ଓ୍ବାଶିଂଟନ୍, ୮।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। କେବଳ ଭାରତରେ ନୁହେଁ, ସାରା ବିଶ୍ୱ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ ଝିଅ ଇଭାଙ୍କା ମଧ୍ୟ ସୁଷମାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଭାରତ ଜଣେ ସ୍ନେହୀ ଏବଂ ସମର୍ପିତ ରାଜନେତାଙ୍କ ହରାଇଲା ବୋଲି ନିଜ ଶୋକବାର୍ତ୍ତାରେ ଇଭାଙ୍କା କହିଛନ୍ତି। ସାରା ବିଶ୍ୱରେ ମହିଳାଙ୍କ ପାଇଁ ସେୁଷମା ଆଦର୍ଶ ଥିଲେ ବୋଲି ସେ କହିଛନ୍ତି। ସେହିପରି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ମଧ୍ୟ ସୁଷମାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି।