ମଧ୍ୟାହ୍ନଭୋଜନ ନିୟମକୁ ବେଖାତିର, ୧୫ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

ରାଜନଗର, ୧୭।୯ (ଡି.ଏନ୍‌.ଏ.)- ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ଅନେକ ନିୟମ ଲାଗୁ କରାଯାଇଛି। ସ୍କୁଲରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନ ଖାଉଥିବା ପିଲାଙ୍କ ସଂଖ୍ୟା ସମ୍ପର୍କରେ ପ୍ରତିଦିନ ସୂଚନା ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷ ନିୟମ କରିଛନ୍ତି। କିନ୍ତୁ ଏହି ନିୟମକୁ ବେଖାତିର କରିଥିବାରୁ ରାଜନଗର ବ୍ଲକ ଶିକ୍ଷଧିକାରୀ ୧୫ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିଦେଇଛନ୍ତି। ସରକାରୀ ନିୟମକୁ ବେଖାତିର କରିଥିବାରୁ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି ବୋଲି ରାଜନଗର ବ୍ଲକ ଶିକ୍ଷାଧିକାରୀ ରାଜ କିଶୋର ସ୍ବାଇଁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ରାଜନଗର ବ୍ଲକ ଅଧୀନ ବଧି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ବରୁଣିପଲ୍ଲା ପ୍ରାଥମିକ ବିଦ୍ୟାଳୟ, କୁଆଁସ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଶାଇଲୋ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ୟୁଜିୟୁପି ବିଦ୍ୟାଳୟ, ସିଦ୍ଧେଶ୍ୱର ଏନୟୁପିଏସ, ସିଙ୍ଗଡାପାଳ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ଜୁଣୁପାଙ୍ଗରାର ନିଗମାନନ୍ଦ ଏନୟୁପିଏସ, ପଂଚୁପଲ୍ଲୀ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ଅନୁରୂପ ଭାବେ ହଂସିଣା ପ୍ରାଥମିକ ବିଦ୍ୟାଳୟ, ଗୋବର୍ଦ୍ଧନପୁର ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ମଧ୍ୟପଡ଼ା ଗୋବିନ୍ଦପୁର ୟୁଜିୟୁପି, ସୁବର୍ଣ୍ଣପୁର ପିୟୁପିଏସ, ଜଗନ୍ନାଥପୁର ଶାସନ ଶିକ୍ଷାନିକେତନ, କେରୁଆଁପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦରମା ମଧ୍ୟ ବନ୍ଦ ରହିଛି। ପ୍ରତିଦିନ ସ୍କୁଲକୁ କେତେ ପିଲା ଆସୁଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ମଧ୍ୟାହ୍ନଭୋଜନ ଖାଇବେ ସେ ନେଇ ଗଣଶିକ୍ଷା ବିଭାଗର ‘ମିଡ୍‌ ଡେ ମିଲ୍‌ ସ୍କିମ’ ପୋର୍ଟାଲରେ ଅପଲୋଡ କରିବା କଥା। ମାତ୍ର ରାଜନଗର ବ୍ଲକ ଅଧୀନ ଅଧିକାଂଶ ସ୍କୁଲର ପ୍ରଧାନଶିକ୍ଷକ ଧାର୍ଯ୍ୟ ସମୟ ମଧ୍ୟରେ ଉପସ୍ଥାନ ସଂଖ୍ୟା ଅପ୍‌ଲୋଡ କରୁ ନ ଥିବା ବେଳେ କେତେକ ପ୍ରଧାନଶିକ୍ଷକ ଆଦୌ ଅପ୍‌ଲୋଡ କରୁନାହାନ୍ତି। ଠିକ ସମୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟା ଅପଲୋଡ କଲେ, ମଧ୍ୟାହ୍ନଭୋଜନ ଲୁଟ କରିହେଉ ନ ଥିବାରୁ କେତେଜଣ ପ୍ରଧାନଶିକ୍ଷକ ଜାଣିଶୁଣି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ଅପଲୋଡ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ଗୁରୁତର ସହ ନିଆଯାଉଛି। ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri