Posted inଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜର:ଇଣ୍ଡିଆ ‘ସି’ ଚାମ୍ପିୟନ

କଟକ ଅଫିସ,୧୧ା୧-
ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ସି ଚାମ୍ପିୟନ ହୋଇଛି। ଟୁର୍ନାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଇଣ୍ଡିଆ-ବି ଦଳକୁ ଫାଇନାଲରେ ୮ ଉଇକେଟରେ ହରାଇ ଇଣ୍ଡିଆ-ସି ଏହି ଟାଇଟଲ ଜିତିଛି। ସି ଦଳର ଓପନର ତଥା ହରିୟାଣାର ୧୬ବର୍ଷୀୟ ପ୍ରତିଭାବାନ ଖେଳାଳି ସେଫାଳି ବର୍ମା ୮୯ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ।
ଫାଇନାଲ ମୁକାବିଲାରେ ଉଭୟ ଦଳରେ ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ଇଣ୍ଡିଆ-ବି ଦଳ ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ସି ଦଳ ପକ୍ଷରୁ ମାଧୁରୀ ମେହେଟାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଅଧିନାୟିକା ସ୍ମୃତି ୩ରନରେ ଆଉଟ ହେବାସହ ଦଳ ୬୪ରନରେ ୫ଟି ଉଇକେଟ ହରାଇଥିଲା। ଅଲରାଉଣ୍ଡର ପୂଜା ବସ୍ତ୍ରକାରଙ୍କ ଧୁଆଁଧାର ବ୍ୟାଟିଂ କରି ୨୨ ବଲରୁ ୩ଟି ଲେଖାଏ ଚୌକା ଓ ଛକା ବଳରେ ୪୩ରନ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଭେଲାସ୍ବାମୀ ଭନିଥା ୨୫ରନ କରିଥିଲେ। ଇଣ୍ଡିଆ-ବି ୬ ଉଇକେଟ ହରାଇ ୧୩୧ରନ କରିଥିଲା। ସୁଶ୍ରୀଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା। ଇଣ୍ଡିଆ-ସି ପକ୍ଷରୁ ମନାଲି ଦକ୍ଷିଣୀ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ରାଜେଶ୍ୱରୀ ଗାଏକ୍ବାଡ ଓ ଦୟଲାନ ହେମଲତା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୩୨ରନର ବିଜୟ ଲକ୍ଷ୍ୟକୁ ଇଣ୍ଡିଆ-ସି ୧୫.୨ ଓଭରରେ ୨ ଉଇକେଟ ହରାଇ ହାସଲ କରିଥିଲା। ଓପନର ତଥା ଓଡ଼ିଆ ଖେଳାଳି ମାଧୁରୀ ଓ ସେଫାଳି ପ୍ରଥମ ଉଇକେଟ ଭାଗିଦାରୀରେ ୭୭ରନ ସଂଗ୍ରହ କରିଥିଲେ। ୩ଟି ଚୌକା ବଳରେ ୨୦ରନ କରିଥିବାବେଳେ ମାଧୁରୀ ଦୁର୍ଭାଗ୍ୟବଶତଃ ରନଆଉଟ ହୋଇଥିଲେ। ଅଧିନାୟିକା ବେଦ କ୍ରୀଷ୍ଣାମୃର୍ତ୍ତି ୧୫ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ଆରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିବା ସେଫାଳି(୮୯ରନ) ଓ ଦୟଲାନ ହେମଲତା(୬ରନ) ଅପରାଜିତ ରହି ଦଳକୁ ଜିତାଇଥିଲେ। ସେଫାଳିଙ୍କ ଇନିଂସରେ ୧୫ ଚୌକା ଓ ୨ଟି ଛକା ସାମିଲ ଥିଲା। ଇଣ୍ଡିଆ-ବି ପକ୍ଷରୁ ଶିଖା ପାଣ୍ଡେ ଏକମାତ୍ର ଉଇକେଟ ହାସଲ କରିଥିଲେ। ଇଣ୍ଡିଆ-ବି ଅଧିନାୟିକା ସ୍ମୃତି ସେଫାଳିଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ସହ ତାଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ‘ସି’ ଦଳ ଚାମ୍ପିୟନ ହୋଇଥିଲା ବୋଲି କହିଥିଲେ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଖୋ ଖୋ ଟିମ୍‌ର ପ୍ରଯୋଜକ ହେବେ ଓଡ଼ିଶା ସରକାର

ଭୁବନେଶ୍ୱର, ୩।୧: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ।...

କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ…

କାନ୍‌ବେରା,୩।୧: କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍‌ ଥିଲା ଯେ ଉଭୟ ଖେଳାଳି...

ରୋହିତଙ୍କ ପାଇଁ ପନ୍ତଙ୍କ ଆଖିରେ ଲୁହ, କହିଲେ-ଆମେ ତାଙ୍କୁ ଲିଡ୍‌ର ଭାବେ…

ସିଡନୀ,୩।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରୁ ରୋହିତ ଶର୍ମା ବାଦ ପଡ଼ିଥିବା ବେଳେ ଜସପ୍ରିତ ବୁମ୍‌ରାଙ୍କ ନେତୃତ୍ୱରେ ଖେଳୁଛି...

ସିଡନୀ ଟେଷ୍ଟ ପରେ ସନ୍ନ୍ୟାସ ନେବେ ଏହି ଖେଳାଳି…

ସିଡନୀ,୩।୧: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କ୍ରମାଗତ ଭାବେ ଖରାପ ଫର୍ମ ଏବଂ ଅଧିନାୟକତ୍ୱକୁ ନେଇ ସଂଘର୍ଷ କରୁଛନ୍ତି। ଏହି କାରଣରୁ ସେ ନିଜକୁ...

ଡାଇଭ୍‌ ମାରି ବଲ୍‌ ରୋକିବା ବେଳେ ଭାଙ୍ଗିଲା ଗୋଡ଼! ମଇଦାନରୁ ହ୍ବିଇଲ୍‌ ଚେୟାରରେ ଡାକ୍ତରଖାନା ଗଲେ…

କେପଟାଉନ୍‌,୩।୧: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ କେପ୍‌ଟାଉନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦୁଃଖଦ ଘଟଣା ଘଟିଛି। ଫିଲ୍ଡିଂ ସମୟରେ ସାଇମ୍‌ ଆୟୁବ୍‌ ଆହତ...

କଣ୍ଟ୍ରୋଲ କରିପାରୁ ନାହାଁନ୍ତି ବିରାଟ, ସୁଧୁରୁ ନାହାଁନ୍ତି କିଙ୍ଗ, ଏଥରବି ରାଗିଗଲେ ଅନୁଷ୍କା

ନୂଆଦିଲ୍ଲୀ,୩।୧: ଖରାପ ଫର୍ମ ହେତୁ ରୋହିତ ଶର୍ମା ସିଡନୀ ଟେଷ୍ଟ ମ୍ୟାଚରୁ ନିଜକୁ ବାଦ ଦେଇଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ବିରାଟ...

ହାର୍‌ ମାନିଲେନି ରିଷଭ ପନ୍ତ: ଭାଙ୍ଗିଲେ ସଚିନ-ରୋହିତଙ୍କ ରେକର୍ଡ

ସିଡନୀ,୩।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ୧୮୫ ରନରେ ଟିମ ଇଣ୍ଡିଆ ଅଲଆଉଟ ହୋଇଥିଲା। ରିଷଭ ପନ୍ତ ୪୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।...

ଅଷ୍ଟ୍ରେଲିଆ ବୋଲର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌: ୧୮୫ରେ ଅଲଆଉଟ୍‌

ସିଡନୀ,୩।୧: ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଆରମ୍ଭ ହୋଇଥିବା ମ୍ୟାଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri