ଭୟାବହ ଅଗ୍ନିକାଣ୍ଡ : ୬୦ ବଖରା ପୋଡ଼ି ପାଉଁଶ

ମହାକାଳପଡ଼ା,୩୦ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜାଲକଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୩ ପରିବାରର ୬୦ରୁ ଊର୍ଦ୍ଧ୍ୱ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଥାଉକି, ଗ୍ରାମର ଅଜୟ ପ୍ରଧାନଙ୍କ ପାଳଗଦାରେ କୌଣସି କାରଣରୁ ପ୍ରଥମେ ନିଆଁ ଲାଗିଥିବାବେଳେ ଦକ୍ଷିଣା ପବନ ଯୋଗୁ ଏହା କ୍ଷୀପ୍ର ବେଗରେ ଅନ୍ୟ ଘରଗୁଡ଼ିକୁ ବ୍ୟାପୀ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩୩ ପରିବାରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଦୁଇଜଣ ଶିଶୁ ଗୁରୁତର ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଖବର ଲେଖାହେଲା ବେଳକୁ ମହାକାଳପଡ଼ା, ମାର୍ଶାଘାଇ ଏବଂ କେନ୍ଦ୍ରାପଡ଼ାର ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁଲିଭା କାର୍ଯ୍ୟ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈ କ୍ଷୀର, ଗୋବର, ମୂତ୍ରରେ ପ୍ଲାଷ୍ଟିକ୍‌ କଣିକା

ପଟ୍ଟାମୁଣ୍ଡାଇ,୨୫୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବହୁଳ ପଲିଥିନ, ପ୍ଲାଷ୍ଟିକ୍‌ ବର୍ଜ୍ୟ ଲୋକମାନଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା...

ସମୁଦ୍ର ଗର୍ଭରେ ଧ୍ୱଂସହେବ ଅଗରନାସୀ ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାମୁଦ୍ରିକ ଜଳ ପତ୍ତନ ବୃଦ୍ଧି ପାଇବା ସହ ଉଚ୍ଚ ଲହଡ଼ିରେ କୂଳ ଅବକ୍ଷୟ ହେଉଛି। ସମୁଦ୍ର ଅବକ୍ଷୟକୁ...

ଲଘୁଚାପ ସକ୍ରିୟ: ଏହି ୧୮ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୫ା୯(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ଯାଏ ରାଜ୍ୟରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ହେବାର...

ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ...

ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚାଷୀଙ୍କ ଅଜାଣତରେ ଟଙ୍କା ହଡ଼ପ ଘଟଣା:ରାଜକନିକାରୁ ରାଜଧାନୀକୁ ଚାଷୀଙ୍କ ପଦଯାତ୍ରା

ରାଜକନିକା,୧୯ା୯(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣା ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ରେ ଚାଷୀମାନଙ୍କ ଅଜାଣତରେ ଟଙ୍କା ହେରଫେର ହୋଇଛି। ଏହି ଘଟଣାରେ...

ନଦୀ ପାର ହେଉଥିଲେ: ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୧୬।୯: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri