ରାଜନଗର,୮।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ଭିତରଗଡ଼ ପଞ୍ଚାୟତରେ ନୂତନ ଭାବେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଭିତରଗଡ଼ ପଞ୍ଚାୟତର ଶତାଧିକ ମହିଳା ବୁଧବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଗୁରୁବାର ପୂର୍ବାହ୍ନରେ ୬ ଜଣ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଡାକ୍ତର ପ୍ରବଣ ଶୁକ୍ଳା ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରୁଛନ୍ତି।