ମହାନଦୀରେ ବନ୍ୟା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ): ଲଗାଣ ବର୍ଷା ଓ ବନ୍ୟାରେ ପଶ୍ଚିମ ଓଡ଼ିଶାରେ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗୋଟିଏ ଗେଟ୍‌ ଖୋଲାଯାଇଥିବାବେଳେ ଗୁରୁବାରଠାରୁ ମହାନଦୀକୁ ଅଧିକ ବନ୍ୟାଜଳ ନିଷ୍କାସନ କରାଯିବ। ଏହାପୂର୍ବରୁ ମହାନଦୀରେ ବନ୍ୟା ଆସିଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର,ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୋଳ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ୧୧ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମହାନଦୀରେ ଯେଉଁଭଳି ବନ୍ୟା ଆଶଙ୍କା କରାଯାଉଥିଲା ସେଭଳି ହୋଇନାହିଁ। ମଧ୍ୟମ ଧରଣର ବନ୍ୟା ଆସିଥିବା ସେଠୀ ସୂଚନା ଦେଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା ସେ ଜଣାଇଛନ୍ତି।
ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି, ବୁଧବାର ବର୍ଷା ପରିମାଣ ପୂର୍ବାପେକ୍ଷା ହ୍ରାସ ପାଇଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି। ତେଲନଦୀ ଜଳସ୍ତର ହ୍ରାସ ପାଉଛି। ମଙ୍ଗଳବାର ମଧ୍ୟରାତିରେ ମହାନଦୀର ଖଇରମାଳରେ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲାବେଳେ ଜଳସ୍ତର ହ୍ରାସ ପାଉଛି। ଏହି ଅନୁସାରେ କଟକ ମୁଣ୍ଡଳିଠାରେ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ। ଉପକୂଳ ଓଡ଼ିଶାରେ ବର୍ଷା କମ୍‌ ଥିବାରୁ ସେଭଳି ବଡ଼ ବନ୍ୟା ଆଶଙ୍କା ନାହିଁ। ନଦୀର ଜଳସ୍ତରକୁ ଦେଖି ହୀରାକୁଦର ଗେଟ୍‌ ଖୋଲାଯିବ। ଏହାସହ ନଦୀବନ୍ଧଗୁଡ଼ିକ ଉପରେ ଅନବରତ ନଜର ରଖିବାକୁ ସରକାର ସତର୍କତା ଜାରି କରିଛନ୍ତି। ସମସ୍ତ ଜିଲାର ଜିଲାପାଳ ଓ ଏସ୍‌ପିମାନଙ୍କୁ ସତର୍କ କରିଦିଆଯାଇଛି। ମୁଣ୍ଡଳିରେ ବନ୍ୟାଜଳ ୬ରୁ ସାଢେ ୬ ଲକ୍ଷ କ୍ୟୁସେକ୍‌ ଭିତରେ ସୀମିତ ରଖିବା ପାଇଁ ହୀରାକୁଦର ଗେଟ୍‌ ଖୋଲାଯିବା ସଂଖ୍ୟା ବଢ଼ାଯିବ ଓ କମାଯିବ। ଏ ନେଇ ଲୋକେ ଭୟଭୀତ ନ ହେବା ପାଇଁ ସଚିବ ଜେନା ପରାମର୍ଶ ଦେଇଛନ୍ତି।
ତେବେ ମିଳିଥିବା ସୂଚନାନୁସାରେ, କଟକ ମୁଣ୍ଡୁଳିଠାରେ ବନ୍ୟାଜଳ ପହଞ୍ଚତ୍ବା ପୂର୍ବରୁ ବୁଧବାର ସନ୍ଧ୍ୟାସୁଦ୍ଧା ନୟାଗଡ଼ ଓ କଟକ ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ନୟାଗଡ଼ ଜିଲାର ଗଣିଆ ବ୍ଲକ ୫ ପଞ୍ଚାୟତର ୭୩ ଗାଁ ଜଳବନ୍ଦୀ ହୋଇଛି। ଭାପୁର ବ୍ଲକ୍‌ର ୨ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ଖଣ୍ଡପଡ଼ାର କେତେକ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ସେହିଭଳି କଟକ ଜିଲା ନରସିଂହପୁର ବ୍ଲକ୍‌ର ପଦାପାଳ, ବାରବାଟୀ ବ୍ରିଜ ଓ ଡିମିରିଆ ବ୍ରିଜ ଉପରେ ବନ୍ୟାଜଳ ଚାଲୁଛି। ତିଗିରିଆ ଓ ବାଙ୍କୀର ଉତ୍ତରକୁଲାଟ ଅଞ୍ଚଳରେ ବନ୍ୟାଜଳ ମାଡ଼ିଯାଇଛି। ବଡ଼ମ୍ବା ବ୍ଲକ୍‌ର ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ ହୋଇଛି। ମା’ ଭଟ୍ଟାରିକା ମନ୍ଦିର ଭିତରେ ବନ୍ୟାଜଳ ପଶିଯାଇଥିବାବେଳେ ଭଜନ ମଣ୍ଡପ ବୁଡିଯାଇଥିବାରୁ ମା’ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ବୁଧବାର ୨୪ ଘଣ୍ଟାରେ ବଲାଙ୍ଗୀର ଓ ବରଗଡ଼ ଜିଲାରେ ସର୍ବାଧିକ ବର୍ଷା ହୋଇଛି। ବଲାଙ୍ଗୀର ବ୍ଲକରେ ସର୍ବାଧିକ ୫୫୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ୧୭ ବ୍ଲକରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି। ଲଗାଣ ବର୍ଷାରେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥିତିର ମୁକାବିଲା ପାଇଁ ୧୫ ଓଡ୍ରାଫ, ୩ ଏନ୍‌ଡିଆର୍‌ଏଫ୍‌ ଟିମ୍‌, ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ବୋଲି ଏସ୍‌ଆର୍‌ସି ସେଠୀ କହିଛନ୍ତି।
ସେପଟେ ଲଘୁଚାପ ଝାଡ଼ଖଣ୍ଡ ମୁହାଁ ହୋଇଛି। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ଯାଏ ବର୍ଷା ଜାରି ରହିବ। ୭ ଜିଲା ପାଇଁ ରେଡ୍‌ ୱାର୍ନିଂ ଜାରି କରାଯାଇଛି। ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର, ନୂଆପଡା ଏବଂ ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼

ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ...

ରୋଡ ରୋମିଓଙ୍କୁ ଧରି ନିସ୍ତୁକ ପିଟିଲେ ଯୁବତୀ

ତାଳଚେର,୧।୧୦: ଅନୁଗୋଳ ଜିଲା ତାଳଚେର ହାଟତୋଟା ବଜାରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଜଣ ରୋଡ୍‌ ରୋମିଓ ବଜାରରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ...

ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମକର୍ତ୍ତା

କେନ୍ଦୁଝର,୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଭାଜପା ନେତା ଓ କର୍ମୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ରେ...

ପୋଲିସ ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ: ଏସ୍‌ଆଇ, ହାବିଲଦାର ନିଲମ୍ବିତ

ଫୁଲବାଣୀ, ୧ା୧୦(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଡାଙ୍ଗଣାମୁ ଘାଟି ରାସ୍ତାରୁ ଗତ ୨୬ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ...

ଚିଡିଆଖାନାରେ ମଣିଷଖିଆ କଲରାପତରିଆ ବାଘ ଦେଖିବେ ପର୍ଯ୍ୟଟକ

ସମ୍ବଲପୁର,୧ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ମୋତିଝରଣସ୍ଥିତ ଚିଡ଼ିଆଖାନା(ଡିଅରପାର୍କ)ରେ ପର୍ଯ୍ୟଟକମାନେ ଏକ ମଣିଷଖିଆ କଲରାପତରିଆ ଦେଖିପାରିବେ। ଚିଡ଼ିଆଖାନାରେ ସ୍ବତନ୍ତ୍ର ଭାବେ କାଚରେ ନିର୍ମିତ ଆବଦ୍ଧ କୋଠରିରେ ବାଘକୁ ଛଡ଼ାଯାଇଛି।...

ସମ୍ବଲପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେଲେ କୋର୍ଟ

ସମ୍ବଲପୁର,ଜମନକିରା,୧ା୧୦(ପ୍ରମୋଦ ବହିଦାର, ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ କସଡ଼ା ଗ୍ରାମରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ମଙ୍ଗଳବାର...

ପାର୍ବଣରେ ବୋନସ୍‌ ଦାବି ତେଜିଲା, ନ ମିଳିଲେ…

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ): ଆର୍‌ଏସ୍‌ପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବୋନସ୍‌ ପ୍ରଦାନ ଦାବି ନେଇ ରାଉରକେଲା ହିନ୍ଦ୍‌ ମଜଦୁର ସଭା ଓ ଜିଲା ଶିଳ୍ପାଞ୍ଚଳ ଶ୍ରମିକ...

ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ

ଭୁବନେଶ୍ୱର,୧ା୧୦: ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟରେ ବଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri