ମନ୍‌ସୁନ୍‌ କେୟାର୍‌…

ବର୍ଷାଦିନେ ଅନେକଙ୍କଠାରେତ୍ୱଚା ଏବଂ କେଶର ଜତ୍ନକୁ ନେଇ ଚିନ୍ତା ବଢ଼ିଯାଏ । କାରଣ ଦୀର୍ଘ ସମୟ ଓଦା ପାଗରେ ରହିବା କିମ୍ବା ବର୍ଷାପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାକ୍ଟେରିଆଲ୍‌ ଏବଂ ଫଙ୍ଗାଲ୍‌ ଇନ୍‌ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ। ତେବେ ଏଭଳି ସମସ୍ୟାଠାରୁ ଦୂରେଇ ରହିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କେତେକ ପ୍ରାକୃତିକ ତେଲର ବ୍ୟବହାର ଏଦିନେ ବେଶ୍‌ ଲାଭଦାୟକ…

ଟି ଟ୍ରି ଅଏଲ୍‌: ଏହି ତେଲ ବ୍ରଣ, ଦାଗ ଆଦି ସମସ୍ୟା ଦୂର କରିବାରେ ଯେତିକି ସାହାଯ୍ୟ କରେ କେଶକୁ ମଜଭୁତ କରିବାରେ ମଧ୍ୟ ସେତିକି ସାହାଯ୍ୟ କରିଥାଏ। ଏହାକୁ କେଶରେ ଲଗାଇବା ଦ୍ୱାରା ରୁପି ଏବଂ କେଶ ଝଡ଼ିବା ସମସ୍ୟା କମ୍‌ ହୋଇଥାଏ। ଏହାକୁ ଅଧିକ ଫଳପ୍ରଦ କରିବା ଲାଗି ଏଥିରେ କିଛି ବୁନ୍ଦା ଜୋଜୋବା ଅଏଲ୍‌ ମଧ୍ୟ ମିଶାଇ ପାରିବେ।
କଶ୍ମୀର ଲାବେଣ୍ଡର ଅଏଲ୍‌: ଏହି ତେଲରେ ଭରିରହିଛି ଉଭୟ ଆଣ୍ଟିଫଙ୍ଗାଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ; ଯାହାକି ବିଭିନ୍ନ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହାର ମିଠା ସୁଗନ୍ଧ ମୁଡ଼ ଫ୍ରେସ୍‌ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ସେରମ୍‌, ଫେସ୍‌ ଅଏଲ୍‌, କ୍ରିମ୍‌ରେ ଏହି ତେଲ କିଛି ବୁନ୍ଦା ମିଶାଇ ଲଗାଇବା ଦ୍ୱାରା କଳା ଦାଗ, ଛାଇ ଦାଗ ଦୂର କରି ତ୍ୱଚାକୁ ସୁନ୍ଦର ଏବଂ ଗ୍ଲୋଇଙ୍ଗ୍‌ କରିବାରେ ସାହାଯ୍ୟ କରେ।
ପୋମୋଗ୍ରାନେଟ୍‌ ଅଏଲ୍‌: ବର୍ଷାଦିନେ ଅନେକଙ୍କ କେଶ ବାରମ୍ବାର ପାଣି ସଂସ୍ପର୍ଶରେ ଆସିବା ଯୋଗୁ ଶୁଷ୍କ ଲାଗିବା ସହ ଏହାର ଚମକ କମିଯାଏ। ଏମିତିରେ ଏହି ତେଲ ଆପଣଙ୍କ ଲାଗି ବେଶ୍‌ ଉପକାରୀ ହୋଇପାରିବ। ଏହାକୁ ଅଙ୍ଗୁଳି ଟିପ ସାହାଯ୍ୟରେ କେଶ ମୂଳରେ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। ତେଲ କେଶ ମୂଳରେ ଭଲ ଭାବେ ଭେଦିଗଲେ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ଦିଅନ୍ତୁ। ମନେ ରଖନ୍ତୁ, ତେଲକୁ କେଶରେ ଲଗାଇ ଆଦୌ ରଗଡ଼ନ୍ତୁ ନାହିଁ। ସେହିପରି ତ୍ୱଚାକୁ କୋମଳ, ବେଦାଗ ଏବଂ ଗ୍ଲୋଇଙ୍ଗ କରିବା ଲାଗି ଏହି ତେଲର କିଛି ବୁନ୍ଦା ନେଇ ଦୁଇ ପାପୁଲିରେ ଭଲ ଭାବେ ଘଷନ୍ତୁ ଏବଂ ତେଲ ଗରମ ଲାଗିଲେ ଏହାକୁ ମୁହଁରେ ସର୍କୁଲାର୍‌ ମୋଶନ୍‌ରେ ହାଲୁକା ମସାଜ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ଏହି ୩ ରାଶିର ଚମକିବ ଭାଗ୍ୟ, ଆପଣ ନାହାନ୍ତି ତ…

ଜ୍ୟୋତିଷଶାସ୍ତ୍ରରେ କେତୁ ଗ୍ରହକୁ ମୋକ୍ଷ ଏବଂ ଆଧ୍ୟାତ୍ମର କାରକ ବୋଲି କୁହାଯାଏ। ଏହାକୁ ପାପ ଗ୍ରହ କୁହାଯାଉଥିଲେ ହେଁ ଏହାର କିଛି ଗୁଣ ବୃହସ୍ପତିଙ୍କ ସହ...

୨୦୨୫ରେ ଏସବୁ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ: ବଢ଼ିବ ପଦ ପ୍ରତିଷ୍ଠା, ପ୍ରଚୁର ଧନଲାଭର ସୁଯୋଗ…

ଆଉ ଦିନ କେଇଟା ପରେ ଆରମ୍ଭ ହେବ ବର୍ଷ ୨୦୨୫। ଏହି ବର୍ଷ ଶୁକ୍ର ଗ୍ରହଙ୍କ ଚଳନରେ ୧୦ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ...

ଆପଣଙ୍କ ମକର ରାଶି କି? ଖୁସି ନେଇ ଆସୁଛି ନୂଆବର୍ଷ, ଚାକିରି-ବ୍ୟବସାୟରେ ମିଳିବ ଲାଭ; ପଢ଼ନ୍ତୁ ବାର୍ଷିକ ରାଶିଫଳ

ଆସୁଛି ନୂଆବର୍ଷ ୨୦୨୫। ଏହା ମକର ରାଶିର ଜାତକଧାରୀଙ୍କ ପାଇଁ ବେଶ ଭଲ ରହିବ। ବୃହସ୍ପତିଙ୍କ ପାଇଁ ଏହି ବର୍ଷ ଏମାନଙ୍କୁ ଖୁବ୍‌ ଲାଭ ମିଳିବ।...

ବର୍ଷ ୨୦୨୫ରେ କେଉଁ ରାଶି ପାଇଁ କେଉଁ ରଙ୍ଗ ଏବଂ ନମ୍ବର ହେବ ଭାଗ୍ୟଶାଳୀ? ଜାଣନ୍ତୁ…

ଆସୁଛି ନବବର୍ଷ ୨୦୨୫। ଏହା ସୌଭାଗ୍ୟ, ସମୃଦ୍ଧି ଏବଂ ଖୁସି ପାଇଁ ଉଲ୍ଲେଖନୀୟ ବର୍ଷ ହେବ। ଏହି ବର୍ଷରେ କେଉଁ ରାଶି ଲାଗି କେଉଁ ରଙ୍ଗ...

ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍‌ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି...

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri