ମହାପ୍ରଭୁଙ୍କ ଜମିର ହିସାବ ନାହିଁ: ଅଧାଗିଳା ଅବସ୍ଥାରେ ଟଙ୍କା

ପୁରୀ ଅଫିସ,୯।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବିଶ୍ୱବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତାଙ୍କ ସାନ୍ନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସୁଛନ୍ତି। ଆଉ ମହାପ୍ରଭୁଙ୍କ ସେବା କରିବାର ଯିଏ ସାମାନ୍ୟ ସୁଯୋଗ ପାଇଛି ସେ ନିଜକୁ କୃତାର୍ଥ ମନେ କରୁଛନ୍ତି। ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଠାକୁରଙ୍କ ସମ୍ପତ୍ତିକୁ ବି ହାତେଇବାକୁ ପଛାଉ ନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଏବଂ ଟଙ୍କାକୁ ଦେଖିଲେ ଏହାର ପ୍ରାସଙ୍ଗିକତା ରହିଛି। ଠାକୁରଙ୍କର ପ୍ରାୟ ୨୫ହଜାର ଏକର ଜମିର ହିସାବ ନ ଥିବାବେଳେ ଏବେ ମହାପ୍ରଭୁଙ୍କ ଟଙ୍କା ଅଧାଗିଳା ଅବସ୍ଥାରେ ରହିଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାୟ ୬୦,୪୨୬ ଏକର ଜମି ରହିଛି। ଏହି ଜମି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ ରାଜ୍ୟରେ ଅଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଏହି ଜମିକୁ ମାଡ଼ି ବସିଛନ୍ତି। ଫଳରେ ଠାକୁରଙ୍କ ମୋଟ ସମ୍ପତ୍ତିର ରେକର୍ଡ ଅଫ୍‌ ରାଇଟ୍ସ (ଆର୍‌ଓଆର୍‌) ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ। ଗତ ମାସ ୨୫ତାରିଖରେ ବିଧାନସଭାରେ ଆଇନମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ମହାପ୍ରଭୁଙ୍କର ୬୦୪୨୬.୯୪୩ ଏକର ଜମି ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୪୮୦୩. ୦୧୩ ଏକର ଜମିର ଆର୍‌ଓଆର୍‌ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ତେବେ ମନ୍ତ୍ରୀଙ୍କ ଏହି ତଥ୍ୟ ପ୍ରଦାନ ପରେ ପ୍ରାୟ ୨୫ ହଜାର ଏକର ଜମିର ହିସାବ ସରକାରଙ୍କ ପାଖରେ ନ ଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷେ ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇଛି। ଏହି ଜବରଦଖଲକୁ ଉଚ୍ଛେଦ କରାଯିବା ନିମନ୍ତେ ୮୬୪ଟି ମାମଲା ସମ୍ପୃକ୍ତ ତହସିଲଦାରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ଦାଏର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ୨୫ ହଜାର ଏକର ଜମିର ସ୍ଥିତି କ’ଣ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନ ଥିବାବେଳେ ଏବେ ମହାପ୍ରଭୁଙ୍କ ଟଙ୍କା ବି ସଂକଟରେ। ୟେସ୍‌ ବ୍ୟାଙ୍କରେ ଥିବା ୫୪୫ କୋଟି ଟଙ୍କା ଫେରିବ ନା ବୁଡ଼ିଯିବ ତାହା ଆଶା ଆଶଙ୍କାରେ ଥିବାବେଳେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି।
ବ୍ୟକ୍ତିଗତ ଫାଇଦା ହାସଲ କରି କେତେଜଣ ଅଧିକାରୀ ଏଭଳି ଚଞ୍ଚକତା କରିଛନ୍ତି। ମହାପ୍ରଭୁଙ୍କ ଟଙ୍କାକୁ ସଂକଟକୁ ଠେଲି ନିଜେ ସନ୍ତୁଷ୍ଟି ହୋଇଛନ୍ତି। ବିଦେଶ ଗସ୍ତ ସହ ମଉଜ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯାଉଥିଲା। କିନ୍ତୁ ଗତବର୍ଷ ଜାତୀୟକରଣ ବ୍ୟାଙ୍କରୁ ଟଙ୍କା ଉଠାଯାଇ ୟେସ୍‌ ବ୍ୟାଙ୍କରେ ୫୯୨ କୋଟି (୫୪୫ କୋଟି ସ୍ଥାୟୀ ଜମା ଓ ୪୭ କୋଟି ଫ୍ଲେକ୍ସି ଜମା) ଟଙ୍କା ରଖାଯାଇଥିଲା। ଏ କଥା ଜଣାପଡ଼ିିବା ପରେ ପରିଚାଳନା କମିଟିରେ ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ବିଭିନ୍ନ ସଙ୍ଗଠନ ବିକ୍ଷୋଭ କରିବା ସହ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଚଞ୍ଚକତାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଜଣାପଡ଼ିବା ପରେ ତିରୁପତି ମନ୍ଦିର ଟଙ୍କାକୁ ଯଦି ସେଠାକାର ପ୍ରଶାସନ ଉଠାଇ ନେଲେ ତେବେ ଓଡ଼ିଶା ସରକାର କାହିଁକି ଚୁପ୍‌ ରହିଲେ ବୋଲି ପ୍ରଶ୍ନ କରିଛନ୍ତି। ତେବେ ମହାପ୍ରଭୁଙ୍କ ଟଙ୍କା ଫେରିପାଇବା ପାଇଁ ଆର୍‌ବିଆଇକୁ ଚିଠି ଲେଖାଯାଇଥିବା ଶାସକ ଦଳ ପକ୍ଷରୁ କୁହାଯାଉଥିଲେ ବି ୟେସ୍‌ ବ୍ୟାଙ୍କର ବର୍ତ୍ତମାନ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଏମିତି ଅଧାଗିଳା ଅବସ୍ଥାରେ ଥିବାରୁ ଏହା ଫେରିବ ନା ବୁଡ଼ିଯିବ ତା’ ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri