Posted inରାଜ୍ୟ

ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ, ଦେବନୀତି ନିଷେଧ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଆସନ୍ତା ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ରହିବ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁଯାୟୀ, ପୁରୀକୁ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ରାତ୍ରି ୧୨ଟା ୧୪ରେ ଚନ୍ଦ୍ରକାନ୍ତି ମାଲିନ୍ୟାରମ୍ଭ ହେବାକୁ ଥିବାବେଳେ ରାତ୍ରି ୧ଟା ୩୨ରେ ଆଂଶିକ ଗ୍ରହଣ ସ୍ପର୍ଶ, ୩ଟା ୧ରେ ଗ୍ରହଣ ମଧ୍ୟ, ୪ଟା ୩୦ରେ ସର୍ବମୋକ୍ଷ ବା ଆଂଶିକ ଗ୍ରହଣ ଶେଷ ଓ ନିଶାନ୍ତ ୫ଟା ୪୮ରେ ଚନ୍ଦ୍ରକାନ୍ତି ମାଳିନ୍ୟ ଶେଷ ହେବ।
ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଅନ୍ନଭୋଜନ କରାଯାଇପାରିବ। ବିଶେଷତଃ ଚତୁର୍ଥ ପ୍ରହରରେ ସର୍ବମୋକ୍ଷ ହେଉଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ବା ପରେ ଠାକୁରମାନଙ୍କର ମହାସ୍ନାନ ଓ ଦେବନୀତି ଏବଂ ପରଦିନ ପାକ କାର୍ଯ୍ୟାଦି କରିବା ବିଧିସଙ୍ଗତ ଅଟେ। ଗ୍ରହଣଦିନଠାରୁ ସାତଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ ଓ ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ। ରାତ୍ରି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ଏବଂ ତପତ୍ରେ ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ଅନ୍ୟମାନଙ୍କ ପାଇଁ ଶୁଭ ରହିବ।

ଅନ୍ୟପକ୍ଷରେ ଚନ୍ଦ୍ରଗ୍ରହଣ ମଧ୍ୟରାତିରେ ଦେଖାଯାଉଥିବାରୁ ଓ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟାରିୟମ ଓ ବୁର୍ଲାସ୍ଥିତ ଡ. ଏ.ପି.ଜେ ଅବଦୁଲ କଲାମ ପ୍ଲାନେଟାରିୟମରେ ଦେଖିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ନିଜ ଘରେ ରହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିହେବ ବୋଲି ପଠାଣିସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା

ଖୋର୍ଦ୍ଧା,୧୮ା୧: ଚଳିତବର୍ଷ ଚିଲିକାରେ କମିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ଚଳିତ ବର୍ଷ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀଙ୍କ ସଂଖ୍ୟା ରହିଛି। ତେବେ ଗତବର୍ଷ...

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ବୋଲି ଶନିବାର  ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ...

ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ମଙ୍ଗଳବାର ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ଡାକରା

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ...

କିଏ ହେବେ ରାଜ୍ୟ ଭାଜପା ସଭାପତି? କାହିଁକି ଏମିତି କହିଲେ ମନମୋହନ…

ଭାଜପା ରାଜ୍ୟ ସଭାପତିକୁ ନେଇ ମାନସ ମନ୍ଥନ ଚାଲିଥିବା ବେଳେ ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟ ଭାଜପା ଟିମ୍ । ଆଗକୁ ରାଜ୍ୟ ଭାଜପାର ପୁନର୍ଗଠନ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପଡ଼ିଛନ୍ତି କି ବାଦ୍‌: ଜାଣନ୍ତୁ ପୁଣି କିପରି ହେବେ ସାମିଲ୍‌

ଭୁବନେଶ୍ୱର,୧୮।୧: ଚଳିତମାସ ୨୨ତାରିଖରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ । ଘର ପାଇବାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ...

ରାଜଭବନ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା: ନିଶାରେ ଚୁର ହୋଇ ଦୁଇ ବାଇକ୍‌କୁ ପିଟିଲା କାର୍‌; ଜଣେ ମୃତ, ୪ ଗୁରୁତର…

ଭୁବନେଶ୍ୱର,୧୮।୧: ଭୁବନେଶ୍ୱର ରାଜଭବନ ଛକରେ ଶନିବାର ସିରିଜ ଦୁର୍ଘଟଣା ଘଟିଛି। ଏକ କାର ଗୋଟିଏ ବାଇକ୍‌କୁ ଘୋଷାଡ଼ି ନେବା ସହ ଆଉ ଏକ ବାଇକ୍‌କୁ ପିଟି...

ଗାଡ଼ିର ବୀମା ନ ଥିଲେ ଏଣିକି ଟୋଲ୍‌ଗେଟ୍‌ ଦେଇ ଯାଇପାରିବେନି

ଭୁବନେଶ୍ୱର,୧୮ା୧: ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବ ମୋଟର ଯାନ ଆଇନ। ଏହି ଆଇନ ଅନୁଯାୟୀ, ମୋଟର ଯାନରେ ବୀମା ନ ଥିଲେ ଟୋଲ୍‌ଗେଟ୍‌ରେ...

ଓଡ଼ିଶା ପୋଲିସରେ ନିଯୁକ୍ତ ପାଇଁ ଘୋଷଣା: ଅନ୍‌ଲାଇନ୍‌ରେ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର,୧୮ା୧: ଓଡ଼ିଶା ପୋଲିସ ପକ୍ଷରୁ ଏସ୍‌ଆଇ ବା ସବ୍‌ଇନ୍ସପେକ୍ଟର ପଦବୀ ଖାଲି ଅଛି। ଏଥିରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି। ଏଥିସହିତ ଏସ୍‌ଆଇ ସମକକ୍ଷ ପଦବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image