ଭୋପାଳ,୨୨।୨: ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ, ଦିଗବିଜୟ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ ଏଭଳି ହେଉଥିବା କୁହାଯାଉଛି। କ୍ଷମତାକୁ ନେଇ ଜ୍ୟୋତିରାଦିତ୍ୟ ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଜ୍ୟୋତିରାଦିତ୍ୟ ନା ମୁଖ୍ୟମନ୍ତ୍ରୀ ହେଲେ ନା ରାଜ୍ୟ ଅଧ୍ୟକ୍ଷ ହେଲେ। ତାଙ୍କର ଆଶା କେବଳ ଆଶାରେ ରହିଗଲା। ହାଇକମାଣ୍ଡତାଙ୍କୁ ସାଇଡ୍ଲାଇନ୍ କରିଥିବା ନେଇ ଆଲୋଚନା ହେଉଛି। ତେଣୁ ତାଙ୍କୁ ନୂଆ ରାଜନୈତିକ ଦଳ ଗଠନ କରିବା ଲାଗି ସମର୍ଥକ ପରାମର୍ଶ ଦେଉଥିବା ନେଇ ଚର୍ଚ୍ଚା ହେଉଛି।