ଓ୍ବାଶିଂଟନ, ୧।୫: ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍ ଅଜହରଙ୍କୁ ଜାତିସଂଘରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଏବେ ଆଉ କୌଣସି ବାଧା ନାହିଁ। ଚାଇନା ଏହାର ଭିଟୋ ଅଧିକାର ଫେରାଇ ନେବାକୁ ରାଜି ହୋଇଛି। ଗତ ବର୍ଷ ଭାରତ ସହିତ ଆମେରିକା, ଫ୍ରାନ୍ସ୍, ବ୍ରିଟେନ୍ ଆଦି ରାଷ୍ଟ୍ର ଏଥି ପାଇଁ ପ୍ରୟାସ କରିଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ଚାଇନା ନିଜର ଭିଟୋ ଅଧିକାର ପ୍ରୟୋଗ କରିଥିଲା। ଭାରତ ୧୦ ବର୍ଷ ଧରି ଏଭଳି ପ୍ରୟାସ ଜାରି ରଖିଥିଲେ ମଧ୍ୟ ଏଥିରେ ସଫଳ ହେବା କଷ୍ଟକର ହୋଇଥିଲା। ଅନ୍ତର୍ଜାତୀୟସ୍ତରରେ ଚାପ ପଡ଼ିବାରୁ ଚାଇନା ଏପରି କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।
Posted inଅନ୍ତର୍ଜାତୀୟ