ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୧୪ା୧୨: ଆସନ୍ତା ୧୬ ତାରିଖ ରବିବାର ପବିତ୍ର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ। ଶୁକ୍ରବାର ଅନୁଷ୍ଠିତ ନୀତି ସବ୍‌ କମିଟି ବୈଠକରେ ଆଲୋଚନା କରାଯାଇ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଛି। ଡିସେମ୍ବର ୧୬ରୁ ଆରମ୍ଭ ହୋଇ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପ୍ରତ୍ୟହ ରାତ୍ର ୩ଟାରେ ଦ୍ୱାର ଫିଟାଯିବ। ଭିତରଶୋଧ ପରେ ରାତି ୩ଟା ୪୫ରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ସକାଳ ୬ଟା ୨୦ରୁ ୬ଟା ୫୦ ମଧ୍ୟରେ ପହିଲି ଭୋଗ ନୀତି ବଢିବ। ସକାଳ ୮ଟା ୪୫ରୁ ୧୦ଟା ୩୦ ମଧ୍ୟରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହୋଇ ଅନ୍ୟାନ୍ୟ ନୀତି ଚାଲିବ। ରାତ୍ର ୧୧ଟାରେ ରାତ୍ର ପହୁଡ଼ ନୀତି ସମ୍ପନ୍ନ ହେବ। ସେହିପରି ଆସନ୍ତା ୨୬ ତାରିଖରେ ପଡୁଥିବା ଖଣ୍ଡଗ୍ରାସ କେତୁ ଗ୍ରସ୍ତ ସୂର୍ଯ୍ୟୋପରାଗ ସଂକ୍ରାନ୍ତରେ ଆଲୋଚନା କରାଯାଇ ଏହାର ସ୍ବତନ୍ତ୍ର ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିଲେ। ଏଥିରେ ପହିଲି ଭୋଗ ନୀତିକୁ କିପରି ଶୃଙ୍ଖଳିତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ପହିଲି ଭୋଗ ସମୟରେ ଗୋଟିଏ ଦିନ ଅର୍ଥାତ୍‌ ଡିସେମ୍ବର ୩୧ ତାରିଖରେ ପହୁଡ଼ ଓ ଦ୍ୱାରଫିଟା ନୀତିରେ ସାମାନ୍ୟ ପରିବର୍ତ୍ତନ ହେବ। ଏହା ପରଦିନ ନୂଆବର୍ଷ ଥିବାରୁ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିବେ। ତେଣୁ ଦର୍ଶନ ଏବଂ ନୀତିକୁ ଶୃଙ୍ଖଳିତ କରିବା ଲାଗି ସଅଳ ପହୁଡ଼ ଏବଂ ଦ୍ୱାରଫିଟାଇବାକୁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ଜାନୁୟାରୀ ୧୫ ତାରିଖ ମକର ସଂକ୍ରାନ୍ତି ନୀତି ସଂକ୍ରାନ୍ତରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ କରାଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ସୂର୍ଯ୍ୟୋପରାଗ ପଡୁଛି। ଏଥିପାଇଁ ୨୫ ତାରିଖ ରାତ୍ର ୮ଘଣ୍ଟା ୨୦ ମିନିଟ୍‌ରୁ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତି ନିଷେଧ ରହିବି। ୨୬ ତାରିଖ ପରାଗ ସ୍ପର୍ଶ ପରେ ସକାଳ ୮ଘଣ୍ଟା ୨୦ ମିନିଟ୍‌ ୮ ସେକେଣ୍ଡ ପରେ ପରାଗ ମହାସ୍ନାନ ହୋଇ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତି ଆରମ୍ଭ ହେବ ବୋଲି ବୈଠକରେ ଆଲୋଚନା ହୋଇଛି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ଭବାନୀଶଙ୍କର ମହାପାତ୍ର, ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡି, ମାଧବ ମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri