ନୂଆଦିଲ୍ଲୀ,୨।୬: ବର୍ତ୍ତମାନ କରୋନା ମାମଲା ବଢୁଥିବାରୁ ସରକାର ଏହାକୁ ନଜରରେ ରଖି କଟକଣା କୋହଳ କରିଥିଲେ ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି। ମେ ମାସ ୨୫ ପରଠାରୁ ସାରା ଦେଶରେ ଘରୋଇ ବିମାନ ଉଡ଼ାଣକୁ ଅନୁମତି ମିଳିଛି। ଏଭଳି ସ୍ଥିତିରେ ବିମାନ ମଧ୍ୟରେ ମଝି ସିଟିକୁ ଖାଲି ରଖିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀଗୁଡିକୁ ନିର୍ଦ୍ଦେଶ ରହିଛି। ଅଧିକ ପାସେଞ୍ଜର ଲୋଡ୍ ରହିବା କ୍ଷେତ୍ରରେ ଯଦି କମ୍ପାନୀ ମଝି ସିଟ୍କୁ ବ୍ୟବାହାର କରନ୍ତି ତେବେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି। ଏଥିଲାଗି ୩ ଲେୟାର ବିଶିଷ୍ଟ ଫେସ୍ ମାସ୍କ, ଫେସ୍ ସିଲ୍ଡ ବ୍ୟବହାର କରିବାକୁ ଡିଜିସିଏ ଏୟାର ଅର୍ଡରରେ କହିଛି।