ମନୋଜ ହତ୍ୟା ମାମଲା ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ

ବ୍ରହ୍ମପୁର ଅଫିସ,୨୮ା୫-ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଛି । ପୋଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି। ଏପରିକି ଘଟଣା ପରେ ତିନୋଟି ସ୍ବତନ୍ତ୍ର ଟିମ ମିଳିଥିବା ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଚଳାଇଛନ୍ତି। ହେଲେ ଏବେସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନାହିଁ।
ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି, ମନୋଜ ହତ୍ୟା ଘଟଣା ଏତଲାରେ ଦର୍ଶାଯାଇଥିବା ୭ ଅଭିଯୁକ୍ତଙ୍କ ନାମରେ ପୋଲିସ ଏବେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ଏରୋଡ୍ରମ ଓ ବିଭିନ୍ନ ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡରେ ଏହି ସର୍କୁଲାର ଲଗାଇଛି। ଯେପରିକି ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଯାଇ ନ ପାରନ୍ତି ସେ ଦିଗରେ ପୋଲିସ ସତର୍କ ଦୃଷ୍ଟି ଦେଇଛି। ସେହିପରି ଅଭିଯୁକ୍ତମାନେ ଆସିକା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନଁାରେ ଥିବା ଆସିକା ଓ ବ୍ରହ୍ମପୁରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ପୋଲିସ ସୁପାରିସ କରିଛି। ଘଟଣା ବେଳେ ମନୋଜଙ୍କ କାରରେ ବସିଥିବା ଅନିଲ ସ୍ବାଇଁ ଘର କାମ କରୁଥିବା ବଳରାମ ମହାନ୍ତି ଓ ଡ୍ରାଇଭର ସୁଶାନ୍ତ କୁମାର ସ୍ବାଇଁଙ୍କୁ ପୃଥକ ପୃଥକ୍‌ ଭାବେ ଥାନାରେ ରଖି ଜେରା କରୁଛି। ସେହିପରି ଘଟଣା ପରେ ଦୁର୍ବୃତ୍ତମାନେ ଇଚ୍ଛାପୁର ଅଭିମୁଖେ ଚମ୍ପଟ ମାରିବା ବେଳେ ତାଙ୍କ ବାଇକ୍‌ (ନଂ ଓଡି୩୨ଏ୨୮୭୪) ଗୋଳନ୍ଥରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍‌ ଛାଡ଼ି ସେମାନେ ଚମ୍ପଟ ମାରିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଖବର ପାଇ ଏକ ଟିମ୍‌ ଗତ ଦୁଇଦିନ ଧରି ଭୁବନେଶ୍ୱରରେ ଡ଼େରା ପକାଇଥିଲା। ହେଲେ ଦୁର୍ବୃତ୍ତଙ୍କ କୌଣସି ଖୋଜ୍‌ ଖବର ନ ପାଇ ଶେଷରେ ବ୍ରହ୍ମପୁର ଫେରିଥିବା ଜଣାପଡ଼ିଛି। ପୋଲିସ ଏବେ ମନୋଜ ଚଳାଇଥିବା ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ନା ରାଜନୈତିକ ଶତ୍ରୁତାକୁ ନେଇ ହୋଇଛି ସେ ଦିଗରେ ଖୋଳତାଡ଼ ଆରମ୍ଭ କରିଛି ।
ଏନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କୁ ପଚାରିବାରୁ ପୋଲିସ ଏହି ସ୍ପର୍ଶକାତର ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି । ଗଠିତ ହୋଇଥିବା ତିନୋଟି ଟିମ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିବା ସେ କହିଛନ୍ତି। ଅନ୍ୟପଟେ ଗତ ୨୨ ତାରିଖ ସନ୍ଧ୍ୟାରେ ମନୋଜଙ୍କ ସହିତ କାରରେ ଫେରୁଥିବା ତାଙ୍କ ଡ୍ରାଇଭର ସମେତ ଆହତ ଅନିଲ ଓ ବଳରାମଙ୍କ ମୋବାଇଲ ଫୋନଗୁଡ଼ିକ ଜବତ କରି ଟ୍ରାକିଂ କରୁଥିବା ମଧ୍ୟ ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ମନୋଜଙ୍କୁ ହତ୍ୟା କରିବା ପାଇଁ ଜେଲରୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏପରିକି ଘଟଣାଦିନ ଅପରାଧୀମାନେ ମନୋଜଙ୍କୁ ହତ୍ୟା କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଖଲ୍ଲିକୋଟ ଓ ଛତ୍ରପୁର ଏପରି ୪ଟି ସ୍ଥାନରେ ଟାର୍ଗେଟ କରିଥିଲେ ।
ହେଲେ ମନୋଜ ଉପରୋକ୍ତ ସ୍ଥାନଗୁଡିକରେ ଦୁର୍ବୃତ୍ତଙ୍କ ଟାର୍ଗେଟର ଶିକାର ହୋଇ ନ ଥିବା ବେଳେ ଶେଷରେ ୧୬ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ବାଇପାସ ନିକଟ ଇସ୍କନ ମନ୍ଦିର ସମ୍ମୁଖରେ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ତାରିଖ ବିଳମ୍ବିତ ରାତିରେ ମନୋଜଙ୍କ ମୃତ୍ୟୁ ଘଟିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri