ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶ ରାଜନୀତି ଏବେ ସରଗରମ। ମଙ୍ଗଳବାର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ସୋମବାର ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ମଧ୍ୟପ୍ରଦେଶର କେତେଜଣ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଦିଲ୍ଲୀ ପହଞ୍ଚିଥିଲେ। ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କୁ ଗୁରୁଗ୍ରାମ ନିଆଯାଇ ଆଇଟିସିର ଗ୍ରାଣ୍ଡ ଭାରତ ହୋଟେଲରେ ରଖାଯାଇଥିଲା। ଏହି ସମୟରେ ଭାରପାର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟ କହିଥିଲେ ଆମେ ଏଠାକୁ ଛୁଟି କଟାଇବାକୁ ଆସିଛୁ। ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ମଙ୍ଗଳବାର କଂଗ୍ରେସ ଛାଡିବା ପରେ ଏବେ ସେ ଭାଜପା ହାତ ଧରିବେ ବୋଲି ଆଲୋଚନା ହେଉଛି। ତେଣୁ ତା’ପୂର୍ବରୁ ଦିଲ୍ଲୀରେ ଭାଜପା ବିଧାୟକମାନେ ପହଞ୍ଚିଥିବା ଆଲୋଚନା ହେଉଛି।