ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର,(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର,୨୧ା୧୦(ଡି.ଏନ୍‌.ଏ.) : ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବିଜୟବିହାରସ୍ଥିତ ଏକ ଭଡ଼ାଘରୁ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ରବିବାର ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ମେରାଇନ ଥାନା ଚୂଡାମଣି ଗଁାର ଦୀପାଳି ପ୍ରିୟଦର୍ଶିନୀ ଜେନା(୨୯)। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (ନଂ.୧୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ହେଲେ ତାଙ୍କ ସହ ଥିବା ପୁରୁଷ ବନ୍ଧୁ ଫେରାର ହେବା ଓ ଦୀପାଳି ଅବିବାହିତ ଥିବାବେଳେ ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ରହିଥିବାରୁ ଘଟଣାକୁ ରହସ୍ୟାବୃତ୍ତ କରିଦେଇଛି। ଅନ୍ୟପକ୍ଷରେ ପୁରୁଷ ବନ୍ଧୁ ବା ପ୍ରେମିକ ହିଁ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି।
ପୋଲିସ ସୂଚନାନୁଯାୟୀ, ଦୀପାଳି ଲିଙ୍ଗିପୁର ବିଜୟବିହାରସ୍ଥିତ ପ୍ଲଟ୍‌ ନଂ.ସି/୩/୨ରେ ଥିବା ଘରକୁ ଭଡ଼ା ନେଇ ମା’ ଓ ସାନଭଉଣୀଙ୍କ ସହ ରହୁଥିଲେ। ସେ ଭୁବନେଶ୍ୱର ବାରର ସଦସ୍ୟ ହୋଇ ନ ଥିଲେ ମଧ୍ୟ ନିୟମିତ କୋର୍ଟକୁ ଆସି ପ୍ରାକ୍ଟିସ୍‌ କରୁଥିଲେ। ତେବେ ଦୀପାଳି ଭଦ୍ରକରେ ଥିବାବେଳେ ବାଲେଶ୍ୱର ସିମୁଳିଆର ବ୍ୟବସାୟୀ ବିକ୍ରମ କେଶରୀ ମିଶ୍ରଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା। ମଝିରେ ମଝିରେ ବିକ୍ରମ ଦୀପାଳି ରହୁଥିବା ଲିଙ୍ଗିପୁରସ୍ଥିତ ଭଡାଘରକୁ ଆସୁଥିଲେ। ଉଭୟ ପରିବାର ସେମାନଙ୍କ ପ୍ରେମସମ୍ପର୍କ ବିଷୟରେ ଜାଣିବା ପରେ ବିବାହ ପାଇଁ କଥାବାର୍ତ୍ତା ହୋଇଥିଲେ। ନିକଟରେ ଉଭୟଙ୍କ ବିବାହ ହୋଇଥାନ୍ତା। ସେଥିପାଇଁ ଦୀପାଳିଙ୍କ ମା’ ଗାଁକୁ ଯାଇଥିଲେ ଓ ଘରେ ତାଙ୍କ ସହ ସାନଭଉଣୀ ଥିଲେ। ଶନିବାର ଅପରାହ୍ନ ୫ଟାରେ ପ୍ରେମିକ ବିକ୍ରମ ହଠାତ୍‌ ପହଞ୍ଚତ୍ବାରୁ ସାନଭଉଣୀ ତା’ର ସାଙ୍ଗଙ୍କ ସହ ପଳାଇ ଯାଇଥିଲେ। ରାତି ପ୍ରାୟ ୧୨ଟା ୩୦ରେ ବିକ୍ରମ ସାନଭଉଣୀଙ୍କୁ ଫୋନ୍‌ କରି ଦୀପାଳି ଘର ଭିତରପଟୁ କବାଟ ବନ୍ଦ କରି ଦେଇଥିବା କହିଥିଲେ। ତୁରନ୍ତ ସେ ଘରେ ପହଞ୍ଚତ୍ବା ବେଳକୁ ବିକ୍ରମ ନ ଥିଲେ। ତେବେ ଭିତରପଟୁ ବନ୍ଦ ଥିବା କବାଟ ବାଡେଇଥିଲେ ମଧ୍ୟ ନ ଖୋଲିବାରୁ ପଡୋଶୀ ଓ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ବା ପରେ କବାଟକୁ ତଡ଼ାଯାଇଥିଲା। ଦୀପାଳି ବେକରେ କପଡ଼ା ବାନ୍ଧି ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଥିଲ। ପୋଲିସ ମୃତଦେହ ଜବତ କରି ଖୋଳତାଡ଼ ଆରମ୍ଭ କରିଥିଲା।
ଅପରାହ୍ନ ୫ରୁ ରାତି ୧୨ ମଧ୍ୟରେ ଏମିତି କ’ଣ ଘଟିଲା ଯେ ଦୀପାଳି ଆତ୍ମହତ୍ୟା କଲେ। ପ୍ରେମିକ ବିକ୍ରମ ଧରାପଡିଲେ ଘଟଣାର ପ୍ରକୃତ କାରଣ ଜଣାପଡିବ। ଅନ୍ୟପକ୍ଷରେ ବାହାଘର ପୂର୍ବରୁ ଦୀପାଳି କାହିଁକି ସିନ୍ଦୂର ଓ ଶଙ୍ଖା ପିନ୍ଧିଥିଲେ ତାହାକୁ ନେଇ ମଧ୍ୟ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି। କିନ୍ତୁ ଦୀପାଳିଙ୍କ ମୃତ୍ୟୁ ଘଟଣାକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଭାଇ ବିଶ୍ୱରଞ୍ଜନ ଜେନା କହିଛନ୍ତି, ଭଉଣୀ ଆତ୍ମହତ୍ୟା କରିଥିବେ ବୋଲି ବିଶ୍ୱାସ ହେଉନି। ଠିକ୍‌ ତଦନ୍ତ କରାଯାଇ ସତ୍ୟାସତ୍ୟ ବାହାର କରାଯାଉ। ଭୁବନେଶ୍ୱର ବାର୍‌ ଆସୋସିଏଶନ ସମ୍ପାଦକ ବିଶ୍ୱ ନାରାୟଣ ମହାନ୍ତି କହିଛନ୍ତି, ପୋଲିସ ଗୁରୁତ୍ୱର ସହ ଉପଯୁକ୍ତ ତଦନ୍ତ କରୁ। ଯଦି ଦୀପାଳି ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହୁଛି ତାହାର କାରଣ ବି ପଦାକୁ ଆସୁ। ଧଉଳି ଥାନାଧିକାରୀ ଜୟଦେବ ବିଶ୍ୱଜିତ୍‌ କହିଛନ୍ତି, ଉଭୟଙ୍କ ଫୋନ୍‌ କଲକୁ ଯାଞ୍ଚ କରାଯାଉଛି। ଫେରାର ଥିବା ପୁରୁଷ ବନ୍ଧୁଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ଖୋର୍ଦ୍ଧା,୨୦।୯ : ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା। ମୋହନ ସରକାର ଲୋକଙ୍କ ସରକାର। ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଉନ୍ମୁକ୍ତ ରହିଛି। ୨୪ବର୍ଷ...

ଭରତପୁର ଥାନାରେ ମେଜର, ବାନ୍ଧବୀଙ୍କୁ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ

କେନ୍ଦୁଝର,୧୯।୯: ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭନ୍ସ ସିଂଙ୍କ ଉପରେ ଆକ୍ରମଣ ତଥା ଭାରତପୁର ପୋଲିସ ଷ୍ଟେସନରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲାରେ...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri