ବିଶ୍ୱରେ ଡାଇବେଟିସ(ମଧୁମେହ)ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କୁ ମଧ୍ୟ କବଳିତ କରୁଛି। ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକେ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଏ ନେଇ ଖାଦ୍ୟପେୟ ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିଥାଏ। ତେବେ ଡାଇବେଟିସକୁ ନେଇ ଅନେକ ଭ୍ରମାତ୍ମକ ତଥ୍ୟ ମଧ୍ୟ ଦେଇଥାଆନ୍ତି, ଯାହାକୁ ଲୋକେ ସତ୍ୟ ମାନି ନେଇଥାନ୍ତି। ଜାଣନ୍ତୁ ସେ ସମ୍ପର୍କରେ…
* ଜାଣିଥିବେ ଡାଇବେଟିସ ରୋଗୀଙ୍କୁ ମିଠା ଖାଇବା ଲାଗି ବାରଣ କରାଯାଇଥାଏ । ମାତ୍ର ଏହା ଠିକ ନୁହେଁ ।ଡାଇବେଟିସ ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ। ଏହି ସନ୍ତୁଳିତ ଖାଦ୍ୟରେ ମିଠା ମଧ୍ୟ ସାମିଲ ହୋଇପାରିବ, କିନ୍ତୁ ତାହା ସୁଗାର ଫ୍ରି ହେବା ଜରୁରୀ। ଡାଇବେଟିସ ରୋଗୀଙ୍କ ଲାଗି ବଜାରରେ ଅଲଗା ସୁଗାର ମଧ୍ୟ ମିଳିଥାଏ। ଅନ୍ୟପକ୍ଷେ ଏହି ରୋଗୀ ମିଠା ଖାଇବା ଫଳରେ ରକ୍ତଶର୍କରା ଅନିୟନ୍ତ୍ରିତ ହୋଇଥାଏ। ସେଥିପାଇଁ ଏହାକୁ ଖାଇବା ସମୟରେ ସନ୍ତୁଳନ ରଖିବା ଜରୁରୀ।
* ଏହା ମଧ୍ୟ କୁହାଯାଇଥାଏ ଡାଇବେଟିସ ଆନୁବଂଶିକ କାରଣରୁ ହୋଇଥାଏ। ମାତ୍ର ଖାଦ୍ୟପେୟରେ ଅନିୟମିତତା ରହିଲେ ଏହି ରୋଗ କାହାକୁ ବି ହୋଇପାରେ।
* ଅନେକ ସମୟରେ ଲୋକେ ଭାବିଥାନ୍ତି ଡାଇବେଟିସ ରୋଗୀ ଫଳ ଖାଇବା ଭଲ। ଏହା ଯେକୌଣସି ଫଳ ହେଇଥାଉନା କାହିଁକି। ମାତ୍ର ଏହା ଠିକ୍ ନୁହେଁ । ଫଳରେ ପ୍ରାକୃତିକ ଉପାୟରେ ଶର୍କରା ରହିଥାଏ । ତେବେ ଯେଉଁ ଫଳରେ ଶର୍କରା ମାତ୍ରା କମ୍ ଥାଏ, ତାହା ଖାଇବା ଜରୁରୀ
* ଆହୁରି ମଧ୍ୟ ଶୁଣାଯାଏ, ଡାଇବେଟିସ କେବଳ ମୋଟା ଲୋକଙ୍କୁ ହୋଇଥାଏ। ମାତ୍ର ଏହା ସତ୍ୟ ନୁହେଁ। ଜୀବନଶୈଳୀ ପରିବର୍ତ୍ତନ, ଚିନ୍ତା କାରଣରୁ ଏହା ଯେ କୌଣସି ଲୋକଙ୍କୁ ହୋଇପାରେ।