ମନମୁଣ୍ଡାରେ ଟ୍ରାଫିକ ସମସ୍ୟା ଉତ୍କଟ, ବାଇପାସ୍‌ ରାସ୍ତା ଅଧାପନ୍ତରିଆ

ମନମୁଣ୍ଡା, ୧୪।୭ (ଡି.ଏନ.ଏ)- ମନମୁଣ୍ଡା ସହର ଦେଇ ଯାଇଥିବା ଏନଏଚ ୫୭ ଅଣ ଓସାରିଆ ହେତୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି । ପୋଲିସ ରୀତିମତ ଡ୍ୟୁଟି କରୁଥିବା ସତ୍ତ୍ବେ ଯାନବାହନ ଯାଆସ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଏପରିକି ଜରୁରୀକାଳୀନ ଗାଡି ଆମ୍ବୁଲାନ୍ସ, ଦମକଳ ଗାଡି ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହୁଛି । ସ୍କୁଲ ଗାଡି ଟ୍ରାଫିକରେ ଫସି ରହିବା ହେତୁ ଠିକ ସମୟରେ ଛାତ୍ରୀଛାତ୍ର ବିଦ୍ୟାଳୟରେ ପହଞ୍ଚତ୍ପାରୁ ନାହାନ୍ତି । ସଙ୍କୀର୍ଣ୍ଣ ରାସ୍ତା ହେତୁ ଲୋକମାନେ ସାଇକେଲ, ବାଇକ ରଖି ବଜାର କରିପାରୁ ନ ଥିବା ବେଳେ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଦୀର୍ଘ ସମୟ ଯାନବାହନ ଅଟକି ରହୁଥିବାରୁ ଗାଡି ଧୂଆଁରେ ପରିବେଶ ଦୂଷିତ ହେଉଛି । ଏହି ରାସ୍ତା ଦେଇ ପଶ୍ଚିମ ଓଡିଶାର ପ୍ରାୟ ଅଧିକାଂଶ ନେତା, ମନ୍ତ୍ରୀ, ଜିଲାପାଳ, ଏସପି ଯାତାୟତ କରୁଥିବା ବେଳେ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ବାଇପାସ ରାସ୍ତା ନିର୍ମାଣ କରାଯାଉଛି । କିନ୍ତୁ କାମ ସରିବା ଅବଧିରୁ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ କାମ ଅଧାପନ୍ତରିଆ ଭାବେ ପଡି ରହିଛି । ପ୍ରଶାସନିକ ଅବହେଳା ହେତୁ ଜମି ଅଧିଗ୍ରହଣ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଗାନ୍ଧୀଛକଠାରେ ଘର ଭଙ୍ଗା ଯାଇଥିବା ବେଳେ ଭଙ୍ଗା ଇଟା, ଲୁହା ଛଡ ପଡି ରହିଛି। ତା ପାଖରେ ଥିବା ବସ୍ତିବାସିନ୍ଦା ଯିବାକୁ ରାସ୍ତା ନ ପାଇ ଅସୁବିଧା ଭୋଗ କରୁଛନ୍ତି। ବାଇପାସ ନିର୍ମାଣ ବିଳମ୍ବକୁ ନେଇ ମନମୁଣ୍ଡାବାସୀ କିଛି ମାସ ତଳେ ବନ୍ଦ ପାଳନ କରିଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ମଧ୍ୟସ୍ଥତାରେ କାମ ତୁରନ୍ତ ହେବାର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ହଟିଥିଲା । ବର୍ତ୍ତମାନ ଉକ୍ତ କାମ ପୂର୍ବଂ ତଥା ପରଂ ହୋଇ ପଡିରହିଛି । ଫଳରେ ଟ୍ରାଫିକ ସମସ୍ୟାରେ ଜନସାଧାରଣ ଛନ୍ଦି ହୋଇପଡିଛନ୍ତି । ତୁରନ୍ତ ବାଇପାସ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri