ଅମୃତସର,୮।୧୦: ଅକ୍ଟୋବର ୧୯, ୨୦୧୮। ପଞ୍ଜାବର ଅମୃତସରରେ ରେଲ ଧାରଣା ଉପରେ ଠିଆ ହୋଇ ରାବଣ ପୋଡିର ମଜା ନେଉଥିଲେ ପିଲାଠାରୁ ବୟସ୍କ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଲୋକ। ହେଲେ ସମସ୍ତଙ୍କ ଅନ୍ୟମନସ୍କତା ନିମିଷକରେ ନେଇଗଲା ପ୍ରାୟ ୫୯ ଲୋକଙ୍କ ଜୀବନ। ଏମାନେ ରେଳ ଧାରଣା ଉପରେ ଠିଆ ହୋଇ ରାବଣ ପୋଡି ଦେଖୁଥିବା ସମୟରେ ପଠାନକୋଟରୁ ଆସୁଥିବା ଡିଏମ୍ୟୁ ଟ୍ରେନ୍ ଆଖି ପିଛୁଳାକେ ସେହି ଟ୍ରାକ୍ରେ ପାର ହୋଇ ଯାଇଥିଲା। ଆଉ ଟ୍ରେନ୍ ତଳେ ଚାପି ହୋଇ ଚାଲି ଯାଇଥିଲା ପ୍ରାୟ ୫୯ ଲୋକଙ୍କ ଜୀବନ। କାହାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇ ପାରି ନ ଥିଲା। ଆଉ ଟ୍ରେନ୍ ଚାଲିଯିବା ପରେ ଅନ୍ଧାର ମଧ୍ୟରେ ଲୋକଙ୍କ ଚିତ୍କାର ସେଠାରେ ସୃଷ୍ଟି କରିଥିଲା ଭିନ୍ନ ଏକ ବାତାବରଣ। ବିଜୟା ଦଶମୀ ସହ ରାବଣ ପୋଡି ଆଉ ରେଳ ଦୁର୍ଘଟଣାକୁ ଏବେ ପୂରିଛି ଗୋଟିଏ ବର୍ଷ। ହେଲେ ନିଜର ଲୋକଙ୍କୁ ହରାଇଥିବା ସେମାନଙ୍କର ପ୍ରିୟ ପରିଜନମାନଙ୍କ ଆଖିରୁ ଏଯାଏ ଲୁହ ଶୁଖିନି।