ ହାତରେ କାଳି ଲଗାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଏନେଇ ଅଭିଯୋଗ କରିଛନ୍ତି। ଏନେଇ ସମାଜବାଦୀ ପାର୍ଟି ସଦସ୍ୟମାନେ ଅଲୀନଗର ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏହି ଆସନରେ ଭାଜପା ପ୍ରାର୍ଥୀ ଡ.ମହେନ୍ଦ୍ରନାଥ ପାଣ୍ଡେ ନିର୍ବାଚନ ଲଢୁଛନ୍ତି।