ଦିଗପହଣ୍ଡି,୩୧।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୬୫/୨୦) ରୁଜୁକରି ପୋଲିସ ତଦନ୍ତ ଚଳାଇଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ସୁରେନ୍ଦ୍ର ପାତ୍ର ଗାଁରୁ ଫେରାର ହୋଇଯାଇଥିବା ଜଣାପଡିଛି।
ପ୍ରକାଶ ଯେ, ଗତ ରବିବାର ଅପରାହ୍ନରେ ମହିଳାଙ୍କ ସ୍ବାମୀ ଘରେ ନ ଥିବାର ସୁଯୋଗନେଇ ଅଭିଯୁକ୍ତ ସୁରେନ୍ଦ୍ର ତାଙ୍କ ଘରକୁ ଯାଇଥିଲେ। ମହିଳାଙ୍କୁ ଅସଦାଚରଣ କରିବାସହ ଏକ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିଥିବା ଏତଲାରେ ଉଲ୍ଲେଖଥିବା ଆଇଆଇସି ସେଠୀ କହିଛନ୍ତି।