ମହଙ୍ଗା ପଡ଼ିଲା ତୃତୀୟ ବିବାହ : ବାହାବେଦିରୁ ବରକୁ ଉଠାଇନେଲା ପୋଲିସ

ବାଳକାଟୀ,୧ା୭(ଡି.ଏନ୍‌.ଏ.) : ରାଜଧାନୀ ଉପକଣ୍ଠ ବାଳକାଟୀ ଅଞ୍ଚଳରେ ରବିବାର ତୃତୀୟ ବିବାହ ପାଇଁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ହିନସ୍ତା ହେବାକୁ ପଡ଼ିଛି। ମନ୍ଦିରରେ ବିବାହ ଆରମ୍ଭ ହେଉ ହେଉ ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ପୋଲିସ ସୂଚନା ମୁତାବକ, ବାଙ୍କୀ ଅଞ୍ଚଳର ଜନୈକ ଯୁବକଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ କିଛିଦିନ ପୂର୍ବେ ବାଲିଅନ୍ତା ଥାନା ଭଇଁଚୁଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଅଳ୍ପ ଦିନ ମଧ୍ୟରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଫଳରେ ଯୁବକ ଜଣକ ଦ୍ୱିତୀୟ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିବାବେଳେ ମହିଳା ଜଣକ ବାପ ଘରେ ରହୁଥିଲେ। ତେବେ ଦ୍ୱିତୀୟ ସ୍ତ୍ରୀଙ୍କୁ ଛାଡପତ୍ର ନ ଦେଇ ଉକ୍ତ ଯୁବକ ତୃତୀୟ ବିବାହ ପାଇଁ ମନ ବଳାଇଥିଲେ। ଏଥିପାଇଁ ବାଳକାଟୀ ପ୍ରତାପଶାସନ ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ କନ୍ୟାଘର ଯୁବକଙ୍କ ପୂର୍ବସ୍ଥିତି ସମ୍ପର୍କରେ କୌଣସି ଖବର ପାଇପାରି ନଥିଲେ। ଇତିମଧ୍ୟରେ ଯୁବକ ଜଣକ ବିବାହ ପ୍ରସ୍ତାବ ଦେଇ ରବିବାର ତିଥି ଅନୁଯାୟୀ ବାଳକାଟୀସ୍ଥିତ ଗହୀର ଦୁଲାଦେଈ ମନ୍ଦିରରେ ବିବାହ ଆୟୋଜନ ହୋଇଥିଲା। କନ୍ୟାପକ୍ଷ ବର ରୋଶଣିକୁ ସ୍ବାଗତ ଜଣାଇ ମନ୍ଦିରକୁ ପାଛୋଟି ନେଇଥିଲେ। ବାହାଘର ପାଇଁ ବର ଓ କନ୍ୟା ବେଦୀରେ ବସିଥିବାବେଳେ ପୁରୋହିତ ମନ୍ତ୍ର ଉଚ୍ଚାରଣ କରିଥିଲେ। ଏହି ସମୟରେ ହଠାତ ଘଟଣାସ୍ଥଳରେ ବାଳକାଟୀ ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ ପହଞ୍ଚତ୍ ଯୁବକଙ୍କୁ ଉଠାଇ ଥାନାକୁ ନେଇଆସିଥିଲେ। ଥାନାରେ ମଧ୍ୟସ୍ଥଙ୍କ ଜରିଆରେ ଦ୍ୱିତୀୟ ସ୍ତ୍ରୀଙ୍କ ସହ ଯୁବକଙ୍କ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଫାଣ୍ଡି ଅଧିକାରୀ ସାହୁ କହିଛନ୍ତି। ଅପରପକ୍ଷେ ବାହାବେଦିରୁ ମଙ୍ଗୁଳା କନ୍ୟାକୁ ନେଇ କନ୍ୟାପିତା ଘରକୁ ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ସେବାକୁ ସୁନିଶ୍ଚିତ କର’

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନର କାର୍ଯ୍ୟକାରିତା ସୁନିଶ୍ଟିତ କରିବାକୁ ମୁଖ୍ୟ...

ଏମ୍‌ଏସ୍‌ପି, ଇନ୍‌ପୁଟ୍‌ ସବ୍‌ସିଡି ବାବଦକୁ ୭୯୦୧ କୋଟି ପାଇଲେଣି ଚାଷୀ

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ବ୍ୟାପକ ହୋଇଛି। ପଞ୍ଜୀକୃତ ଚାଷୀମାନେ ଯେଭଳି ଏଥିରୁ ବାଦ୍‌ ନ ପଡ଼ନ୍ତି, ଏଥିଲାଗି...

ପ୍ରସନ୍ନଙ୍କ ଘରେ ବିଜେଡି ନେତାଙ୍କ ବୈଠକ: ବିଜେଡିରେ ବଡ଼ ହଲଚଲ

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଦଳର ବରିଷ୍ଠ ନେତାମାନଙ୍କ ବୈଠକକୁ ନେଇ ରାଜନୀତି ଜୋର୍‌ ଧରିଛି। ପୂର୍ବତନ ବିଧାୟକ...

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ମାଆଙ୍କ ଦେହାନ୍ତ

ଭୁବନେଶ୍ୱର,୧୬।୧: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆଙ୍କ ଦେହାନ୍ତ ହୋଇଛି।୮୯ ବର୍ଷ ବୟସରେ ତାଙ୍କ ମାଆ ଲୋଭାବତୀ ପରିଡ଼ାଙ୍କ ମୃତ୍ୟୁ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା...

ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, କେନ୍ଦୁଝରରେ ଥିଲେ…

ଭୁବନେଶ୍ୱର,୧୫।୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ...

ଫେରିବ ଶୀତ, ଘନ କୁହୁଡି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୧: ଗତ ଦୁଇ ଦିନ ମଧ୍ୟରେ କିଛି ଆରାମ ପାଇବା ପରେ ଶୀତ ପୁଣି ଓଡିଶା ଫେରିବାର ସମ୍ଭାବନା ରହିଛି। ଆସନ୍ତା ତିନିରୁ ଚାରି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image